କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବା ସହ ଅପ୍ରିୟ ସତ କହି ହଇରାଣରେ ପଡ଼ିବେ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Wednesday 10th April 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ସଫଳତା ହାସଲ କରିବେ। ଆର୍ଥିକ ମାମଲାରେ ଉନ୍ନତି ହେବ। ଜଣେ ମହିଳାଙ୍କ ସହଯୋଗରେ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଜୀବନରେ ସୁଖଶାନ୍ତି ଲାଗି ରହିବ।

ବୃଷ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ମାନ ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ମାମଲା ପାଇଁ ଦିନଟି ଭଲ। ପରିବାରରେ ହସ ଖୁସି ଲାଗି ରହିବ। ଅପ୍ରିୟ ସତ କହି ହଇରାଣରେ ପଡ଼ିପାରନ୍ତି।

ମିଥୁନ: ଶୁଭ ଖବର ପାଇଁ ମନ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମହିଳାମାନଙ୍କର କାମ ଚାପ ରହିବ। କୋର୍ଟ କଚେରୀ ମାମଲାରେ ଅଧିକ ଧାଁ ଧଉଡ଼ କରିବାକୁ ପଡ଼ିପାରେ।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

କର୍କଟ: ଧନବୃଦ୍ଧି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ବ ପାଇପାରନ୍ତି। ପ୍ରେମ ବ୍ୟାପାରରେ ସଫଳ ହେବେ। ଜୀବନରେ ସୁଖ–ସମୃଦ୍ଧି ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ଠିକ୍‌ ରହିବ।

ସିଂହ: ନୂତନ ଯାନବାହନ କ୍ରୟ ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଖୁସି ଖବର ପାଇପାରନ୍ତି। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

କନ୍ୟା: ସମସ୍ୟାରେ ପଡ଼ିପାରନ୍ତି। ସତର୍କତା ସହିତ କାମ କରନ୍ତୁ। ଅଧିକ ଚିନ୍ତା କରନ୍ତୁନି। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବର ପାଇ ଖୁସି ହେବେ। ପୂଜାର୍ଚ୍ଚନା କରନ୍ତୁ।

ତୁଳା: ପରିଶ୍ରମର ଫଳ ମିଳିବ। ଶିକ୍ଷାକ୍ଷେତ୍ରରେ ଯଶସ୍ବୀ ହେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ଯାନବାହନ ଚଳାଚଳ ସମୟରେ ସତର୍କ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଆଧିକ ପଢନ୍ତୁ : ପାଣି ପିଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ଆଜି ହିଁ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟରେ କ୍ଷତି ସହିବେ। ଖର୍ଚ୍ଚ ବଢ଼ିବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ଧନୁ: କୌଣସି କଥାକୁ ନେଇ ଚିନ୍ତା କରିବେ। ପରିବାରଲୋକଙ୍କ ସହଯୋଗ ମିଳିବ। ବନ୍ଧୁଙ୍କୁ ଉପହାର ପ୍ରଦାନ କରିବେ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ। ଅତିଥି ସତ୍କାର କରିପାରନ୍ତି।

ମକର: ଆଳସ୍ୟ ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।

କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି।

ମୀନ: ଆୟ-ବ୍ୟୟ ସମାନ ରହିବ। କର୍ମକ୍ଷେତ୍ରରେ କାମଚାପ ବଢ଼ିବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Share this story