ଏଣିକି କେବଳ ଥାନାରେ ବସି ରହିବେ ନାହିଁ, ଗଳିକନ୍ଦିରେ ଭ୍ୟାନ୍ ଧରି ରାତି ସାରା ବୁଲିବେ ଥାନା ଅଧିକାରୀ

ଓଡ଼ିଆ ଗସିପ୍ ବ୍ୟୁରୋ:ଏଣିକି ଥାନା ଅଧିକାରୀମାନେ ଆଉ ଥାନାରେ କେବଳ ବସି ରହିପାରିବେ ନାହିଁ। ଅନ୍ୟ କର୍ମଚାରୀ ଭଳି ନାଇଟ୍ ବିଟ୍ ପାଟ୍ରୋଲିଂ କରିବେ। ସେମାନେ ଗଳିକନ୍ଦିରେ ଭ୍ୟାନ୍ ଧରି ରାତି ସାରା ବୁଲିବେ। ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି।
ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍ କି କ୍ୟାପସୁଲ୍
ସବୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ଲୋକେସନ୍ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ। ଏଭଳି ହେବା ଦ୍ୱାରା ଥାନା ଅଧିକାରୀ ସ୍ଥାନୀୟ ଅଞ୍ଚଳ ବିଷୟରେ ଅବଗତ ରହିବେ। ଥାନା ଅଧିକାରୀ ବୁଲିବା ଦ୍ୱାରା ଅପରାଧ ରୋକିବା ସହ ନିଶା କାରବାର ମଧ୍ୟ ରୋକି ହେବ। ଗତ କିଛିଦିନ ହେବ ରାଜଧାନୀରେ ଘନ ଘନ ଚୋରି ଏବଂ ଲୁଟ୍ ବଢୁଥିବାରୁ ଏଭଳି ଅଭିନବ ଉପାୟ ପୁଲିସ ଆପଣାଇଛି।
ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ
ଅନେକ ଥାନା ଅଧିକାରୀ ରାତି ୧୧ଟାରୁ ଘରକୁ ପଳାଉଥିବା ଅଭିଯୋଗ ହେଉଥିଲା। ରାତି ଅଧରେ ତାଙ୍କ ଥାନା ଅଞ୍ଚଳରେ କିଛିବି ଅଘଟଣ ଘଟିଲେ ସେ ଜାଣିପାରୁ ନ ଥିଲେ। ଯେଉଁଥି ପାଇଁ ଥାନାରେ ଥିବା ଡିସିଓଙ୍କୁ ସୁପର୍ଭିଜନ କରିବାକୁ କେହି ରହୁନାହାନ୍ତି। ଏହାଦ୍ୱାରା କେଉଁଠି ଚୋରା ମଦ କାରବାର ହେଉଛି, କେଉଁଠି ବେଆଇନ୍ କାମ ହେଉଛି ସେ ଆଦି ସମ୍ପର୍କରେ ଥାନା ଅଧିକାରୀ ଅବଗତ ରହିବେ।
ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ
ଯେଉଁ ପୁଲିସ ବାବୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନେକ ସମୟରେ ରାଜଧାନୀରେ ପାଟ୍ରୋଲିଂ କରୁଥିବା କର୍ମଚାରୀ ଗାଡି ଅନ୍ଧାରୁଆ ସ୍ଥାନରେ ଲଗାଇ ଶୋଇ ପଡୁଥିବା ଭଳି ଅଭିଯୋଗ ହେଉଥିଲା। କିନ୍ତୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ଦ୍ୱାରା କର୍ମଚାରୀମାନେ ସଜାଗ ରହିବେ।
ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ
ଥାନା ଅଧିକାରୀ ପାଟ୍ରୋଲିଂରେ ବୁଲିବା ଦ୍ୱାରା ତାଙ୍କ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନିପାରିବେ। ଏପରିକି ଲୋକଙ୍କ ସହ ଥାନା ଅଧିକାରୀଙ୍କ ଉତ୍ତମ ସମ୍ପର୍କ ଗଢ଼ି ଉଠିବ। ଯେଉଁଥି ପୁଲିସ ଉପରେ ଲୋକଙ୍କ ଭରସା ରହିବ। ପୁଲିସ ପ୍ରତି ଲୋକଙ୍କ ଯେଉଁ ଭୟ ରହୁଥିଲା ତାହା ମଧ୍ୟ ରହିବ ନାହିଁ। ଲୋକେ ନିଜର ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଯାହାଦ୍ୱାରା ଲୋକେ ତ୍ୱରିତ ନ୍ୟାୟ ପାଇପାରିବେ।
ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !