ଏହି ରାଶି ପାଇଁ ଦିନଟି କଷ୍ଟ ଦାୟକ ରହିବ ଓ କଠିନ ପରିଶ୍ରମ ସତ୍ତ୍ବେ ଆଶାଜନକ ଫଳ ମିଳିବ ନାହିଁ, ପଢନ୍ତୁ ରାଶିଫଳ 
 

Horoscope for Wednesday 24 january 2024
ପଢନ୍ତୁ ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ....

ମେଷ: ବ୍ୟବସାୟ ଲାଭଜନକ ରହିବ। ଘରକୁ ଅତିଥିଙ୍କ ଆଗମନ ହେବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ପରିବାରର ସହଯୋଗ ମିଳିବ।

ବୃଷ: ଦିନଟି ଯନ୍ତ୍ରଣାଦାୟକ ରହିବ। କଠିନ ପରିଶ୍ରମ ସତ୍ତ୍ବେ ଆଶାଜନକ ଫଳ ମିଳିବ ନାହିଁ। ଅର୍ଥ ନିବେଶ ଲାଗି ଉପଯୁକ୍ତ ସମୟ। କୌଣସି କାମ ସମସ୍ୟା ସୃଷ୍ଟି କରିବ। ଧାର କରଜରୁ ନିବୃତ୍ତ ରହିବେ।

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ମିଥୁନ: ଜୀବନସାଥୀଙ୍କ ପାଇଁ କୌଣସି ନୂଆ ଜିନିଷ କିଣିବେ। ବନ୍ଧୁଙ୍କ ସହ ବ୍ୟବସାୟ ସମ୍ବନ୍ଧୀୟ ଆଲୋଚନା କରନ୍ତୁ ନାହିଁ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବନ୍ଧୁ ଆର୍ଥିକ ସହାୟତା ଲୋଡ଼ିବେ।

କର୍କଟ: ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରିକୁ ନେଇ ଶୁଭ ଖବର ମିଳିବ। ଘର କିମ୍ବା ଜାଗାବାଡ଼ି କିଣିବା ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

ସିଂହ: ଦିନଟି ସକାରାତ୍ମକ ଫଳ ପ୍ରଦାନ କରିବ। ଅଫିସ୍‌ରେ ପରିଶ୍ରମ ଅନୁସାରେ ଫଳ ମିଳିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ସୃଷ୍ଟି ହେବ।

କନ୍ୟା: ସମସ୍ୟାର ସମାଧାନ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର। ନୂଆ ଯାନବାହନ କିଣିବାର ସ୍ବପ୍ନ ପୂରଣ ହେବ। ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ନେଇ ଅଫିସ୍‌ ସମସ୍ୟାର ସମାଧାନ କରିବେ।

ତୁଳା: ଉଧାର ଅର୍ଥ ଫେରି ପାଇବେ। ବନ୍ଧୁଙ୍କ ସହାୟତାରେ କୌଣସି ନୂଆ କାମ ମିଳିବ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହେବ।

ବିଛା: ଦିନଟି ବ୍ୟସ୍ତତା ଭିତରେ କଟିବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିପାରିବେ ନାହିଁ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଦୂରସ୍ଥାନକୁ ଯାତ୍ରାଯୋଗ ଅଛି।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଧନୁ: କଠିନ ପରିଶ୍ରମ ସହ କାର୍ଯ୍ୟ କରିବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ଏକସଙ୍ଗରେ ଅନେକ କାର୍ଯ୍ୟ କରିବାର ସୁଯୋଗ ମିଳିବ। ପାରିବାରିକ ସମସ୍ୟା ଦୂର ହେବ।

ମକର: ନୂଆ ଯୋଜନାକୁ ନେଇ ବାପାଙ୍କ ସହ ଆଲୋଚନା କରିବେ। ଜୀବନସାଥୀଙ୍କଠାରୁ ଉପହାର ମିଳିବ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ। ଘରେ ଭୋଜିଭାତର ଆୟୋଜନ କରିବେ।

କୁମ୍ଭ: ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ସମାଜସେବା ଦ୍ବାରା ପ୍ରତିଷ୍ଠା ବଢ଼ିବ। ପୈତୃକ ସମ୍ପତ୍ତିରୁ ଧନ ଲାଭ ହେବ। ସୃଜନାତ୍ମକ କାମ ପ୍ରତି ଆଗ୍ରହ ବଢ଼ିବ।

ମୀନ: ରାଜନୈତିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଅଫିସ୍‌ରେ ଦାୟିତ୍ବର ସହ କାର୍ଯ୍ୟ ତୁଲାଇବେ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ସମ୍ପର୍କରେ ଶିକ୍ଷକଙ୍କ ସହ ଆଲୋଚନା କରିବେ। ପରିଶ୍ରମର ଉଚିତ ଫଳ ମିଳିବ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story