ନିଆରା ପ୍ରତିବାଦ: ସାଂସଦଙ୍କ ଗାଁକୁ ନାହିଁ ପକ୍କା ରାସ୍ତା, କାଦୁଅ ରାସ୍ତାରେ ଧାନ ରୋଇଲେ ଲୋକେ
 

Villagers stage unique protest demanding construction of road in Nabarangpur district odisha
ନିଆରା ପ୍ରତିବାଦ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଏଭଳି ଏକ ନିଆରା ପ୍ରତିବାଦ, ହଁ ଆଜ୍ଞା ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବହୁବାର ଗୁହାରି କରିବା ପରେ ଗାଁ ଲୋକେ ଏଭଳି ନିଷ୍ପତି ନେଇଛନ୍ତି । ତେଣୁ ପ୍ରତିବାଦରେ କାଦୁଅ ରାସ୍ତାରେ ଧାନ ରୋଇଲେ ଲୋକେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀଗାଁର।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ସବୁଠାରୁ ବଡ କଥା ହେଉଛି ଏହି ଗାଁ ହେଉଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କର । ଏହି ରାସ୍ତା ଉପରେ ନିର୍ଭର କରନ୍ତି ପାଟଖଲିଆ, ଦଲବେଡ଼ା ଓ ଚନ୍ଦାହାଣ୍ଡି ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ। ରାସ୍ତା ଖରାପ ଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସୂଚନା ମୁତାବକ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ବିଧାୟକ ଓ ସାଂସଦ ପାଖରେ ସେମାନେ ଅଭିଯୋଗ କରିଥିଲେ। ରାସ୍ତା ପାଇଁ ଜୁନ ୧ରେ ନିଜେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ୩ ମାସ ବିତି ଯାଇଥିଲେ ମଧ୍ୟ ଏଯାଏ ରାସ୍ତା ତିଆରି ହୋଇପାରିଲା ନାହିଁ। 

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ତେଣୁ ଲୋକେ ରାଗରେ ରାସ୍ତାରେ ଧାନ ରୋଇଛନ୍ତି। ଆଗାମୀ ଦିନରେ ରାସ୍ତା ସମସ୍ୟାର ସମାଧାନ ନହେଲେ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ କହିଛନ୍ତି, ଆର୍‌ଡି ଏହି ରାସ୍ତା ନିର୍ମାଣ ଦାୟିତ୍ୱ ନେଇଛି। ଏଥିପାଇଁ ପାଣ୍ଠି ମଧ୍ୟ ମିଳିସାରିଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story