ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ 
 

Sanjeeb Panda Appointed Twin-City Police Commissioner In IPS Reshuffle By Odisha Govt
ସଞ୍ଜିବ ପଣ୍ଡା ହେଲେ ଭୁବନେଶ୍ବର-କଟକ ଟୁଇନ୍‌ ସିଟି ପୁଲିସ କମିସନର

ଓଡ଼ିଆ ଗସିପ୍ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ ପୁଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଇଥିବା ବେଳେ ସଂଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି।

ବିଜ୍ଞପ୍ତି ଅନୁସାରେ, ଗୃହ ବିଭାଗର ସ୍ୱେଶାଲ ସେକ୍ରେଟାରୀ ଥିବା ସନ୍ତୋଷ ବାଳାଙ୍କୁ ଓଡ଼ିଶା ପୋଲିସ ଗୃହ ନିର୍ମାଣ ଉନ୍ନୟନ କର୍ପୋରେସନର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ରେଞ୍ଜ ଆଇଜି ହିମାଂଶୁ ଲାଲଙ୍କୁ ସମ୍ବଲପୁରକୁ ବଦଳି କରାଯାଇଥିବା ବେଳେ ଆଇଜି ସମ୍ବଲପୁର ଦୀପକ କୁମାରଙ୍କୁ ଆଇଜି ତାଳଚେର ଓ ଅନୁଗୁଳ ପିଟିସିର ପ୍ରିନସପାଲ ଭାବେ ଅବସ୍ଥାପିତ କରାଯାଇଛି । 

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇଙ୍କୁ ବାଲେଶ୍ୱର, ଏସଟିଏଫ ଆଇଜି ଜୟନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଆଇଜି ବଦଳି କରାଯାଇଛି । ଏଥିସହିତ ତାଙ୍କୁ ଇଓଡବ୍ଲ୍ୟୁ ଓ ଏସଟିଏଫର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏଥିସହିତ ପୁରୀ ଏସପି କନୱାର ବିଶାଲ ସିଂଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଥିବା ବେଳେ କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଅବସ୍ଥାପିତ କରାଯାଇଛି । 

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ପୋଲିସ ମୁଖ୍ୟାଳୟରେ ଥିବା ବି, ଯୁଗୋଳ କିଶୋର କୁମାରଙ୍କୁ କେନ୍ଦ୍ରପଡା ଏସପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ କେନ୍ଦ୍ରାପଡା ଏସପି ଏମ. ସନ୍ଦୀପ ସମ୍ପଦଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି । ରାୟଗଡା ଏସପି ବିବେକାନନ୍ଦ ଶର୍ମାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି ଢେଙ୍କାନାଳ ଏସପି (ଓପିଏସ୍‌) ଜ୍ଞାନରଂଜନ ମହାପାତ୍ରଙ୍କୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଥିବା ବେଳେ ସୋନପୁର ଏସପି ଅମରେଶ ପଣ୍ଡାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

Sanjeeb Panda Appointed Twin-City Police Commissioner

ଅଧିକ ପଢନ୍ତୁ : କାହ୍ନାକୁ ପାଇବା ପାଇଁ ଚିଠି ଲେଖିଲେ ବର୍ଷା...

ଦେବଗଡ ଏସପି ପିକେ ମିଶ୍ରଙ୍କୁ ଏସଆରପି ରାଉରକେଲାକୁ ବଦଳି କରାଯାଇଛି । ସ୍ପେଶାଲ ବ୍ରାଞ୍ଚ ଏସପି ରାମ ପ୍ରସାଦ ସାହୁଙ୍କୁ ଦେବଗଡ ଏସପି ଭାବେ ବଦଳି କରାଯାଇଛି । ଜୟପୁର ଏସଡିପିଓ ହରିଶ ବିସିଙ୍କୁ ରାୟଗଡା ଏସପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବାଲିଗୁଡା ଏସଡିପିଓ ୟସପ୍ରତାପ ଶ୍ରୀମଲଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story