ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ କାଟି ଦେଲା ଗର୍ଲଫ୍ରେଣ୍ଡ, ଜାଣନ୍ତୁ ପୁରା ଘଟଣା କଣ ଥିଲା
 

Girlfriend cut off boyfriend’s private part in giridih jharkhand
ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ କାଟି ଦେଲା ଗର୍ଲଫ୍ରେଣ୍ଡ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ ଧାରୁଆ ବ୍ଲେଡରେ ଏଥିପାଇଁ କାଟି ଦେଇଛନ୍ତି, କାରଣ ସେ ତାଙ୍କୁ ବିବାହ କରିବାକୁ ମନାକରୁଥିଲେ । ପୀଡିତ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ପୋଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ମାମଲା ରୁଜୁ କରିଛି ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଧାରୁଆ ବ୍ଲେଡରେ କାଟିଦେଲେ ପ୍ରେମିକର ପ୍ରାଇଭେଟ୍ ପାର୍ଟ

କହିରଖୁଛୁ ଯେ ପୀଡିତଙ୍କ ନାମ ଘନଶ୍ୟାମ ରାୟ ବୋଲି ଚିହ୍ନଟ କରାଯାଇଛି ଓ ସେ ଗତ ଏକ ବର୍ଷ ଧରି ସରିତା ଦେବୀଙ୍କ ସହ ସମ୍ପର୍କ ରଖିଥିଲେ । ଘନଶ୍ୟାମଙ୍କୁ ବିବାହ କରିବା ପାଇଁ ସରିତା ବହୁତ ଜୋର ଦେଇଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଘନଶ୍ୟାମଙ୍କ ବାରମ୍ବାର ବିବାହ କରିବାକୁ ପ୍ରତ୍ୟାଖ୍ୟାନ କିରିବା ଯୋଗୁଁ ସରିତା କ୍ରୋଧିତ ଥିଲେ, ଏହା ପରେ ସେ ନିଜ ପ୍ରେମିକ ଘନଶ୍ୟାମଙ୍କ ପ୍ରାଇଭେଟ୍ ପାର୍ଟକୁ ଏକ ଧାରୁଆ ବ୍ଲେଡରେ କାଟି ଦେଇଥିଲେ ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ

ମହିଳା ଜଣକ ନିଜ ପ୍ରେମିକ ସହ ଏପରି ଜଘନ୍ୟ କରିବା ପରେ ସେ ଗୁରୁତର ଆହତ ହୋଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଧନବାଦ୍‌ର ସହିଦ ନିର୍ମଲ ମହତୋ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଏଠାରେ ଚିକିତ୍ସା କରାଯାଉଛି । ପୀଡିତଙ୍କ ଲିଖିତ ଅଭିଯୋଗ ଓ ଡାକ୍ତରୀ ପରୀକ୍ଷାକୁ ଭିତ୍ତିକରି ସରିତାଙ୍କ ବିରୋଧରେ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ଏହା ବ୍ୟତୀତ ଘନଶ୍ୟାମଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଚାଲିଛି ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ସରିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ପୀଡିତ

କୁହାଯାଉଛି ଯେ ୩୫ ବର୍ଷୀୟ ଘନଶ୍ୟାମ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତେବେ ସେ ୩୨ ବର୍ଷୀୟ ସରିତାଙ୍କୁ ଭଲ ପାଉଥିଲେ । ଏହା ପରେ, ଦମ୍ପତିଙ୍କ ମଧ୍ୟରେ ମୋବାଇଲ୍ ନମ୍ବର ବିନିମୟ ହୋଇଥିଲା ଓ ଉଭୟ ନିରନ୍ତର ସମ୍ପର୍କରେ ଥିଲେ । ସରିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଘନଶ୍ୟାମ ତାଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିଥିଲେ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story