ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ୧୨ ସୂତ୍ରୀ ଗାଇଡ୍ଲାଇନ୍ ଜାରି କଲା କମିସନରେଟ୍ ପୁଲିସ

ଓଡ଼ିଆ ଗସିପ୍ ବ୍ୟୁରୋ: ନୂଆବର୍ଷ ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ ସହ କ୍ଲବ୍, ରେଷ୍ଟୁରାଣ୍ଟ ସବୁଆଡେ଼ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ଏହାକୁ ନଜରରେ ରଖି କମିସନରେଟ୍ ପୁଲିସ ୧୨ ସୂତ୍ରୀ ଗାଇଡ୍ଲାଇନ୍ ଜାରି କରିଛି। ଏହି ଗାଇଡ୍ ଲାଇନ୍କୁ ମାନି ସହରବାସୀ ଜିରୋ ନାଇଟ୍ ସେଲିବ୍ରେସନ୍ କରିପାରିବେ।
ରାତି ୧୨.୩୦ ଯାଏ ହୋଟେଲ୍ ଓ ବାର୍ ଖୋଲିପାରିବେ। କିନ୍ତୁ ରାତି ସାରା ମଦ ପିଇ ପାରିବେ ନାହିଁ। ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର। ଯେଉଁମାନେ ଅନୁମତି ନଆଣି ବାର୍ ଖୋଲିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ
ଟ୍ରାଫିକ୍ ଅଡିଟୋରିୟମ ହଲ୍ରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ଡିସିପିଙ୍କ ସମେତ ଅବକାରୀ ବିଭାଗର ଡେପୁଟି ସୁପରିନ୍ଟେଣ୍ଡେଣ୍ଟ, ଅବକାରୀ ଇନ୍ସପେକ୍ଟର ଏବଂ ଭୁବନେଶ୍ୱରର ସମସ୍ତ ହୋଟେଲ ଓ ବାର୍ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଆଗକୁ ଜିରୋ ନାଇଟ ପାଳନ ନିମନ୍ତେ ନିର୍ଦ୍ଦେଶାବଳୀ ଉପରେ ଆଲୋଚନା କରାଯାଇଥିଲା। ଏହାକୁ ମାନିବାକୁ ହୋଟେଲ୍, ବାର୍ ଆଦିଙ୍କୁ କୁହାଯାଇଛି।
ଏହି ମାର୍ଗଦର୍ଶିକାଗୁଡ଼ିକ ହେଲା, ଆୟୋଜକ ସଂସ୍ଥାଗୁଡ଼ିକୁ ସଂଗୀତ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ତାରିଖ ଏବଂ ସମୟ ସୀମାକୁ ସେମାନେ କଡ଼ାକଡ଼ି ଭାବରେ ପାଳନ କରିବେ। ସଂଗୀତ କାର୍ଯ୍ୟକ୍ରମ କରିବାକୁ ଥିଲେ ଲାଉଡ୍ସ୍ପିକର ନିୟମକୁ କଡ଼ାକଡ଼ି ପାଳନ କରିବେ। କୋର୍ଟଙ୍କ ନିୟମ ଅନୁସାରେ ୬୫ ଡେସିବଲ୍ ପର୍ଯ୍ୟନ୍ତ ଶବ୍ଧ ବଜାଇ ପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ଓ କୋର୍ଟ ଆଦି ନିରବ ଅଞ୍ଚଳର ୧୦୦ମିଟର ପରିସୀମା ମଧ୍ୟରେ କୌଣସି ପ୍ରକାରର ସଙ୍ଗୀତ କାର୍ଯ୍ୟକ୍ରମ ଓ ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇ ପାରିବ ନାହିଁ।
ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ
ଆୟୋଜକ ସଂସ୍ଥା ଇକୋ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବା ଠାରୁ ଦୂରେଇ ରହିବେ। ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି ଏବଂ ଛାତ୍ରମାନଙ୍କୁ ବିରକ୍ତ ନକରିବାକୁ ପଦକ୍ଷେପ ନେବେ। ଆବଦ୍ଧ ପରିସରରେ ଆୟୋଜକ ସଂସ୍ଥା ଭିଡ଼ ସମାବେଶ, ଦଳାଚକଟା ଇତ୍ୟାଦିକୁ ଏଡ଼ାଇବା ଓ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥ ରଖିବେ। ଆୟୋଜକ ସଂସ୍ଥା କାର୍ଯ୍ୟକ୍ରମ ସମୟରେ କୌଣସି ଅଶ୍ଳୀଳତା, କିମ୍ୱା ଶରୀରର ଅନୈତିକ ପ୍ରଦର୍ଶନ ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବେ।
ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ
ଆୟୋଜକ ସଂସ୍ଥାମାନେ ଅଗ୍ନି ନିର୍ବାପକ ଯନ୍ତ୍ର, ବାଲି ବାଲ୍ଟି ଇତ୍ୟାଦି ଉପଲବ୍ଧତା ସହିତ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବେ। ଆୟୋଜକ ସଂସ୍ଥା ସଭାସ୍ଥଳରେ ଟ୍ରାଫିକ୍ ନିୟନ୍ତ୍ରଣ, ଯାନବାହନ ପାର୍କିଂ ଏବଂ ଭିତରର ରକ୍ଷଣାବେକ୍ଷଣ କ୍ରମାଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ କରାଇବେ। ଆୟୋଜକ ସଂସ୍ଥାମାନେ ବିଦ୍ୟୁତ ସରବରାହ ସମୟରେ ବୈଦ୍ୟୁତିକ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ୱନ କରିବେ।
ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
ଆୟୋଜକ ସଂସ୍ଥାମାନେ, ପ୍ରବେଶ, ପ୍ରସ୍ଥାନ ଏବଂ ସମାବେଶସ୍ଥଳୀରେ ସିସିଟିଭି ଲଗାଇବେ। ଏହି ସବୁ ସ୍ଥାନ ଗୁଡିକରେ ଯେପରି ସମସ୍ତ କାର୍ଯ୍ୟର ରେକର୍ଡିଂ ହୋଇପାରୁଥିବ ସେଥିପ୍ରତି ନିଶ୍ଚିତ କରାଇବେ। ଡ୍ରାଇଭିଂ ପାଇଁ ଅସମର୍ଥ ବ୍ୟକ୍ତି ଯେପରି ସୁରକ୍ଷିତ ଭାବରେ ଘରକୁ ଫେରିବେ, ଆୟୋଜକ ସଂସ୍ଥାଗୁଡ଼ିକ ଏହି ପରି ଜରୁରୀ ପରିସ୍ଥିତି ପାଇଁ ସେମାନଙ୍କର ପାଞ୍ଚ ଜଣ ଡ୍ରାଇଭର ସରଂକ୍ଷିତ ରଖିବେ। ଆୟୋଜକ ସଂସ୍ଥା ମାନେ କାର୍ଯ୍ୟକ୍ରମ ସମୟରେ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ଏଡ଼ାଇବା ପାଇଁ ମେଡିକାଲ୍ ଟିମ୍ ସହିତ ଆମ୍ୱୁଲାନ୍ସ ରଖିବେ।
ଅଧିକ ପଢନ୍ତୁ :ଶୁକ୍ରଙ୍କ ଚଳନ ଫଳରେ ଏହି ୪ ରାଶିଙ୍କ ପାଇଁ ପାଲଟିବ ବରଦାନ! ନୂଆବର୍ଷ ପୂର୍ବରୁ ମିଳିବ ଧନ..