ଆସନ୍ତା ୩ ଦିନ ପ୍ରବଳ ବର୍ଷା! ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି
 

Rainfall alert to odisha for 3 days
ଆସନ୍ତା ୩ ଦିନ ପ୍ରବଳ ବର୍ଷା!

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ପାଗ ଜାରି ରହିବ। ବିଶେଷ କରି ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଥିବାରୁ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି। 

ଆଧିକ ପଢନ୍ତୁ : ୩୦ ବର୍ଷ ପରେ ହେବାକୁ ଯାଉଛି ଶନି-ଶୁକ୍ରଙ୍କ ମହାମିଳନ, ୩ ରାଶିଙ୍କ ଲାଗି ଆରମ୍ଭ ହେଲା ଶୁଭଦିନ!

ଆସନ୍ତା ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୪ ଜିଲ୍ଲା ହେଉଛି ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସହ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବୌଦ୍ଧ, ଅନୁଗୁଳ ଓ ଢେ଼ଙ୍କାନାଳ।

ରାଜଧାନୀ ଭୁବନେଶ୍ବରରେ ବର୍ଷା ହୋଇଛି । ଗୁରୁବାର ଅପରାହ୍ନରେ ଭୁବନେଶ୍ବରରେ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଶୁକ୍ରବାର ସକାଳୁ ଅନେକ ସ୍ଥାନରେ କୋହଲା ପାଗ ରହିଛି, ଏହାସହ କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି। 

ଆଧିକ ପଢନ୍ତୁ :ଶିବର ଅର୍ଥ କ’ଣ ଓ କାହିଁକି ପାଳନ ହୁଏ ‘ମହାଶିବରାତ୍ରୀ’ ଏବଂ ଏହି ରାତ୍ରର ମହତ୍ତ୍ବ କ’ଣ? ଜାଣନ୍ତୁ ସଂକ୍ଷେପରେ 

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁରରେ ମଧ୍ୟମ ଧରଣର ବର୍ଷା ହେବ। ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି।

ଆଧିକ ପଢନ୍ତୁ :ଅଚାନକ ଖୁସି ଖବର ମିଳିବା ସହ ଆଜିର ଦିନଟି ଏମାନଙ୍କ ପାଇଁ ବହୁତ ଶୁଭ! ପଢନ୍ତୁ ଆଜିର ରାଶିଫଳ  

ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବକି ଠାରୁ କମ୍ ରହିବ। ୧୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଥିଲା । ୩୮ ଡିଗ୍ରୀ ସହ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଥିଲା ।

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 

Share this story