ମଉଳି ଯିବ କି ଧର୍ମେନ୍ଦ୍ର ପ୍ରଧାନଙ୍କ ସିଏମ୍ ହେବାର ସ୍ୱପ୍ନ ? ପାରିବ ତ ବିଜେପି ନିଜ କଥା ରଖି?

uncertainty over Dharmendra Pradhan dreaming to become Chief Minister of Odisha

ଓଡ଼ିଆ ଗସିପ୍ ବ୍ୟୁରୋ:  ସେ ସିଏମ୍ ହେବାର ସ୍ୱପ୍ନ ଦେଖୁଛନ୍ତି । ସେ ହେବା ପାଇଁ ମଧ୍ୟ ଯୋଗ୍ୟତା ରଖିଛନ୍ତି । ରାଜ୍ୟରେ ରାଜନୈତିକ ସ୍ଥିତି କିନ୍ତୁ ଯାହା କାହିଁ ତାଙ୍କର ଏ ସ୍ୱପ୍ନ ସତ ହେଲା ଭଳି ଲାଗୁନି । କାହିଁକିନା ଆଗରେ ଅଛନ୍ତି ଅପରାଜିତା । ସେପଟେ ଦଳ ଏକାକି କଣ ପାରିବ ? ଏହାକୁ ନେଇ ଏବେ ଚର୍ଚ୍ଚା, ଆଲୋଚନା ଓ ଅଙ୍କକଷା ।

ଏମିତି ନ ହୋଇଥିଲେ କଣ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବେଳେ ଯେଉଁ ବାର୍ତ୍ତା ଦିଆଗଲା ତାହାର ମାତ୍ର ଦିନ କେଇଟା ପରେ ବଦଳି ଯାଆନ୍ତା କେମିତି ? ଅମିତ ଶାହାଙ୍କ ଓଡ଼ିଶା ଗସ୍ତରୁ ଗୋଟିଏ କଥା ଅନୁମାନ କରାଯାଉଥିଲା ଯେ, ଓଡ଼ିଶାରେ ବିଜେପି-ବିଜେଡି ଏକ ହୋଇ ନିର୍ବାଚନ ଲଢ଼ିବେ ।

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ରାଜ ପରିବାର: ଏହି କାରଣ ପାଇଁ ଟାଉନ୍ ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ

ଅଧିକ ପଢ଼ନ୍ତୁ: ରାହୁଲଙ୍କ ଉଡ଼ନ୍ତା ଚୁମ୍ବନ ବିବାଦ: ବୟସ ଥାଉ ଥାଉ ବାହା ନ ହେଲେ ମନ ହୁଏ କି ଛନ ଛନ?

କେବଳ ନିର୍ବାଚନ ଲଢ଼ିବେନି ବରଂ ସରକାର ବି ଗଢ଼ିବେ । ଆଉ ଏହି ଆକଳନରୁ ବିଜେଡି ମୁଖ୍ୟମନ୍ତ୍ରୀ ପଦ ମୁକୁ ଭାଇଙ୍କୁ ଉପହାର ସ୍ୱରୂପରେ ଦେଇଥାନ୍ତା ବୋଲି ଅନେକ ଭାବୁଥିଲେ । ଏବେ କିନ୍ତୁ ଦଳ ଏକାକି ନିର୍ବାଚନ ଲଢ଼ିବ ବୋଲି ଯେଉଁ ଦମ୍ଭ ଦେଖାଇଛି ସେଥିରେ କାହିଁ ବିଜେପି ଯେ ବାଜି ମାରିବ ଦୂର ଦୂର ଯାଏ ଚିନ୍ତା କରିହେଉନି ।

କାହିଁକି ନା ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ସ୍ପଷ୍ଟୋକ୍ତି । ୨୦୨୪ରେ ରାଜ୍ୟରେ ବିଜେପି ଏକା ଗଢ଼ିବ ସରକାର । ଓଡ଼ିଶାରେ ବିଜେପି ଏକା ଲଢ଼ିବ । ହେବ ନାହିଁ କୌଣସି ଗଠବନ୍ଧନ । କିନ୍ତୁ ରାଗ ରୁଶା ଭୁଲି ଯଦି ବିଜେପି ପଦ୍ମ ତୋଳିବା ପାଇଁ ଶଙ୍ଖ ନ ଫୁଙ୍କେ ତେବେ କେମିତି ହେବ ଲକ୍ଷ୍ୟ ସାଧନ ।

Share this story