ଶିବର ଅର୍ଥ କ’ଣ ଓ କାହିଁକି ପାଳନ ହୁଏ ‘ମହାଶିବରାତ୍ରୀ’ ଏବଂ ଏହି ରାତ୍ରର ମହତ୍ତ୍ବ କ’ଣ? ଜାଣନ୍ତୁ ସଂକ୍ଷେପରେ 
 

Significance of Maha Shivratri
କାହିଁକି ପାଳନ ହୁଏ ‘ମହାଶିବରାତ୍ରୀ’
 

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀ ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଧଶୀ ତିଥିରେ ପାଳନ କରାଯାଏ। ଚଳିତ ବର୍ଷ ଏହି ଉତ୍ସବ ମାର୍ଚ୍ଚ ୮ଶୁକ୍ରବାର ଦିନ ପାଳନ କରାଯାଉଛି। ଶିବ ଭକ୍ତମାନେ ଏହି ଦିନକୁ ଅତି ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ପୂରାଣ ଅନୁଯାୟୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ମହାଶିବରାତ୍ରୀ ଦିନ ହୋଇଥିଲା। ଏହି ଦିନ ଉପବାସ ରଖିବା ଏବଂ ରୀତିନୀତି ଅନୁଯାୟୀ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ।

ଶିବର ଅର୍ଥ ‘କଲ୍ୟାଣକାରୀ’ ବା ‘ଶୁଭକାରୀ’। ଯଜୁର୍ବେଦରେ ଶିବଙ୍କୁ କୁହାଯାଇଛି ‘ଶାନ୍ତିଦାତା’। ‘ଶି’ର ଅର୍ଥ ‘ପାପକୁ ନାଶ କରିବା’ ଓ ‘ବ’ର ଅର୍ଥ ‘ଦାତା’। ତେବେ ମହାଦେବଙ୍କର ସବୁଠୁ ବଡ଼ ଉତ୍ସବ ହେଉଛି ‘ମହାଶିବରାତ୍ରୀ।’ 

ଏହିଦିନ ଶିବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ଅନ୍ୟପଟେ ଶିବରାତ୍ରୀ ଓ ମହାଶିବରାତ୍ରୀ ଭିନ୍ନ ଭିନ୍ନ ମାସ ଓ ଦିନରେ ପଡ଼ିଥାଏ। ତେବେ ଅନେକ ଏକଥା ଜାଣନ୍ତି ନାହିଁ ‘ଶିବରାତ୍ରୀ’ ଓ ‘ମହାଶିବରାତ୍ରୀ’ ମଧ୍ୟରେ ପାର୍ଥକ୍ୟ କ’ଣ? ହିନ୍ଦୁ ପୁରାଣ ଶାସ୍ତ୍ରରେ ଭଗବାନ ଭୋଳାଶଙ୍କରଙ୍କ ମହିମା ସମ୍ପର୍କରେ ରହିଛି ଅନେକ ବର୍ଣ୍ଣନା । ଶିବଙ୍କ ମହିମା ଓ ଶିବରାତ୍ରୀର ତାତ୍ପର୍ଯ୍ୟକୁ ନେଇ ଏହି ଉପସ୍ଥାପନା।

ଆଧିକ ପଢନ୍ତୁ :ଅଚାନକ ଖୁସି ଖବର ମିଳିବା ସହ ଆଜିର ଦିନଟି ଏମାନଙ୍କ ପାଇଁ ବହୁତ ଶୁଭ! ପଢନ୍ତୁ ଆଜିର ରାଶିଫଳ  

ଶିବ ପରମାତ୍ମା ପରଂବ୍ରହ୍ମ । ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥ୍ୟରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଭକ୍ତମାନେ ଉପବାସ ପାଳନ କରି ମହାଦେବଙ୍କ କୃପା ଲାଭ କରିଥାନ୍ତି ।

ମହାଶିବରାତ୍ରୀ ଅବସରରେ ଓଡ଼ିଶାର ପ୍ରତ୍ୟେକ ଶୈବପୀଠ ଏବଂ ଭାରତର ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କଠାରେ ବିଶେଷ ଆଳତି ଓ ଭୋଗ ଲାଗି କରାଯାଏ। ଶିବରାତ୍ରୀଦିନ ବ୍ରତଧାରୀମାନେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ସାରା ଉଜାଗର କରିବାର ରହିଛି।ତେଣୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ ଶିବରାତ୍ରୀ ପୂଜାକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଇଥାଏ। 

ପ୍ରଥମ ପ୍ରହର ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ, ଦ୍ୱିତୀୟ ପ୍ରହର ପରବର୍ତ୍ତୀ ସମୟରେ ଦହିରେ, ତୃତୀୟ ପ୍ରହର ଘୋର ରାତ୍ର ସମୟରେ ମହୁରେ ଚତୁର୍ଥ ପ୍ରହରରେ ଘୃତରେ ଅଭିଷେକ କରାଯାଏ। ଏହି ରାତ୍ରୀର ଶେଷ ପ୍ରହର ସମୟରେ ମନ୍ଦିରର ଚୂଡ଼ାଦେଶକୁ ମହାଦୀପ ଉଠାଯାଏ। ତାହାକୁ କରି ଭକ୍ତମାନେ ଆତ୍ମତୃପ୍ତି କରିଥାନ୍ତି କେବଳ ଏହି ଗୋଟିଏ ଦିନ ଭଗବାନ ଶିବଙ୍କୁ କେତକୀଫୁଲରେ ଶିବରାତ୍ରି ଅର୍ଥାତ୍ ଶିବଙ୍କ ରାତ୍ରୀ ପୌରାଣିକ କଥା ଅନୁସାରେ, ଏହି ଦିନ ଶିବ ଓ ପାର୍ବତୀଙ୍କ ବିବାହ ହୋଇଥିଲା । 

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଆଉ କିଛି ପୌରାଣିକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ବାରା ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଜୀବନରକ୍ଷା କରିଥିଲେ ଦେବ ଦେବ ମହାଦେବ । କିନ୍ତୁ ବିଷର ଜ୍ଵାଳାରେ ସେ ମୂର୍ଚ୍ଛା ଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ବ୍ରହ୍ମା, ବିଷ୍ଣୁ ଆଦି ଦେବଗଣ ନିଶି ଦିବସ ଉଜାଗର ରହି ତାଙ୍କ ମସ୍ତକରେ ଚନ୍ଦନ କର୍ପୂର ଆଦି ବିଭିନ୍ନ ଶୀତଳକାର ସାମଗ୍ରୀ ତଥା ଜଳଲାଗି କରିବାରୁ ମହାଦେବଙ୍କର ପୁନଶ୍ଚ ଚେତା ଫେରିଆସିଥିଲା ।

ବିଷ୍ଣୁ ଉକ୍ତ ଦିନଟି ସମ୍ପର୍କରେ ପ୍ରଜାପିତା ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ଏହି ଦିବସଟିକୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୋଲି କହିଥିଲେ। ସେହିଦିନ ଅନୁଯାୟୀ, ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି। ଆଉ କେତେକ ପୌରାଣିକ ମତବାଦ ଅନୁସାରେ, ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ‘ଲିଙ୍ଗ’ ଭାବରେ ଆବିର୍ଭୂତ ହୋଇଥିବାରୁ ଏହାକୁ ମହାଶିବରାତ୍ରୀ ଭାବରେ ପାଳନ କରାଯାଏ । 

ଆଧିକ ପଢନ୍ତୁ : ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବା ସହ ଦୂର ହେବ ଆର୍ଥିକ ସଙ୍କଟ!

ଶିବରାତ୍ରୀ ସମ୍ପର୍କିତ ଆଉ ଏକ ପୌରାଣିକ ଖବର ମହାଭାରତ ସହିତ ଜଡ଼ିତ। ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ମହାଶିବରାତ୍ରୀ ପାଳନ ସମ୍ପର୍କରେ କହିଥିଲେ। ସୁସ୍ଵର ନାମରେ ଜଣେ ଶିକାରୀ, ବଣରେ ବୁଲୁବୁଲୁ ସନ୍ଧ୍ୟା ହୋଇଗଲା। ସେ ନିଜ ଘରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ବେଲଗଛ ଉପରକୁ ଚଢ଼ିଗଲେ। ରାତି ସାରା ଉଜାଗର ରହି ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଭାବି ଲୁହ ଝରାଇବାକୁ ଲାଗିଲେ। ତାଙ୍କ ଅଜାଣତରେ ସେହି ଲୁହ ଓ ବିଲ୍ଵ ପତ୍ର ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡ଼ୁଥିଲା। 

କିଛି ବର୍ଷ ପରେ ତାଙ୍କର ମୃତ୍ୟୁ ହେବାରୁ ତାଙ୍କର ଶିବଲୋକ ପ୍ରାପ୍ତ ହେଲା। ସେଦିନ ଥିଲା ଶିବରାତ୍ରୀ। ଅଜ୍ଞାତରେ ହେଲେ ମଧ୍ୟ ସେ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଲୋକ ପ୍ରାପ୍ତିର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ। ତେଣୁ ଶିବରାତ୍ରୀ ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ନିଷ୍ଠାର ସହିତ ଶିବରାତ୍ରୀ ଉପବାସ ଓ ଅଖଣ୍ଡଦୀପ ପ୍ରଜ୍ବଳନ କଲେ ଜୀବନର ଜୀବନର ସମସ୍ତ ପାପତାପ ଦୂର ହୋଇଥାଏ ବିଶ୍ଵାସ ରହିଛି। ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ଫୁଲ, ଫଳ ଅର୍ପଣ କରିବା ସହ ଉଜାଗର ରହିଥାନ୍ତି। ପରଦିନ ପ୍ରଭାତରୁ ସାନ୍ନ କରି ଶିବ ଦର୍ଶନ ଓ ଶିବ ପାଦୋଦନ ସେବନ ପରେ ଶିବରାତ୍ର ବ୍ରତ ସମାପନ ହୋଇଥାଏ।

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 

Share this story