ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ, ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ
 

3 Youths Killed As Lightning Strikes During Football Match In Odisha’s Sundargarh
ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ। ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ । ଖେଳ ଦେଖୁଥିବା ବେଳେ ଅଚାନକ ବର୍ଷା ହେଲା ଫଳରେ ପଡ଼ିଆ ନିକଟ ଗଛ ତଳେ ଆଶ୍ରୟ ନେଇଥିବା ବେଳ ବ୍ରଜାଘାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି।ଏଭଳି ଦୁଃଖଦ ଘଟଣା ରାଉରକେଲାରେ ଘଟିଛି ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ବିରୁଆଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଫୁଟ୍‌ବଲ୍ ମ୍ୟାଚ୍ ଚାଲିଥିଲା । ସେହି ସମୟରେ ଶହ ଶହ ଦର୍ଶକ ଖେଳ ଦେଖୁଥିଲେ । ଖେଳ ଦେଖୁଥିବା ସମୟରେ ସେଠାରେ ହଠାତ୍ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତରେ ୩ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରାଘାତ ଓ ବର୍ଷା ଯୋଗୁ ଏହି ୩ଜଣ ଗଛ ମୂଳରେ ଆଶ୍ରୟ ନେଇଥିଲେ । 

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଅନ୍ୟମାନେ କିଏ କେଉଁ ଆଡ଼େ ଚାଲି ଯାଇଥିଲେ । କିଛିଜଣ ଗଛ ମୂଳରେ ଆଶ୍ରୟ ନେଇଥିଲେ । ବଜ୍ରାଘାତ ହେବା ଫଳରେ ଗଛ ମୂଳରେ ଆଶ୍ରୟ ନେଇଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ତିନି ଜଣ ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ଜଣା ପଡିଥିବା ବେଳେ ଜଣଙ୍କ ପରିଚୟ ଏଯାଏଁ ମିଳିନାହିଁ। 

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

୩ ମୃତକଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଲାଠିକଟା କର୍ଲାଖମନ ଗ୍ରାମର ୧୭ ଵର୍ଷୀୟ ଵିଶାଲ ବିଲୁଙ୍ଗ। ଅନ୍ୟଜଣେ ଵଣେଇ ନାଲଘାଟି ଗ୍ରାମର ସୁନିତ ଓରାମ।। ତିନି ଜଣଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି। ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story