ଶୋଇବା ସମୟରେ ଜମାରୁ କରନ୍ତୁନି ଏସବୁ ଭୁଲ୍‌, ମାଡ଼ି ଆସିବ ବିପତ୍ତି...
 

Never keep these things near your head
ଶୋଇବା ସମୟରେ ଜମାରୁ କରନ୍ତୁନି ଏସବୁ ଭୁଲ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତି ଘରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ରହିଥାଏ । ସକାରାତ୍ମକ ଶକ୍ତିରୁ ଘରେ ସୁଖଶାନ୍ତି ବିରାଜମାନ କରିଥାଏ। କିନ୍ତୁ ନକାରାତ୍ମକ ଶକ୍ତି ଯୋଗୁ ନାନା ସମସ୍ୟା ସହିତ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ିଥାଏ।

କେବଳ ସକାଳୁ ରାତି ପର୍ଯ୍ୟନ୍ତ ଆମେ କରୁଥିବା ବିଭିନ୍ନ କାର୍ଯ୍ୟକଳାପ ନୁହେଁ, ଶୋଇବା ସମୟରେ ମଧ୍ୟ ଆମେ ଅଜାଣତରେ ଏମିତି କିଛି ଭୁଲ୍‌ କରିଦେଇଥାଉ, ଯାହାର ପରିଣାମ ଭଲ ହୋଇ ନ ଥାଏ । ବାସ୍ତୁ ଅନୁଯାୟୀ ନିଜକୁ ତଥା ନିଜ ଘରକୁ ବ୍ୟବସ୍ଥିତ କରି ରଖିଲେ ନିହାତି ଭାବେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। 

ଅଧିକ ପଢନ୍ତୁ :୨୦୨୪ରେ ଶନି ଓ ଶୁକ୍ରଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!

ବହୁ ସମୟରେ ପିଲାମାନେ ରାତିରେ ବେଡ୍‌ ଉପରେ ପାଠ ପଢ଼ୁଥିବା ବେଳେ  ମୁଣ୍ଡ ଉପରେ ବହି ରଖି ଶୋଇ ପଡ଼ିଥା’ନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ମା’ ସରସ୍ୱତୀଙ୍କ ଅପମାନ। ଏହାକୁ ଅଶୁଭ ବୋଲି ଧରା ଯାଇଥାଏ। ଏହା ଦ୍ୱାରା ପିଲାଙ୍କ ପରୀକ୍ଷା ଫଳ ତଥା କ୍ୟାରିଅର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ସବୁବେଳେ ସତର୍କ ରହୁନ୍ତୁ। ବହିକୁ ଯଥା ସ୍ଥାନରେ ରଖି ଶୋଇବାକୁ ଯାଆନ୍ତୁ।

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

ବାସ୍ତୁ ଅନୁଯାୟୀ, ବେଡ୍‌ ନିକଟରେ ଜୋତା କିମ୍ବା ଚପଲ ରଖିବା ଉଚିତ ନୁହେଁ। ବେଳେବେଳେ ଆମେ ଘରେ ପିନ୍ଧା ଚପଲକୁ ବେଡର ଠିକ୍‌ ନିକଟରେ ରଖି ଶୋଇପଡ଼ନ୍ତି। କିନ୍ତୁ ଏହା କରିବା ବହୁତ ବଡ଼ ଭୁଲ୍‌। ଏହାଯୋଗୁ ଆର୍ଥିକ ସହିତ ଶାରୀରିକ ସମସ୍ୟା ଉପୁଜିପାରେ। ଏହା ସହିତ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ବି ହେବାକୁ ପଡ଼ିପାରେ।

ଅଧିକ ପଢନ୍ତୁ :ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ! 

ବେଳେବେଳେ ବାହାରୁ ଫେରିବା ବିଳମ୍ବ ହେଲେ ଅତ୍ୟଧିକ ହାଲିଆ ହେତୁ ଆମେ ଯଥାସ୍ଥାନରେ ସବୁ ଜିନିଷକୁ ରଖିବାକୁ ଭୁଲି ଯାଇଥାଉ। ଏପରିକି ବେଳେ ବେଳେ ମୁଣ୍ଡ ପାଖରେ ପର୍ସ ରଖି ଶୋଇ ଯାଇଥାଉ। ଏହାଦ୍ୱାରା ବିଭିନ୍ନ ବାସ୍ତୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ସବୁବେଳେ ଚେଷ୍ଟା କରିବା ଉଚିତ,  ଯେପରି ଯେତେ ବିଳମ୍ବରେ ଫେରିଲେ ବି ପର୍ସକୁ ଯଥା ସ୍ଥାନରେ ରଖିବା।

ଏହାବାଦ୍‌ ଶୋଇବା ସମୟରେ କୌଣସି ଗ୍ୟାଜେଟସ୍‌କୁ ନିଜ ପାଖରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଅଧିକ ଷ୍ଟ୍ରେଶ୍‌ ଅନୁଭୂତ ହୁଏ ଓ ନିଦ ବାରମ୍ବାର ଭାଙ୍ଗିଥାଏ।

ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!
 

Share this story