ଦଳ ବିରୋଧରେ ବିଷ ଓଗାଳୁଥିଲେ, ଅପରାଧିକ ଷଡ଼ଯନ୍ତ୍ର ରେ ସାମିଲ ହୋଇ ବିଜେଡିରୁ ବିଦା ହେଲେ ଏହି ଦୁଇ ବିଧାୟକ
ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ନବୀନ ଝଡ଼ । ଅଳ୍ପ କେଇ ପଦ କଥା କହି ଓଡ଼ିଶା ରାଜନୀତିର ସମୁଦ୍ରରେ ସୁନାମୀ ଆଣି ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଦ୍ର ଲୋକର ମୁଖା ପିନ୍ଧି ଅପରାଧିକ ମାମଲାରେ ସଂପୃକ୍ତି ଅଭିଯୋଗରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିସ୍କୃତ କରିଛନ୍ତି ନବୀନ ।
ଅଧିକ ପଢ଼ନ୍ତୁ: ମଉଳି ଯିବ କି ଧର୍ମେନ୍ଦ୍ର ପ୍ରଧାନଙ୍କ ସିଏମ୍ ହେବାର ସ୍ୱପ୍ନ ? ପାରିବ ତ ବିଜେପି ନିଜ କଥା ରଖି?
କୁହାଯାଉଛି ଫାଇଭ୍-ଟି ସଚିବ ଓ ନବୀନଙ୍କୁ ଟାର୍ଗେଟ କରିବା ହିଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଲା । ପ୍ରଥମେ ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ଦଳରୁ ବିଦା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ବିଜେଡିରୁ ବିଦା କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ନେଇ ଉଭୟ ବିଧାୟକଙ୍କୁ ବହିଷ୍କାର କରାଯାଇଛି ।
ଅଧିକ ପଢ଼ନ୍ତୁ: ଖୋର୍ଦ୍ଧା ରାଜନୀତିର ଭିତିରି କଥା: ଜିତୁ-ଗଣେଶଙ୍କ ଚକ୍ରବ୍ୟୁହରେ ଫସିଯିବେ କି ରାଜେନ୍ଦ୍ର ?
ଏହାସହ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି, ସମ୍ବାଦ ଲୋନ୍ ସ୍କାମ୍ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି । ଲୋନ୍ ସ୍କାମ୍ ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଛି । ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି । ୩ ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍ ଉଠାଯାଇଛି । ଜାଲ୍ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି । ଲୋନ୍ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍ ଫ୍ରଡ୍ ବୋଲି ବିଜେଡି ପ୍ରେସ୍ ରିଲିଜ୍ ଜରିଆରେ କୁହାଯାଇଛି ।
ଅଧିକ ପଢ଼ନ୍ତୁ: ବିଭୀଷଣ ହୋଇ କାହାକୁ ଫାଇଦା ପହଞ୍ଚାଉଛନ୍ତି ସୁବିଧାବାଦୀ ସୌମ୍ୟ?
ଅନ୍ୟପକ୍ଷରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ନିଗମାନନ୍ଦ ଆସୋସିଏଟ ନାମକ ସଂସ୍ଥା ଖୋଲି ତିନି କୋଟି ଟଙ୍କା ଆତ୍ମସାତ କରିଛନ୍ତି ବୋଲି ରାଜ୍ୟ ଭିଜିଲାନ୍ସ ଏହାର ତଦନ୍ତ ଚଳାଇଛି ।
ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା ।
ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...