ନିଆଳି ପରେ ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ
 

30 goats killed by unknown animal in Ganjuguda village of Rayagada
ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ନିଆଳି ପରେ ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ । ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡାରେ ମାତିଛି ଅଜଣା ଜନ୍ତୁ । ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ଛେଳି ଗୁଡିକୁ ଚରାଇବାକୁ ନେଇଥିବା ବେଳେ ବର୍ଷା ଯୋଗୁଁ ଫେରାଇ ଆଣି ପାରିନଥିଲେ। ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟ ଘଟିଥିବା ନେଇ ବନ ବିଭାଗ ସଂନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ ଆକ୍ରମଣ କରିଥିବା ସୁଚନା ଦେଇଛନ୍ତି। ଅଞ୍ଚଳରେ କଲରାପତରିଆ ବାଘ ବୁଲୁଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରି ମାନେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ବାଘ ନା ଅନ୍ୟ କୈାଣସି ଜନ୍ତୁ ଆକ୍ରମଣରେ ଛେଳି ମୃତ୍ୟୁ ଘଟିଛି, ସେ ନେଇ ଜାଣିବା ପାଇଁ ବନ ବିଭାଗ ସିସି କ୍ୟାମେରା ଲଗାଇ ଅନୁଧ୍ୟାନ କରୁଥିବା କହିଛନ୍ତି ଗୁଡାରି ରେଞ୍ଜର ଫରେଷ୍ଟର ନରସିଂହ ଶତପଥ କହିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ତେବେ ପୂର୍ବରୁ ନିଆଳିରେ ଅଜଣା ଜନ୍ତୁ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିଆଳିରେ ମେଣ୍ଢା ମଡ଼କ ସାରା ଓଡ଼ିଶାରେ ଖବରର ଶିରୋନାମା ପାଲଟିଥିଲା । ମାତ୍ର ଏହା କେଉଁ କାରଣରୁ ହେଉ ଥିଲା, ଅଜଣା ଜନ୍ତୁ ନାଁ କ’ଣ ତାହା ସ୍ପଷ୍ଟ ହୋଇପାରିନଥିଲା । ଆଉ ଏବେ ରାୟଗଡ଼ାରେ ଛେଳିଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

Share this story