ପୁଣି ଚର୍ଚ୍ଚାରେ ରାଜ ପରିବାର: ଏହି କାରଣ ପାଇଁ ଟାଉନ୍ ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ

Denied entry to palace Bolangir royal familys daughter-in-law seeks police protection
ଏହି କାରଣ ପାଇଁ ଟାଉନ୍ ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର । ରାଜନୀତି ନୁହେଁ ବୋହୂ ନିର୍ଯାତନା ମାମଲା ନେଇ ଏବେ ଚର୍ଚ୍ଚାରେ । ରାଜ ପରିବାରରେ ବୋହୂ ନିର୍ଯାତନା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଦୀର୍ଘ ଦିନରୁ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ଅଦ୍ରୀଜା ଅର୍କେଶ କଳି ମାମଲା ଏବେ ବଲାଙ୍ଗିର ଥାନାରେ ପହଁଞ୍ଚିଛି । ଆଜି ବଲାଙ୍ଗିର ଟାଉନ୍ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଦ୍ରୀଜା । 

ଏହା ପୂର୍ବରୁ ସେ ଡ଼େରାଡ଼ୁନ୍ ରାଜପୁର ଥାନାରେ ଏତଲା ଦେଇଥିଲେ । ନିଜେ ସାନ ବୋହୂ ବଲାଙ୍ଗିର ରାଜ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛିନ୍ତି ଅଦ୍ରୀଜା ସିଂହଦେଓ । ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରୀଜା ସିଂହଦେଓ ଏବେ ଶଶୁର ଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ସୂଚନା ଅନୁସାରେ, ଆଜି ନିଜ ବ୍ୟବହାର ସାମଗ୍ରୀ ନେବାକୁ ଅଦ୍ରିଜା ବଲାଙ୍ଗୀର ଆସିଥିଲେ । ହେଲେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଟାଉନ ଥାନା ଯାଇ ସୁରକ୍ଷା ମାଗିଥିଲେ। ହେଲେ ପୁଲିସ ଡେରାଡୁନ ପୁଲିସର ବିନା ଅବଗତିରେ ସୁରକ୍ଷା ଦେଇ ହେବ ନାହିଁ ବୋଲି କହିଥିଲେ ପୋଲିସ । ତେଣୁ ପୁଲିସକୁ ଜଣାଇ ଆଦ୍ରିଜା ପ୍ୟାଲେସକୁ ଯାଇଥିଲେ । ମାତ୍ର ସେଠି ତାଲା ପଡିଥିବାରୁ ସେ ଫେରିଆସିଥିଲେ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଗତ ଡିସେମ୍ବର ମାସରେ ସ୍ଵାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ନାଁରେ ଅଦ୍ରିଜା ଡେରାଡୁନ ଥାନାରେ ନିର୍ଯାତନା ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ମାମଲା ରୁଜୁ ନକରିବାରୁ ମେ ମାସରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଡେରାଡୁନ୍ ପୋଲିସ ଅର୍କେଶ ସିଂହଦେଓ ଏବଂ ତାଙ୍କର ଦୁଇ ଜଣ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏବେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି ।

Share this story