ବେଳାଭୂମି ସଫା ରହିଲେ ଆମ ପାଇଁ, ସମୁଦ୍ର ଓ ପରିବେଶ ପାଇଁ ସଂଜୀବନ ସାବ୍ୟସ୍ତ ହେବ: ଅଳିଆ ଉଠାଇଲେ ବାର୍ତ୍ତା ବାଣ୍ଟିଲେ ସଚେତନ ଛାତ୍ରଛାତ୍ରୀ

gopalpur beach

ଓଡ଼ିଆ ଗସିପ୍ ବ୍ୟୁରୋ: ଆମ ଗତି କୁଆଡ଼େ ? ଆମେ କେବଳ ଆମ ଘର , ସାହି, ସହରରକୁ ଆଳିଆ ଆବର୍ଜନା କରୁନାହାନ୍ତି ବରଂ ନିଜ ଜାଣତରେ ସମୁଦ୍ର ବେଳାଭୂମିକୁ ବି ଅଳିଆ ଆବର୍ଜନାରେ ଭର୍ତ୍ତି କରିସାରିଲେଣି । ଯାହା ଆମ ପରିବେଶ ଉପରେ ଗୁରୁତର ପ୍ରଭାବ ପକାଉଛି । ଅନିୟମିତ ଋତୁଚକ୍ର, ପାଣିପାଗ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଂ ଆଦିର କାରଣ ପାଲଟୁଛି । ଏହା ସହ ବିଦେଶୀ ପର୍ଯ୍ୟଟକଙ୍କ ସାମ୍ନାରେ ଆମେ ନିନ୍ଦିତ ମଧ୍ୟ ହେଉଛନ୍ତି । ତଥାପି ଆମେ ନା ସୁଧୁରୁଛନ୍ତି ନା ସୁଧୁରିବାର କଳ୍ପନାକୁ ବାସ୍ତବରେ ପରିଣତ କରୁଛନ୍ତି । ଖାସ୍ ସେଥିପାଇଁ ଅଧିକରୁ ଅଧିକ ଜନଜାଗୃତି ପାଇଁ ଆଗେଇ ଆସିଛି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ସାମୁଦ୍ରିକ ବିଜ୍ଞାନ ବିଭାଗ ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ଗତ କାଲି ଅର୍ଥାତ ୧୬ ତାରିଖ ଦିନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ସାମୁଦ୍ରିକ ବିଜ୍ଞାନ ବିଭାଗ ଦ୍ଵାରା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି  କାର୍ଯ୍ୟକ୍ରମ ରେ ବିଭାଗୀୟ ମୁଖ୍ୟ ତଥା ସହଯୋଗୀ ଅଧ୍ୟାପକ ଡ. ତମୋଘ୍ନ ଆଚାର୍ଯ୍ୟ ଏବଂ କାର୍ଯ୍ୟକାରୀ ଅଧ୍ୟାପକ ଡ.ଶକ୍ତିଧର ନାହକଙ୍କ ଅଧ୍ୟକ୍ଷତା ରେ ବିଭାଗର ଦ୍ୱିତୀୟ ବର୍ଷର  ଛାତ୍ରଛାତ୍ରୀ ଓ ଗବେଷକ ମାନେ ମିଳିତ ଭାବେ ଗୋପାଳପୁର ର ମେଫେୟାର ଠାରୁ ହରିପୁର ପର୍ଯ୍ୟନ୍ତ ବେଳାଭୂମି ସଫେଇ କରି ଜାଗରଣ ବାର୍ତ୍ତା ପ୍ରଚାର କରିଥିଲେ । 

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଏହି କାର୍ଯ୍ୟକ୍ରମରେ ବିପୁଳ ମାତ୍ରାରେ ପ୍ଳାଷ୍ଟିକ, ପଲିଥିନ୍, ମୁଣି, ଖାଦ୍ୟ ଥାଳି, ବିଭିନ୍ନ ଖାଦ୍ୟ ପାନୀୟ ଓ ମାଦକ ଦ୍ରବ୍ୟ ର ପ୍ୟାକେଜ୍‌ ଜରି ଏବଂ ବୋତଲ ସହ ମାଛ ଧରା ଜାଲର ଅବଶେଷ ପ୍ରଚୁର ପରିମାଣରେ ସଂଗ୍ରହ କରିଥିଲେ ଯାହାକି ପରିବେଶ ତଥା ବେଳାଭୂମିକୁ ଅପରିଷ୍କାର କରିବା ସହ ପ୍ରବଳ ମାତ୍ରାରେ ପ୍ରଭାବିତ କରୁଛି। 

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଏଥି ସହିତ ବିଭାଗର ଛାତ୍ର ଅର୍ପିତ୍ ମହାପାତ୍ର, ଗବେଷକ ମନୋଜ କୁମାର ଦାସ, ଗବେଷିକା ଗୀତାଞ୍ଜଳୀ ଭୋଇ ନିଜର ମତବ୍ୟକ୍ତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ବିଭାଗୀୟ ମୁଖ୍ୟ ଡ. ତମୋଘ୍ନ ଆଚାର୍ଯ୍ୟ , ଡ. ଶକ୍ତିଧର ନାହକ ମଧ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଦୂଷଣର ପ୍ରଭାବ ଓ ଅପକାରିତା ସଂପର୍କରେ ଆଲୋକପାତ କରିବା ସହ ସଫେଇ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ପରିଶେଷରେ ଖାଦ୍ୟ ପାନୀୟ ବଣ୍ଟନ ସହ କାର୍ଯକ୍ରମ ର ସଫଳ ଅବସାନ ଘଟିଥିଲା।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story