ରାହୁଲଙ୍କ ଉଡ଼ନ୍ତା ଚୁମ୍ବନ ବିବାଦ: ବୟସ ଥାଉ ଥାଉ ବାହା ନ ହେଲେ ମନ ହୁଏ କି ଛନ ଛନ?

flying kiss by rahul gandhi is it true

ଓଡ଼ିଆ ଗସିପ୍ ବ୍ୟୁରୋ: ବାହାଘର ହେଉନି ବୋଲି ବାଉଳା ହେଉଛନ୍ତି କି ରାହୁଲ ଗାନ୍ଧି ? ପ୍ରସ୍ତାବ ପଡ଼ୁନଥିବାରୁ କି ଭାଗ୍ୟରେ ବାଡ଼ୁଅ ଦୋଷ କଟୁନଥିବାରୁ ବିଚଳିତ କି ରାହୁଲ ଗାନ୍ଧି ? ନିଜ ଦୁଷ୍ଟାମୀ ପ୍ରକୃତିକୁ ନିୟନ୍ତ୍ରଣରେ ରଖି ପାରୁନାହାନ୍ତି କି ରାହୁଲ ଗାନ୍ଧି ? ଯଦି ହଁ ତେବେ ରାହୁଲ ଯାହା କରିଛନ୍ତି ତାହା ଠିକ୍ କରି ନାହାନ୍ତି ବୋଲି ଲୋକେ କହୁଛନ୍ତି ।

ଆଉ ଯଦି ସତରେ ରାହୁଲ କିଛି କରି ନାହାନ୍ତି ତେବେ ଯେଉଁ ଉଡ଼ନ୍ତା ଚୁମ୍ବନ ବା ପ୍ଲାଇଁ କିସ୍ କୁ ନେଇ ବିବାଦ ଉଠିଛି ତାହା କେବଳ ଏକ ରାଜନୀତି ମାତ୍ର । ହଁ ପ୍ରିୟ ପାଠକଗଣ ଆମେ ଆଜି ସଂସଦରେ ତଥାକଥିତ ରାହୁଲ ଗାନ୍ଧିଙ୍କ ବିଜେପି ସାଂସଦ ତଥା ମନ୍ତ୍ରୀ ସ୍ମୃତି ଈରାନୀଙ୍କୁ ଦେଇଥିବା ଫ୍ଲାଇଁ କିସ୍ କଥା ହିଁ କହୁଛୁ ।

ଶାସନ ଗାଦିରୁ ମୋଦିଙ୍କୁ ହଟାଇବା ପାଇଁ ସଂସଦରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଆଉ ପ୍ରସ୍ତାବ ଉପରେ ଗୃହରେ ନିଜ ଭାଷଣ ରଖି କକ୍ଷ ତ୍ୟାଗ ପୂର୍ବରୁ ରାହୁଲ କୁଆଡ଼େ ସ୍ମୃତି ଈରାନୀଙ୍କୁ ଲକ୍ଷ୍ୟ କରି କୁଆଡ଼େ ଫ୍ଲାଇଁ କିସ୍ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ନିଷ୍କ୍ରିୟ ମୌସୁମୀକୁ ପୁଣି ସକ୍ରିୟ କରିବ ଆଗାମୀ ଘୂର୍ଣ୍ଣିବଳୟ, ଏହି ତାରିଖ ଠାରୁ ବଢ଼ିବ ବର୍ଷା

ସୂଚନା ଥାଉ କି ବୁଧବାର ଅର୍ଥାତ ଆଜି ଥିଲା ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ପ୍ରଥମେ ରାହୁଲ ଗାନ୍ଧି ସଂସଦରେ ତାଙ୍କର ମତ ରଖିଥିଲେ । ଭାଷଣ ଶେଷ କରି ରାହୁଲ ଫେରୁଥିଲେ । ସ୍ମୃତି ଇରାନୀ ନିଜ ବକ୍ତବ୍ୟ ଦେଉଥିଲେ । ଯିବା ସମୟରେ ରାହୁଲ ଗାନ୍ଧୀ ଫ୍ଲାଇଂ କିସ ଦେଇଥିଲେ, ଯାହାକୁ ନେଇ ମହିଳା ସାଂସଦ ଅଭିଯୋଗ କରିଥିଲେ । ଏହି ସମୟର ଦୃଶ୍ୟ ଏବେ ଭାଇରାଲ ହୋଇଛି ।

ତେବେ ଭିଡିଓ ଅନୁସାରେ, ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ଭାଷଣ ଦେଇ ଯେତେବେଳେ ଲୋକସଭା ପରିସରରୁ ବାହାରକୁ ଆସୁଥିଲେ ସେତେବେଳେ ତାଙ୍କର କିଛି ଫାଇଲ ତଳେ ପଡିଗଲା । ରାହୁଲ ନଇଁପଡି ଏହାକୁ ଉଠାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ କିଛି ବିଜେପି ସାଂସଦ ହସି ଦେଇଥିଲେ । ଏହା ପରେ ରାହୁଲ ବିଜେପି ସାଂସଦଙ୍କୁ ଚାହିଁ ଫ୍ଲାଇଂ କିସ ଦେଲେ ଏବଂ ହସି ହସି ବାହାରକୁ ଚାଲି ଯାଇଥିଲେ ।

ଅଧିକ ପଢ଼ନ୍ତୁ: ବାର୍ ଡ୍ୟାନ୍ସର ଥିଲେ କି ଶୁଭଲକ୍ଷ୍ମୀ? କଣ କହୁଛି ସିକ୍ରେଟ୍ ସ୍କୁପ୍, ସତ ଜାଣିଲେ ହୋସ୍ ଉଡ଼ିବ

ଏହାକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଥିଲା । ସାଂସଦରେ ଭାଷଣ ଦେବା ସମୟୂରେ କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ, ଜଣେ ମହିଳା ବିରୋଧୀ ବ୍ୟକ୍ତି ହିଁ ସଂସଦରେ ମହିଳା ସାଂସଦଙ୍କୁ ଫ୍ଲାଇଂ କିସ ଦେଇପାରେ । ଏମିତି ଉଦାହରଣ କେବେ ଦେଖା ଯାଇ ନ ଥିଲା । ଏଥିରୁ ଜଣାପଡୁଛି ମହିଳାଙ୍କ ପ୍ରସଙ୍ଗରେ ତାଙ୍କର ଚିନ୍ତାଧାରା କେମିତି । ଏହା ଅଭଦ୍ରତା ।

ଏହାକୁ ନେଇ ମହିଳା ସାଂସଦମାନେ ଲୋକସଭା ଅଧ୍ୟକ୍ଷ ଓମ ବିରଲାଙ୍କ ନିକଟରେ ଅଭିଯୋଗ କରିବା ସହ ଏହା ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।

Share this story