ଖୋର୍ଦ୍ଧା ରାଜନୀତିର ଭିତିରି କଥା: ଜିତୁ-ଗଣେଶଙ୍କ ଚକ୍ରବ୍ୟୁହରେ ଫସିଯିବେ କି ରାଜେନ୍ଦ୍ର ?

Will Rajendra get stuck in the whirl of Jeetu-Ganesh
ଖୋର୍ଦ୍ଧା ରାଜନୀତିର ଭିତିରି କଥା: ଜିତୁ-ଗଣେଶଙ୍କ ଚକ୍ରବ୍ୟୁହରେ ଫସିଯିବେ କି ରାଜେନ୍ଦ୍ର ?

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେଡିର ସଂଗଠନ ଯେତିକି ମଜଭୂତ ହେଉଛି । ସେତିକି ବି ଭିତରେ ଭିତରେ ଦୁର୍ବଳ କରାଉଛି ଗୋଷ୍ଠୀ କନ୍ଦଳ । ରାଜ୍ୟର ବିଭିନ୍ନ କ୍ଷେତ୍ର ଭଳି ହାଇପ୍ରୋଫାଇଲ ଖୋର୍ଦ୍ଧାରେ ମଧ୍ୟ ଏହି ଗୋଷ୍ଠୀ କନ୍ଦଳ କମ୍ ନୁହେଁ । ଏଠି ବି ସେତିକି ଗୋଷ୍ଠୀ କନ୍ଦଳ ଯେମିତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର କବିସୂର୍ଯ୍ୟନଗର, ଆସ୍କା, ଦିଗପହଣ୍ଡିରେ ସ୍ଥିତି ହୋଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ସ୍ଥିତି କିନ୍ତୁ ଅଧିକ ସାଙ୍ଘାତିକ ହୋଇଛି । ଏଠାରେ ବିଜେଡିର ସ୍ଥିତି ଭଲ ଥିଲେ ବି ଗୋଛି କଟା ରାଜନୀତି ବିଜେଡି ପାଇଁ କାଳ ହେବ ବୋଲି ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ରାଜ୍ୟରେ ବିଜେଡି ବାରମ୍ବାର ଜିତୁଥିବାରୁ ନବୀନଙ୍କ ନାଁରେ ନିର୍ବାଚନୀ ବୈତରଣୀ ପାର୍ ହେଉଥିବାରୁ ଏଠାରେ ଟିକଟ ପାଇଂ ଲମ୍ବା ଲାଇନ୍ ଲାଗୁଛି ।ଆଶାୟୀଙ୍କ ସଂଖ୍ୟା ଦେଖିଲେ ଲାଗୁଛି କର୍ମୀମାନେ ମଧ୍ୟ ଏଠାରେ ଟିକଟ ଲବିରେ ଅଛନ୍ତି । ଏବେ ଟିକେ ଭିତରକୁ ଯିବା । ଖୋର୍ଦ୍ଧାରୁ ଲଢ଼ିବା ପାଇଁ ଏବେ ଡଜନେରୁ ଅଧିକ ନେତା ଗୋଡ଼ ଟେକି ବସିଛନ୍ତି । ତେବେ ପ୍ରମୁଖ ଆଶାୟୀଙ୍କ ମଧ୍ୟରେ ଆଗରେ ରହିଛନ୍ତି ରାଜେନ୍ଦ୍ର ସାହୁ ,ଜ୍ୟୋତିରେନ୍ଦ୍ର ନାଥ ଏବଂ ପ୍ରଶାନ୍ତ ଜଗଦ୍ଦେବ । ଏମାନଙ୍କ ବ୍ୟତିତ ଆହୁରି ଅନେକ ଅଛନ୍ତି ଏହି ତାଲିକାରେ । ଅନେକ ଏମିତି ବି ଅଛନ୍ତି ଯେଉଁମାନେ ଗୁପ୍ତରେ ଟିକେଟ ହାତେଇବା ପାଇଁ କସରତ କରୁଛନ୍ତି ଗୋଟି ଚାଳନା କରୁଛନ୍ତି । 

ଗତ ଦେଢ଼ ଦଶନ୍ଧି ଧରି ଖୋର୍ଦ୍ଧାରେ ରାଜ୍ କରୁଛନ୍ତି ରାଜେନ୍ଦ୍ର । ଜିତୁ ମିତ୍ରଙ୍କୁ ଦୁଇ ଦୁଇ ଥର ମାତ ଦେଇ ସେ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି । 2019ରେ ଇଚ୍ଛା ବିରୋଧରେ ବେଗୁନିଆରୁ ଲଢ଼ିଥିଲେ । ତଥାପି ସେ ଖୋର୍ଦ୍ଧାର ମୋହ ଛାଡ଼ି ନଥିଲେ । ସେହିପରି ନିର୍ବାଚନ ବେଳେ ରାଜ୍ ଓ ଜିତୁ ଏକାଠି ଲଢ଼ିଥିଲେ ବି ପରେ ସେମାନେ ଅଲଗା ହୋଇଯାଇଥିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ ବନାମ ଜିତୁ ଜୋରଦାର ଲଢ଼େଇ ହୋଇଥିଲା । 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ତେବେ ଚର୍ଚ୍ଚା ହେଉଛି କ୍ଷମତାରେ ନଥିଲେ ମଧ୍ୟ ଖୋର୍ଦ୍ଧାରେ ରାଜେନ୍ଦ୍ରଙ୍କ ଗୋଷ୍ଠୀ ଦମ୍ ଦେଖାଉଛନ୍ତି । ଏବେ ପୁଣି ଖୋର୍ଦ୍ଧାରୁ ବିଧାୟକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ରାଜ୍ । ଆଉ ଏପଟେ ରାଜ୍ ଙ୍କ ଗୋଷ୍ଠୀକୁ ଟକ୍କର ଦେବାକୁ ଷଡ଼ଯନ୍ତ୍ର ରଚା ଚାଲିଛି । ବିଶେଷ କରି ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଏବଂ ଚିଲିକା ବିଧାୟକ ଗଣେଷ ଜଗଦ୍ଦେବଙ୍କ ନେତୃତ୍ୱରେ ରଣନୀତି କରାଯାଉଛି । 

2009, 2014, 2019 ସାଧାରଣ ନିର୍ବାଚନ ରୋଚକ ରୂପ ନେଇଥିଲା ଦଳୀୟ କନ୍ଦଳ । 24ରେ ଯଦି ଜିତୁ ପ୍ରାର୍ଥୀ ହୁଅନ୍ତି ତେବେ ରାଜ୍ ଗୋଷ୍ଠୀ ବିରୋଧ କରିବେ ବୋଲି ଚର୍ଚ୍ଚା ହେଉଛି।  ତେବେ ଟିକଟ ରେସର ଆଗରେ ରହିଛନ୍ତି ରାଜ୍ । ଏପରିକି ରାଜ୍ ଜାଣିଶୁଣି ବେଗୁନିଆରେ ବି ଫୋକସ କରିଛନ୍ତି । ତେବେ ଆଗାମୀ ଦିନରେ ରାଜେନ୍ଦ୍ର ନିଜ ଦଳରେ ବିଦ୍ରୋହୀଙ୍କୁ ମୁକାବିଲା କରୁଛନ୍ତି ତାକୁ ଦେକିବାକୁ ବାକି ରହିଲା ।

Share this story