ଘୋର ଅଘଟଣ! ଦଣ୍ଡ ନାଚ ଚାଲିଥିବା ବେଳେ ଦଣ୍ଡୁଆଙ୍କ ମୃତ୍ୟୁ, ହଠାତ୍ କାଳବୈଶାଖୀ ଆସି...
 

One Dandua die from an electric shock
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦଣ୍ଡ ନାଚ ଚାଲିଥିଲା ଓ ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ମଧ୍ୟ ଥିଲା । ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ଓ ଠିକ ଏହି ସମୟରେ ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ ଦଣ୍ଡୁଆ। ଆଉ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆ ଜଣଙ୍କର ମୃତ୍ୟୁ ହୋଇଛି । 

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡ଼ରୁକୁମ୍ପା ନିକଟ ଦଳ ପଡା ଗାଁରେ । ସୂଚନା ଅନୁସାରେ ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁରେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ଦଣ୍ଡ ଦଳ ଦଳପଡା ଗାଁକୁ ଆସି ଦଣ୍ଡ ନାଚ କରୁଥିଲେ ଓ ସୋମବାର ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାପବନ ହୋଇଥିଲା ଓ ଯାହାଫଳରେ କିଛି ସମୟ ଯାଏ ଦଣ୍ଡ ନାଚ ବନ୍ଦ ହୋଇଥିଲା । 

ଆଧିକ ପଢନ୍ତୁ : ପାଣି ପିଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ଆଜି ହିଁ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଏହି ସମୟରେ ସେହି ଦଣ୍ଡୁଆ ମାନଙ୍କ ମଧ୍ୟରୁ ଜଣେ ଦଣ୍ଡୁଆ ବର୍ଷାରେ ଓଦା ହୋଇଯାଇଥିବା ବିଦ୍ୟୁତ ତାରକୁ ଖୋଲିବାକୁ ଯାଇଥିଲେ । ବିଦ୍ୟୁତ ତାର ଖୋଲିବା ସମୟରେ ହଠାତ ବିଦ୍ୟୁତ ତାର ସସ୍ପର୍ଶରେ ଆସି ଦଣ୍ଡୁଆ ଜଣଙ୍କ ଅଚେତ ହୋଇତଳେ ପଡିଯାଇଥିଲେ । ପରେ ଅନ୍ୟ ଦଣ୍ଡୁଆ ମାନଙ୍କ ସହ ଗ୍ରାମବାସୀ ଏକ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଆଧିକ ପଢନ୍ତୁ : କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବା ସହ ଅପ୍ରିୟ ସତ କହି ହଇରାଣରେ ପଡ଼ିବେ! ପଢନ୍ତୁ ଆଜିର ରାଶିଫଳ 

ମୃତକ ଦଣ୍ଡୁଆ ଜଣଙ୍କର ନାଁ ପ୍ରଭାତ କହଁର ବୋଲି ଜଣାପଡ଼ିଥିବା ବେଳେ ସେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ବୋଲି ଜଣାପଡିଛି।  ତେବେ ଖବର ପାଇଁ ଖଜୁରୀପଡା ପୁଲିସ ମେଡ଼ିକାଲରେ ପହଞ୍ଚି ଦୁର୍ଘଟଣା ଜନିତ ଏକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Share this story