ଅଚାନକ ଖୁସି ଖବର ମିଳିବା ସହ ଆଜିର ଦିନଟି ଏମାନଙ୍କ ପାଇଁ ବହୁତ ଶୁଭ! ପଢନ୍ତୁ ଆଜିର ରାଶିଫଳ  
 

Horoscope for friday 8th March 2024
ପଢନ୍ତୁ ଆଜିର ରାଶିଫଳ  
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିେବ। ସ୍ବାସ୍ଥ୍ୟ ମଧ୍ୟମ ରହିବ। ମହିଳାମାନେ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହେବେ। ଗ୍ରହରିଷ୍ଟ ପାଇଁ ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରନ୍ତୁ।

ବୃଷ: ପରିବାରରେ ହସ ଖୁସି ଲାଗି ରହିବ। ଅଯଥା କଳି ଝଗଡାକୁ ଦୂରେଇ ରୁହନ୍ତୁ। ନୂତନ ଜମି ତଥା ଯାନବାହନ କ୍ରୟ କରିପାରନ୍ତି। ପ୍ରେମ ବ୍ୟପାରରେ ସଫଳତା ମିଳିବ। ଦାନଧର୍ମ କରନ୍ତୁ।

ମିଥୁନ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଚିନ୍ତା କରୁଥିବା ଦିଗରୁ ଧନପ୍ରାପ୍ତି ହେବ। ମଧୁର କଥା କହି ଲୋକଙ୍କ ମନ କିଣିବେ। କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ।

ଆଧିକ ପଢନ୍ତୁ : ୩୦ ବର୍ଷ ପରେ ହେବାକୁ ଯାଉଛି ଶନି-ଶୁକ୍ରଙ୍କ ମହାମିଳନ, ୩ ରାଶିଙ୍କ ଲାଗି ଆରମ୍ଭ ହେଲା ଶୁଭଦିନ!

କର୍କଟ: ଅଚାନକ ଖୁସି ଖବର ମିଳିବ। ସନ୍ତାନଙ୍କ ସଫଳତା ପାଇଁ ଅଭିଭାବକ ଖୁସି ହେବେ। ଜମିଜମା ବିବାଦର ସମାଧାନ ହେବ। ଅନ୍ୟକୁ ଉଧାର ଦେଇ ହଇରାଣରେ ପଡ଼ିପାରନ୍ତି।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ। ଯେଉଁମାନେ ନୂଆ କରି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ବର୍ତ୍ତମାନ ଅନୁକୂଳ ସମୟ। ଅଟକି ଥିବା କାର୍ଯ୍ୟ ପୂରା ହେବ। ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ।

କନ୍ୟା: ଅଫିସ୍‌ କାର୍ଯ୍ୟକୁ ନେଇ ଚିନ୍ତିତ ରହିେବ। ଅଜଣା ଭୟ ରହିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। କଳିଝଗଡ଼ା ଠାରୁ ଦୂରେଇ ରୁହନ୍ତୁ।

ତୁଳା: କର୍ମକ୍ଷେତରେ ପ୍ରଶଂସିତ ହୋଇପାରନ୍ତି। ଦୂରଯାତ୍ରା ଯୋଗ ରହିଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ପ୍ରେମ ବ୍ୟପାରରେ ସଫଳ ହେବେ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ। ତମ୍ବାର ବସ୍ତୁ ଦାନ କରିପାରିବେ।

ବିଛା: ଚାକିରିରେ ପଦୋନ୍ନତି ଯୋଗ ରହିଛି। ଉଚ୍ଚଅଧିକାରୀଙ୍କ ଆଶୀର୍ବାଦ ମିଳିବ। ପରୀକ୍ଷାର୍ଥୀଙ୍କ ପାଇଁ ଦିନଟି ଭଲ। ଅତିଥି ସତ୍କାର କରିବେ। ମହିଳାମାନଙ୍କୁ ଗୁରୁଦାୟିତ୍ବ ମିଳିବ।

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଧନୁ: ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ଦାମ୍ପତ୍ୟଜୀବନ ସୁଖମୟ ହେବ। ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ।

ମକର: ନିଜ ଲୋକ ଶତ୍ରୁ ସାଜିପାରନ୍ତି। ସଫଳତା ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ମହିଳାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ।

କୁମ୍ଭ: ଗୁରୁଜନଙ୍କ ଆଶୀର୍ବାଦ ଦେଇ କାର୍ଯ୍ୟ ଆରମ୍ଭ କରନ୍ତୁ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ପିଲାମାନେ ପାଠ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବେ । ଗ୍ରହ ଖଣ୍ଡନ ପାଇଁ ଧାନଧର୍ମ କରନ୍ତୁ ।

ମୀନ: ବ୍ୟକ୍ତିଗତ ମାମଲାକୁ ନେଇ ଚିନ୍ତା ବଢ଼ିବ। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।ରାଜନୀତିରେ ସକ୍ରିୟ ରହିେବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 
 

Share this story