୨୦୨୪ରେ ଶନି ଓ ଶୁକ୍ରଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!
 

Rajyog In 2024 These 3 Zodiac Signs Will Benifits
ଶୁକ୍ର ଓ ଶନିଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଉ ଦିନକ ପରେ ୨୦୨୩ ଶେଷ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ଶନି ଓ ଶୁକ୍ରଙ୍କ ପ୍ରଭାବ ଯୋଗୁଁ ତିନୋଟି ରାଶିର ପାଇଁ ବେଶ ଖାସ୍ ହେବାକୁ ଯାଉଛି ୨୦୨୪ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଓ ଶୁକ୍ର ନୂତନ ବର୍ଷରେ ରାଶି ପରିବର୍ତ୍ତନ କରିବେ । ଯାହା ଫଳରେ ମାଲାଭିଆ, ଶାଶ ଓ ରୁଚକ ରାଜଯୋଗ ଗଠନ ହେବ । ଏହି ତିନୋଟି ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ ।

ଶାସ୍ତ୍ର ଅନୁଯାୟୀ, ଶୁକ୍ର ଉଚ୍ଚ ରାଶିକୁ ଗୋଚର ବା ରାଶି ପରିବର୍ତ୍ତନ କଲେ ମାଲାଭିଆ ରାଜଯୋଗ ସୃଷ୍ଟି ହେବ। ଶୁକ୍ର ଧନ,  ସମୃଦ୍ଧି ଓ ଭୋଗ ବିଳାସର କାରକ ଅଟନ୍ତି । ସେପରି ଶନି ନିଜ ରାଶି କୁମ୍ଭରେ ବିରାଜମାନ ହୋଇ ଶାଶ ରାଜଯୋଗ ଗଠନ କରିବେ। ଉଭୟ ଗ୍ରହଙ୍କ ଦ୍ବାରା ସୃଷ୍ଟି ହେଉଥିବା ରାଜଯୋଗ ହେତୁ ତିନୋଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଆସନ୍ତୁ ଜାଣିବା ସେହି ୩ ରାଶିଙ୍କ ବିଷୟରେ..

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

ବୃଷ ରାଶି- ବୈଦିକ ଶାସ୍ତ୍ର ଅନୁଯାୟୀ, ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୂତନ ବର୍ଷ ଶୁଭ ପ୍ରମାଣିତ ହେବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନିଜ ପସନ୍ଦର ଚାକିରି ମିଳିବ। ଆୟ ବୃଦ୍ଧି । ସମସ୍ତ ଯୋଜନା ସଫଳତାର ସହ ସଂପୂର୍ଣ୍ଣ ହେବ । ପିତାଙ୍କ ସମ୍ପତ୍ତିରୁ ଲାଭ ମିଳିବ। ନୂତନ ଯାନ ଓ ସମ୍ପତ୍ତିର କିଣିବା ନେଇ ଯୋଗ ରହିଛି । ଅବିବାହିତ ବ୍ୟକ୍ତିମାନେ ବିବାହ କରିପାରନ୍ତି ।

ସିଂହ ରାଶି- ନୂତନ ବର୍ଷ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆନନ୍ଦଦାୟକ ରହିବ । ବର୍ଷ ଆରମ୍ଭ ହେବା ମାତ୍ରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ । କ୍ୟାରିୟର ପାଇଁ ଏକ ସମୟ ଅନୁକୂଳ ଅଟେ । ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ସୁଖମୟ ହେବ । ବିନିଯୋଗରୁ ଲାଭ ମିଳିବ । ଅଟକି ରହିଥିବା କାମ ପୂରଣ ହେବ ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

କୁମ୍ଭ ରାଶି- ଶନି କୁମ୍ଭ ରାଶିର ସ୍ବାମୀ ହୋଇଥିବାରୁ ଆଗାମୀ ବର୍ଷ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଦାୟୀ ପ୍ରମାଣିତ ହେବ। ୨୦୨୪ରେ ଶନି କୁମ୍ଭ ରାଶିରେ ଅବସ୍ଥାନ କରିବେ। ସେପଟେ ଉଭୟ ଶୁକ୍ର ଓ ଶନି ମିତ୍ର ଗ୍ରହ ଅଟନ୍ତି । ଏପରି ସ୍ଥିତିରେ ଉଭୟ ଗ୍ରହର ପ୍ରଭାବ ଯୋଗୁଁ କୁମ୍ଭର ରାଶି ବ୍ୟକ୍ତି ବିଶେଷଙ୍କୁ ବିଶେଷ ସୁବିଧା ମିଳିବ। ଫଳରେ ବ୍ୟବସାୟରେ ଅଗ୍ରଗତି ହେବ । କର୍ମ କ୍ଷେତ୍ରରେ ପଦୋନ୍ନତି । ଆୟରେ ବୃଦ୍ଧି। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।

ଅଧିକ ପଢନ୍ତୁ :୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ୩ଟି ରାଜଯୋଗ, ନୂଆ ବର୍ଷରୁ ମାଲେମାଲ୍ ହେବେ ଏହି ୪ ରାଶି

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story