କାହ୍ନାକୁ ପାଇବା ପାଇଁ ଚିଠି ଲେଖିଲେ ବର୍ଷା...
 

A Love Letter Found From Maa Samaleswari Temple Hundi
ମାଆ ସମଲେଇଙ୍କୁ ଲଭ୍ ଲେଟର 
 

ଓଡ଼ିଆ ଗସିପ୍ ବ୍ୟୁରୋ: ସମଲେଶ୍ଵରୀ ମନ୍ଦିର ହୁଣ୍ତିରୁ ବାହାରିଲ‍ା ପ୍ରେମ ପତ୍ର । ମାଆଙ୍କ ହୁଣ୍ଡୀରୁ ଟଙ୍କା ବାହାର କରି ଗଣିଲା ବେଳେ ବାହାରିଲା ପ୍ରେମ ଚିଠି। ସୂଚନା ଥାଉ କି ଦୁଇ ତିନି ମାସର ଆନ୍ତରାଳ ରେ ମା ସମଲେଶ୍ୱରୀ ଙ୍କ ଦାନ ହୁଣ୍ଡୀ ଖୋଲା ଯାଇଥାଏ। ହେଲେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିରରେ ମାଁଙ୍କ ଦାନ ହୁଣ୍ଡି କୁ ବର୍ତମାନ ଖୋଲାଯାଇଥିଲା । ଦାନହୁଣ୍ଡିରୁ ୫ ଲକ୍ଷ ୬୮ ହଜାର ୧୧୫ ଟଙ୍କା ସହ ସୁନା ଅଲଙ୍କାର ମଧ୍ୟ ମିଳିଥିଲା । 

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଆସନ୍ତା ୨୭ ତାରିଖ ମାଁ ସମଲେଶ୍ଵରୀ ମନ୍ଦିର ପାଇଁ ସମଲେଇ ଯୋଜନା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବା ପୂର୍ବରୁ ଏହି ଦାନହୁଣ୍ଡି ଖୋଲା ଯାଇଛି। ତେବେ ହୁଣ୍ଡିରେ ଗଣତି ସମୟରେ ଜଣେ ପ୍ରେମିକାର ସଫଳ ପାଇଁ ମାଁ ସମଲେଶ୍ୱରୀ ଙ୍କୁ ଲେଖିଥିବା ପ୍ରେମପତ୍ର ମିଳିଛି। ନିଜର ପ୍ରେମ କିଭଳି ସଫଳ ହେବ ସେନେଇ ଯୁବତୀ ଜଣକ ପତ୍ର ଲେଖିଛନ୍ତି।

ଅଧିକ ପଢନ୍ତୁ :ଏହି ରାଶି ପାଇଁ ଦିନଟି କଷ୍ଟ ଦାୟକ ରହିବ ଓ କଠିନ ପରିଶ୍ରମ ସତ୍ତ୍ବେ ଆଶାଜନକ ଫଳ ମିଳିବ ନାହିଁ, ପଢନ୍ତୁ ରାଶିଫଳ 

ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପ୍ରେମପତ୍ର ଲେଖିଛନ୍ତି । କାହ୍ନା ସହ ତାଙ୍କର ବାହାଘର ହୋଇଯାଉ ଓ ଉଭୟେ ଏକା ସାଙ୍ଗରେ ବିବାହ ପରେ ମାଙ୍କ ଦର୍ଶନ ପାଇଁ ଆସିବେ ବୋଲି ପ୍ରେମପତ୍ରରେ ଲେଖିଛନ୍ତି ବର୍ଷା । ଏହା ସହ ସେ କାହ୍ନାକୁ କେତେ ଭଲ ପାଆନ୍ତି ତାହା ବି ପ୍ରେମପତ୍ରରେ ଉଲ୍ଲେଖ ରହିଛି ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story