ଶୁକ୍ରଙ୍କ ଚଳନ ଫଳରେ ଏହି ୪ ରାଶିଙ୍କ ପାଇଁ ପାଲଟିବ ବରଦାନ! ନୂଆବର୍ଷ ପୂର୍ବରୁ ମିଳିବ ଧନ..
 

Shukra Gochar 2023 Venus Transits in Scorpio These Zodiac signs will get benfits
ଶୁକ୍ରଙ୍କ ଚଳନ ଫଳରେ ଏହି ୪ ରାଶିଙ୍କ ପାଇଁ ପାଲଟିବ ବରଦାନ!
 

ଓଡ଼ିଆ ଗସିପ୍ ବ୍ୟୁରୋ:ଜ୍ୟୋତିଶ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ। ରାଶିରେ ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲଫଳ ପ୍ରଦାନ କରିଥାଏ। ଯେତେବେଳେ ଶୁକ୍ରଙ୍କ ଅବସ୍ଥା ଖରାପ ଥାଏ । ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡିଥାଏ। 

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ଏହି କ୍ରମରେ ଶୁକ୍ର ଆଜି ତୁଳା ରାଶି ଛାଡି ଆଜି (ମଙ୍ଗଳବାର) ସକାଳ ୫ଟା ୫୬ ମିନିଟ୍ ସମୟରେ ବିଛା ରାଶିକୁ ଚଳନ କରିଛନ୍ତି। ବିଛା ରାଶିରେ ଶୁକ୍ରଙ୍କ ଚଳନ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ।  ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଏପରିକି ପୁରୁଣା ବିବାଦରୁ ମୁକ୍ତି ମିଳିବା ସହ ବ୍ୟବସାୟରେ ଅଗ୍ରଗତି ହେବ।...

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଏହି ସବୁ ରାଶିପାଇଁ ବରଦାନ ପାଲଟିବ ୨୦୨୪:

ମେଷ:  ମେଷ ରାଶିର ପ୍ରଭୁ ହେଉଛନ୍ତି ମଙ୍ଗଳ । ତେବେ, ବିଛାରେ ମଙ୍ଗଳଙ୍କ ସ୍ଥିତି ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏହି ଅବଧି ମଧ୍ୟରେ ସମସ୍ତ ମନୋସ୍କାମନା ପୂରଣ ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ କିଛି ବଡ଼ ଦାୟିତ୍ବ ମିଳିବା ସହ ବିଦେଶରୁ ଚାକିରି ଅଫର ମିଳିପାରେ। ଆଇଟି କ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ । ଯେଉଁମାନେ ଏ କ୍ଷେତ୍ରରେ କାର୍ଯ୍ୟରତ ସେମାନେ ଏହି ସମୟରେ ଚାକିରି ପରିବର୍ତ୍ତନ କଲେ ଅତ୍ୟନ୍ତ ଭଲ ଫଳାଫଳ ପାଇବେ। ସେହିପରି, ବ୍ୟବସାୟୀମାନେ ଏହି ସମୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରିବେ। 

ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ

ବୃଷ:  ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହା ହେଉଛି ମାହେନ୍ଦ୍ର ବେଳା।  ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ବୈବାହିକ ଜୀବନ ସୁଖମୟ ହେବ। ବିଶେଷକରି, କର୍ମକ୍ଷେତ୍ରରେ ଆପଣଙ୍କୁ ଭଲ ଫଳାଫଳ ମିଳିବ। ପଦୋନ୍ନତି ପାଇବାର ଯୋଗ ରହିଛି। ଏପରିକି ସରାକାରୀ ଚାକିରିଆମାନେ ନିଜ ପସନ୍ଦର ସ୍ଥାନକୁ ଟ୍ରାନ୍ଫଫର ମଧ୍ୟ ହୋଇପାରେ।  ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ ନଚେତ୍ ଅଯଥା ଖର୍ଚ୍ଚ ବଢିବ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

ତୁଳା: ଆଜିଠୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ପୁରୁଣା ବିବାଦରୁ ମୁକ୍ତି ମିଳିବା ସହ କଠିନ ସମୟ ଦୂର ହୋଇ ଜୀବନରେ ନୂଆ ଆଶାର ଆଲୋକ ଉଦଜୀବିତ ହେବ।  ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ବିଶେଷ କରି,  ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛ ତେବେ ଚେଷ୍ଟା ଜାରି ରଖ, ସଫଳତା ପାଇବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଏବଂ ସ୍ବାସ୍ଥ୍ୟ ଭଲ ରହିବ।

ବିଛା: ଏହି ରାଶିରେ ଶୁକ୍ରଙ୍କ ପ୍ରବେଶ ବିଛା ରାଶିକୁ ଶୁଭଫଳ ପ୍ରଦାନ କରିବ। ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ସୁଦୃଢ ହେବ। ଏହି ସମୟ ମଧ୍ୟରେ ବ୍ୟବସାୟରେ ଭଲ ଅଭିବୃଦ୍ଧି ହେବ । ବଡ ଡିଲ୍ ବି ବ୍ୟବସାୟ ପାଇଁ ଫାଇନାଲ୍ ହୋଇପାରେ। ଖାସ୍ କରି, ଆପଣଙ୍କୁ ଏହି ସମୟରେ ନୂତନ ଚାକିରି ପାଇଁ ଭଲ ଅଫର ବି ମିଳିପାରେ। ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିଥିବେ, ତେବେ ସେଥିରୁ ଆପଣଙ୍କୁ ଲାଭ ପାଇବା ସମ୍ଭାବନା ଅଧିକ ରହିଛି । ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ। 

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
 

Share this story