ଗୋପାଳପୁର ଶିଳ୍ପ ପାର୍କରେ ହେବ ୫୮ ହଜାର ୯୦୫ କୋଟି ଟଙ୍କା ବିନିଯୋଗ, ୩୭୦୦ ଲୋକଙ୍କୁ ମିଳିବ ନିଯୁକ୍ତି 
 

ACME Group and IHI Corporation to invest Rs 60,000 crore in Odisha, set up green ammonia plant
ଗୋପାଳପୁରରେ ହେବ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ଓ ଗ୍ରୀନ୍‌‌ ଆମୋନିଆ ଉତ୍ପାଦନ କେନ୍ଦ୍ର 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗତବର୍ଷ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ୍‌‌ ଗସ୍ତ ଫଳପ୍ରସୂ ହେବା ଆରମ୍ଭ କରିଛି। ଜାପାନର ଖ୍ୟାତନାମା ଉଦ୍ୟୋଗ ଆଇଏଚ୍‌‌ଆଇ କର୍ପୋରେସନ୍‌‌ ଏବଂ ଏହାର ସହଯୋଗୀ ସଂସ୍ଥା ଏସିଏମ୍‌‌ଇ ଗ୍ରୁପ୍‌‌ ଓଡ଼ିଶାରେ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ଓ ଗ୍ରୀନ୍‌‌ ଆମୋନିଆ ଉତ୍ପାଦନ କରିବ। ଏଥିପାଇଁ ଗୋପାଳପୁର ଶିଳ୍ପ ପାର୍କରେ କମ୍ପାନୀ ୫୮, ୯୦୫ କୋଟି ଟଙ୍କା ବିନିଯୋଗ କରିବା ସହ ୩୭୦୦ ଲୋକଙ୍କୁ ନିଯୁକ୍ତି ଦେବ। 

ଏନେଇ ଗତକାଲି ଲୋକସେବା ଭବନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଓଡ଼ିଶାକୁ ଏକ ସବୁଜ ହାଇଡ୍ରୋଜେନ୍‌‌ ହବ୍‌‌ରେ ପରିଣତ କରିବାରେ ସହଯୋଗ ପାଇଁ ଉଭୟ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଜଣାଇଥିଲେ। ଶିଳ୍ପ ସମୂହକୁ ସବୁ ପ୍ରକାର ସହଯୋଗ ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆଇଏଚ୍‌‌ଆଇ କର୍ପୋରେସନ୍‌‌ର ସଭାପତି ତଥା ସିଇଓ ହିରୋଶୀ ଇଦେ ଏବଂ ଏହାର ସହଯୋଗୀ ସଂସ୍ଥା ଏସିଏମ୍‌‌ଇ କ୍ଲିନ୍‌‌ ଏନର୍ଜି ଲିମିଟେଡ୍‌‌ର ଅଧ୍ୟକ୍ଷ ମନୋଜ ଉପାଧ୍ୟାୟ ଏମ୍‌‌ଓୟୁରେ ସ୍ୱାକ୍ଷର କରିଥିଲେ। ଉଭୟ କମ୍ପାନୀ ସବୁଜ ହାଇଡ୍ରୋଜେନ ଓ ଆମୋନିଆ ଉତ୍ପାଦନ ସହିତ ପରିଚାଳନା, ବିତରଣ ତଥା ଶକ୍ତି ଉତ୍ପାଦନ କରିବେ। 

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

ଓଡ଼ିଶାରେ ପ୍ରଥମଥର ପାଇଁ ଗୋପାଳପୁରରେ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ର ଏକକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଉଭୟ କମ୍ପାନୀର ମୁଖ୍ୟ ଶିଳ୍ପ ପ୍ରତିଷ୍ଠାରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରିବା ସହିତ ଦେଶର ଏହା ସର୍ବୋତ୍ତମ ଶିଳ୍ପୋନ୍ମୁଖୀ ରାଜ୍ୟ ବୋଲି ପ୍ରକାଶ କରିଥିଲେ। ଭାରତକୁ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ଏବଂ ଗ୍ରୀନ୍‌‌ ଆମୋନିଆ ସୁଲଭ ମୂଲ୍ୟରେ ଯୋଗାଇ ଦେବାରେ ଏହି ପ୍ରକଳ୍ପ ବେଶ୍‌‌ ସହାୟକ ହେବ ବୋଲି କହିଥିଲେ।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଆଇଏଚ୍‌‌ଆଇ କର୍ପୋରେସନ୍‌‌ର ହିରୋଶୀ କହିଥିଲେ, ଓଡ଼ିଶାକୁ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ହବ୍‌‌ରେ ପରିଣତ କରିବା ପାଇଁ ଏଠାରେ ସବୁ ପ୍ରକାର ଭିତ୍ତିଭୂମି ଉପଲବ୍ଧ ଅଛି। ଓଡ଼ିଶାରେ ପାରମ୍ପରିକ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକୁ ସବୁଜ ଶକ୍ତି ପ୍ଲାଣ୍ଟରେ ପରିଣତ କରିବା ଲାଗି ଆମେ ସବୁ ପ୍ରକାର ସହଯୋଗ ପ୍ରଦାନ କରିବୁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଆବଶ୍ୟକତାକୁ ଦେଖି ଭାରୀ ଖଣିଜ ଏବଂ ନିର୍ମାଣ ଯନ୍ତ୍ରାଂଶ ଉତ୍ପାଦନ ଦିଗରେ ମଧ୍ୟ ଆଇଏଚ୍‌‌ଆଇ ପୁଞ୍ଜିନିବେଶ କରିବ ବୋଲି ସେ କହିଥିଲେ। 

ଅଧିକ ପଢନ୍ତୁ :ଏହି ରାଶି ପାଇଁ ଦିନଟି କଷ୍ଟ ଦାୟକ ରହିବ ଓ କଠିନ ପରିଶ୍ରମ ସତ୍ତ୍ବେ ଆଶାଜନକ ଫଳ ମିଳିବ ନାହିଁ, ପଢନ୍ତୁ ରାଶିଫଳ 

ଆଲୋଚନା ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେଇଛନ୍ତି। ଓଡ଼ିଶାରେ ଅଧିକରୁ ଅଧିକ କମ୍ପାନୀ ପ୍ରତିଷ୍ଠା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ଅନୁପାଳନ କରୁଛନ୍ତି। 

ଓଡ଼ିଶା ସରକାରଙ୍କ ଶିଳ୍ପ ନୀତି-୨୦୨୨ ଅନୁସାରେ ରାଜ୍ୟକୁ ଏକ ଅଗ୍ରଣୀ ଶିଳ୍ପ କ୍ଷେତ୍ରରେ ପରିରତ କରିବା ପାଇଁ ଉଦ୍ୟମ କରାଯାଉଛି। ଏହା ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶର ଏହା ଆଧାର ସାଜିବ। ଆଇପିଆର-୨୦୨୨ରେ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ କ୍ଷେତ୍ର ପାଇଁ ବ୍ୟାପକ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story