ଏହି ରାଶିଙ୍କ ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେବା ସହ ଆକସ୍ମିକ୍ ଅର୍ଥ ବ୍ୟୟ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Saturday 23 december 2023
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ:ଆଜି ଅର୍ଥାତ ଡିସେମ୍ବର ୨୩ ହେଉଛି ଶନିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ମେଷ ରାଶି: ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯାଇପାରନ୍ତି । ପରିବାର ସଦସ୍ୟଙ୍କ ସହ ଦିନଟି ଭଲରେ କଟିବ । ଆୟ ବୃଦ୍ଧି ହେବ ।

ଅଧିକ ପଢନ୍ତୁ :ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି? ଜାଣନ୍ତୁ କଣ କହୁଛି ଚାଣକ୍ୟ ନୀତି ?

ବୃଷ ରାଶି: ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ଆଜି ପୂରଣ ହେବ। ନୂତନ ଲୋକଙ୍କ ସହ ପରିଚୟ ହେବ । କୌଣସି ବଡ଼ ନେଣଦେଣ କରିପାରନ୍ତି। ଯାତ୍ରା ସମୟରେ ସର୍ତକତା ଅବଳମ୍ବନ କରନ୍ତୁ। କୌଣସି ସ୍ଥାନରୁ ଖୁସି ଖବର ମିଳିବ।

ମିଥୁନ ରାଶି: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତି ନେଇ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାର୍ଯ୍ୟ ପୂରଣ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସମସ୍ୟା ଦୂର ହେବ ।

କର୍କଟ ରାଶି: କୌଣସି ସ୍ଥାନରୁ ଶୁଭଫଳ ପାଇବେ । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ସିଂହ ରାଶି: ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ ଦିନଟି ଚାପଗସ୍ତ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭଦାୟୀ ରହିବ । ପାରିବାରରେ ସୁଖ ଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭ ସମାଚାର ମିଳିବ ।

କନ୍ୟା ରାଶି: ବ୍ୟବସାୟରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ସର୍ବସୁଖ ଲାଭ କରିପାରନ୍ତି । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲରେ କଟିବ । ଥଣ୍ଡା-କଫ ଜନିତ ଅସୁସ୍ଥତା ଅନୁଭବ କରିବେ ।

ତୁଳା ରାଶି: ରାଜନୀତି ଆଡକୁ ମନ ବଳାଇପାରନ୍ତି । କାର୍ଯ୍ୟରେ ବାଧା ଉପୁଜିପାରେ । ସମ୍ପର୍କୀୟମାନଙ୍କ ସହଯୋଗରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବିବାଦୀୟ ପରିସ୍ଥିତିରେ ମିଠା କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।

ବିଛା ରାଶି: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ। ମନ ଭିତର କଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ରୁଚିପୂର୍ଣ୍ଣ ବ୍ୟବହାର ଯୋଗୁଁ ପ୍ରଶଂସିତ ହେବେ। ଆକସ୍ମିକ୍ ଅର୍ଥ ବ୍ୟୟ ହୋଇପାରେ ।

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଧନୁ ରାଶି: ଆଜି ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ। ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ ।

ମକର ରାଶି: ବ୍ୟାପାରରେ ଲାଭ ସହ ଆୟର ସ୍ରୋତ ବଢିପାରେ। ମିତ୍ରମାନଙ୍କ ସହ ସାକ୍ଷାତ କରି ମନ ଭଲ ରହିବ। ଅବିବାହିତଙ୍କ ଲାଗି ବିବାହ ଯୋଗ ରହିଛି । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ ରାଶି: ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ଧନହାନୀ ନେଇ ଯୋଗ ରହିଛି । ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବିବାଦ ହୋଇପାରେ । ଯାତ୍ରା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ ।

ମୀନ ରାଶି: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ବୁଦ୍ଧିମାନର କାମ ହେବ। ଜନମଙ୍ଗଳ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ। ଶାରିରୀକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ। ଦିନଟି ହସ ଖୁସିରେ କଟିବ ।

ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ
 

Share this story