ସେପଟେ ଭୋଜି- ଏପଟେ ବି ଭୋଜି : ଏପଟେ ବାହାଘର, ଆଉ ସେପଟେ ଶୁଦ୍ଧିକ୍ରିୟା 

Family conducts last rites of daughter as she marries against their will at Aul in Kendrapara
ଏପଟେ ବାହାଘର…ଆଉ ସେପଟେ ଶୁଦ୍ଧିକ୍ରିୟା 

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁଇ ପଟେ ଚାଲିଛି ଭୋଜି। ଗୋଟିଏ ପଟେ ବାହାଘର ଭୋଜି,ଆଉ ଅନ୍ୟ ପଟେ ଶୁଦ୍ଧିଘର ଭୋଜି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି, ଯାହାର ବାହାଘର-ତାଙ୍କର ହିଁ ଶୁଦ୍ଧିଘର। ଆପଣଙ୍କୁ ଏକଥା ଅଡୁଆ ଲାଗୁଥିବା ଯେ କିପରି ଯାହାର ବାହାଘର ତାହାର ହେବ ଶୁଦ୍ଧିଘର। କିନ୍ତୁ କଥାଟି ସତ। ଆଉ ତାହା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଝିଅ ବାପା-ମାଆଙ୍କ ସମ୍ମତି ବିନା ପ୍ରେମ ବିବାହ କରିଛି। ଏଣୁ ବାପା- ମଆ ଝିଅର ଶୁଦ୍ଧିଘର କରିଛନ୍ତି। ଯେଉଁ ସମୟରେ ଝିଅ କନ୍ୟାବେଶରେ ସଜେଇ ହୋଇ ଶାଶୁଘରେ ନୂଆ ସଂସାର ଗଢିବା ପାଇଁ ଯାଉଛି, ସେହି ସମୟରେ ବାପା-ମାଆ ବ୍ରାହ୍ମଣ ଡାକି ଝିଅକୁ ଶୁଦ୍ଧି ହେଉଛନ୍ତି। ସବୁଠୁ ରୋଚକ କଥା ହେଉଛି ଝିଅର ଶାଶୁ ଏବଂ ବାପ ଘରର ଦୂରତା ମାତ୍ର ୨ଶହ ମିଟର। ଆଉ ଗୋଟିଏ ସମୟରେ ଭୋଜିଭାତ ଚାଳିଛି। ଗୋଟିଏ ପଟେ ଝିଅର ଶାଶୁଘର ଲୋକ ବିବାହ ଭୋଜି ଦେଉଥିବା ବେଳେ ଝିଅର ବାପା-ମାଆ ଝିଅର ଶୁଦ୍ଧିଘର କରି ଭୋଜି ଦେଉଛନ୍ତି। ଯାହା ସମଗ୍ର ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ହୋଇଛି।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଘଟଣାଟି ଏପରି- ଆଳି ଗୌଡପାଟଣା ମୌଜାର ଅନାମ ମଳିକଙ୍କ ପୁଅ ରାଜେନ୍ଦ୍ର ଓ ଦେମାଳ ମୌଜାର ମୁନା ମଳିକଙ୍କ ଝିଅ ଦୀପାଞ୍ଜଳୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଦୀପାଞ୍ଜଳୀଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଆସୁଥିଲେ। ହେଲେ ପରିବାରର ବାଧା ସତ୍ତ୍ୱେ ସେମାନଙ୍କ ପ୍ରେମ ସମ୍ପର୍କକୁ ଭୁଲିପାରୁ ପାରୁନଥିଲେ। ଦୁହେଁ ସ୍ୱପ୍ନର ଘର ତୋଳି ସେଠି ରହିବେ ବୋଲି ମନେ ମନେ ସ୍ୱପ୍ନ ଦେଖୁଥିଲେ। ଏହାରି ଭିତରେ କିଛିଦିନ ତଳେ ଦୀପାଞ୍ଜଳୀ ନିଜ ଘର ଛାଡ଼ି ରାଜେନ୍ଦ୍ରଙ୍କ ଘରକୁ ପଳାଇ ଆସିଥିଲେ।

ଅଧିକ ପଢ଼ନ୍ତୁ: ଜନ୍ମାଷ୍ଟମୀ ଅର୍ଦ୍ଧରାତ୍ରିର ଅମୃତ ବେଳାରୁ ଏହି 5ଟି ରାଶିରେ ଧନର ବର୍ଷା, ହେବେ ମାଲାମାଲ୍, ଜାଣନ୍ତୁ ରାଶି ଗୁଡିକର ନାମ ?

ରାଜେନ୍ଦ୍ରଙ୍କ ପରିବାର ଲୋକେ ଏନେଇ ଥାନାରେ ଜଣାଇଥିଲେ। ପୁଲିସ ଝିଅ ଓ ପୁଅ ଘରର ଲୋକଙ୍କୁ ଡାକି ପଚରାଉଚରା କରିଥିଲା। ଦୀପାଞ୍ଜଳୀ ରାଜେନ୍ଦ୍ରଙ୍କୁ ବିବାହ କରିବେ ବୋଲି ସର୍ବସମ୍ମୁଖରେ କହିଥିଲେ। ଝିଅ ପୁଅ ଦୁଇଜଣ ପ୍ରାପ୍ତ ବୟସ୍କ ହୋଇଥିବାର ପୁଲିସ ବିବାହ ନେଇ କହିଥିଲେ। କିନ୍ତୁ ଏଥିରେ ଝିଅର ପରିବାର ରାଜି ହୋଇନଥିଲେ।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

ତେବେ ଏହାପରେ ପୁଅର ପରିବାର ଲୋକ ଗତ ସୋମବାର ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ବିବାହ କରାଯାଇଥିଲେ। ବିବାହ ଉତ୍ସବରେ ଯୁବକଙ୍କ ପରିବାର ସାମିଲ ହୋଇ ଧୁମଧାମରେ ବାଜା, ବାଣ,ରୋଷଣୀ,ଡିଜେ ବଜାଇ ବାହାଘର କରିଥିଲେ ମଧ୍ୟ ଝିଅର ବାପଘର ଲୋକ ସାମିଲ ହୋଇନଥିଲେ। ତେବେ ଆଜି ଝିଅର ଚତୁର୍ଥୀ ସହ ବିବାହା ଭୋଜିଭାତ ଆୟୋଜନ ହେଉଥିବା ବେଳେ ଝିଅ ବାପା-ମାଆ ନିଜ ଝିଅ ବଞ୍ଚିଥାଉଥାଉ ତାକୁ ଶୁଦ୍ଧି ହୋଇପଡିଛନ୍ତି।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

ସାତ ସିଙ୍ଗାର ହୋଇ ନବବଧୂ ସାଜି ଝିଅ ନିଜ ଶ୍ୱଶୁର ଘରେ ସୁନାର ସଂସାର ଗଢ଼ିବା ପାଇଁ ଦେଖୁଛି ସ୍ୱପ୍ନ। ଅନ୍ୟ ପଟେ ବ୍ରାହ୍ମଣ ଡାକି ଫଟୋରେ ଫୁଲ ମାଳ ଚଢ଼ାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଝିଅର ପରିବାର ଲୋକେ। ଏହାସହ ବ୍ରାହ୍ମଣ ଡାକି ଶୁଦ୍ଧିକ୍ରିୟା କରିବା ସହ ଭୋଜିଭାତ କରି ଖାଇବାକୁ ଦେଉଛନ୍ତି।ଏପରିକି ନିଜ ଘର ସାମ୍ନା ଝିଅର ଫଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପରିବାର ଲୋକ।

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

Share this story