କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Weekly Horoscope from 7th April 2024 To 13th April 2024
ପଢନ୍ତୁ ସାପ୍ତାହିକ ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ରବି, ସୋମବାରରେ ନିଜ ସ୍ବାଧୀନତାରେ ବାଧା ସୃଷ୍ଟି ହୋଇପାରେ। ମଙ୍ଗଳ,ବୁଧ, ଗୁରୁବାରରେ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ବ୍ୟବସାୟରେ ଲାଭାନ୍ବିତ ହେବେ। କଠିନ ପରିଶ୍ରମ କରି ସଫଳତା ପାଇବେ।

ବୃଷ: ରବି,ସୋମବାରରେ ପରିବାରରେ ଏକତା ବଢ଼ିବ। ମଙ୍ଗଳ,ବୁଧ,ଗୁରୁବାରରେ ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ବ୍ୟବସାୟ ବିସ୍ତାର ପାଇଁ ନୂତନ ପଥ ଉନ୍ମୋଚନ ହେବ। ଶୁକ୍ର, ଶନିବାରରେ ସୁଖ ସନ୍ତୋଷର ଅଧିକାରୀ ହେବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ମିଥୁନ: ରବି, ସୋମବାରରେ ମନୋବଳ ଦୃଢ଼ କରି ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ବାଟ ପାଇବେ। ମଙ୍ଗଳ,ବୁଧ, ଗୁରୁବାରରେ ପଡ଼ୋଶୀଙ୍କ ସହ ସମ୍ପର୍କରେ ଭିନ୍ନ ମୋଡ଼ ଦେଖାଦେବ। ଶୁକ୍ର, ଶନିବାରରେ ତରବରିଆ ଭାବରେ କୌଣସି ନିଷ୍ପତ୍ତି ନଅନ୍ତୁ ନାହିଁ।

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

କର୍କଟ: ରବି, ସୋମବାରରେ ମାନସିକ ଅବସାଦର ଶିକାର ହୋଇପାରନ୍ତି। ମଙ୍ଗଳ,ବୁଧ, ଗୁରୁବାରରେ ସାଙ୍ଗସାଥୀଙ୍କ ସହ ଭୁଲ୍‌ ବୁଝାମଣା ପାଇଁ ଦୂରତା ବଢ଼ିବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଅସ୍ଥିରତା ଅନୁଭବ କରିବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ।

ସିଂହ: ରବି,ସୋମବାରରେ ଅକସ୍ମାତ୍‌ ବନ୍ଧୁମିଳନ ହୋଇପାରେ। ମଙ୍ଗଳ,ବୁଧ, ଗୁରୁବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ପରିବାରଠାରୁ ସହଯୋଗ ନ ପାଇ ଦୁଃଖିତ ହେବେ। ଶୁକ୍ର, ଶନିବାରରେ ବେରୋଜଗାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

କନ୍ୟା: ରବି, ସୋମବାରରେ ଅତିଥିଙ୍କ ଆଗମନ ହୋଇପାରେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ମଙ୍ଗଳ, ବୁଧ, ଗୁରୁବାରରେ ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରି ଲାଭବାନ ହେବେ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହେବେ।

ତୁଳା: ରବି, ସୋମବାରରେ କର୍ମକ୍ଷେତ୍ରରେ ବ୍ୟସ୍ତତା ମଧ୍ୟରେ ରହିବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ମଙ୍ଗଳ,ବୁଧ, ଗୁରୁବାରରେ ବ୍ୟବସାୟରେ ପ୍ରସାର ହୋଇପାରେ। ଶୁକ୍ର,ଶନିବାରରେ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ।

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 

ବିଛା: ରବି,ସୋମବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧ,ଗୁରୁବାରରେ ନୂଆ କାମ କରିବା ପାଇଁ ଉତ୍ସାହିତ ରହିବେ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ ପାରିବାରିକ ନିବିଡ଼ତା ମଧ୍ୟ ବୃଦ୍ଧି ପାଇବ।

ଧନୁ: ରବି, ସୋମବାରରେ ଆଶା କରୁଥିବା ଦିଗରୁ ସୁଫଳ ପାଇବେ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ମଙ୍ଗଳ, ବୁଧ, ଗୁରୁବାରରେ ଅଧିକ ବିଶ୍ବାସ କରି ଠକାମିର ଶିକାର ହୋଇପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ।

ମକର: ରବି, ସୋମବାରରେ ମାନସିକ ଅବସାଦରେ ରହିପାରନ୍ତି। କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହୋଇପାେର। ମଙ୍ଗଳ, ବୁଧ, ଗୁରୁବାରରେ ଧାର୍ମିକ କାର୍ଯ୍ୟରେ ମନବଳାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଶୁକ୍ର, ଶନିବାରରେ ଗୁରୁଜନଙ୍କ ପରାମର୍ଶ ପାଇ ଆଗକୁ ବଢ଼ିବେ।

କୁମ୍ଭ: ରବି, ସୋମବାରରେ କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ। ପରିବାରର ସହଯୋଗରେ ଅର୍ଥଚିନ୍ତା ଦୂର ହେବ। ମଙ୍ଗଳ,ବୁଧ, ଗୁରୁବାରରେ ଗୁପ୍ତ କଥାକୁ ଅନ୍ୟକୁ କହନ୍ତୁ ନାହିଁ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହୋଇପାରେ।

ମୀନ: ରବି,ସୋମବାରରେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ। ମଙ୍ଗଳ,ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇ ପାରେ। ଶୁକ୍ର, ଶନିବାରରେ ସନ୍ତାନମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ। ବ୍ୟବସାୟରେ ହାନି ହୋଇପାରେ।

ଆଧିକ ପଢନ୍ତୁ : ଏପ୍ରିଲ ୮ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆରମ୍ଭ-ଶେଷ ଓ କେଉଁ ସମୟରେ ଦେଖିବାକୁ ମିଳିବ ଏପରି ମହାଜାଗତିକ ଦୃଶ୍ୟ

Share this story