ଲଘୁଚାପ ପ୍ରଭାବରେ ଏହି ୯ ଜିଲ୍ଲାରେ ଛେଚିବ ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି
 

 Due to low pressure Heavy Rainfall in these 9 districts of Odisha
ଲଘୁଚାପ ପ୍ରଭାବରେ ଏହି ୯ ଜିଲ୍ଲାରେ ଛେଚିବ ବର୍ଷା
 

ଓଡ଼ିଆ ଗସିପ୍ ବ୍ୟୁରୋ: ପାଣିପାଗ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସୋମବାର ଦିନ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ଯରେ ମଙ୍ଗଳବାର ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା  ହୋଇଥିବା ଦେଖିବାକୁ ମିଳିଛି। 

ଖାସ୍ କରି, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଯାହାର ପ୍ରଭାବ ଓଡ଼ିଶା ଉପରେ ଗୁରୁତର ଭାବେ ପଡ଼ିବ । କେବଳ ଓଡ଼ିଶା କାହିଁକି ପଡ଼ୋଶୀ ପଶ୍ଚିମଙ୍ଗର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏହି ଲଘୁଚାପର ପ୍ରଭାବ ପଡ଼ିବ ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସୂଚନା ଅନୁଯାୟୀ, ଆଜି ଓ ଆସନ୍ତାକାଲି ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ବିଶେଷ କରି, ଅନୁଗୁଳ, ବରଗଡ଼, ଝାରସୁଗୁଡ଼ା କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଆଦି ଜିଲ୍ଲାର ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । 

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ଅନ୍ୟପଟେ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ କନ୍ଧମାଳ, କଳାହାଣ୍ତି, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । 

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ସେହିପରି ଆସନ୍ତା ଗୁରୁବାର ଦିନ ନୂଆପଡ଼ା, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ତି ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଥିବାରୁ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ପ୍ରକାଶ ଥାଉ କି, ଏହି କିଛି ଦିନର ବର୍ଷା ପରେ ୨୮ ଜିଲ୍ଲାରେ ସ୍ବାଭାବିକଠାରୁ ଅତ୍ୟଧିକ ବର୍ଷା ଓ ଅବଶିଷ୍ଟ ୨ ଜିଲ୍ଲା ଯଥା ମୟୂରଭଞ୍ଜ ଓ ବାଲେଶ୍ବରରେ ସ୍ବାଭାବିକଠାରୁ ଟିକେ ଅଧିକ ବର୍ଷା ରେକର୍ଡ ହୋଇଛି। ଫଳରେ ରାଜ୍ୟ‌ରେ ୬% ନିଅଣ୍ଟ ବର୍ଷା ସ୍ଥିତି ଭରଣା ହୋଇପାରିଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story