ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି? ଜାଣନ୍ତୁ କଣ କହୁଛି ଚାଣକ୍ୟ ନୀତି ?
 

Why do married men likes other women Chanakya says these 5 reasons
ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି?
 

ଓଡ଼ିଆ ଗସିପ୍ ବ୍ୟୁରୋ: ବୈବାହିକ ଜୀବନ ପାଇଁ କଣ୍ଟା ସାଜୁଛି ପରକୀୟା ପ୍ରୀତି । ପୁରୁଷ ମାନେ ବିବାହ ପରେ ଭିନ୍ନ ଭିନ୍ନ କାରଣରୁ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ଚାଣକ୍ୟ ତାଙ୍କ ପୁସ୍ତକରେ ପୁରୁଷ ଏବଂ ମହିଳାଙ୍କ ସମ୍ପର୍କ ବିଷୟରେ ଅନେକ କିଛି ଲେଖିଛନ୍ତି । ଯେପରିକି ବିବାହ ପରେ ପୁରୁଷମାନେ ଅନ୍ୟ ମହିଳାଙ୍କ ପ୍ରତି କାହିଁକି ଆକୃଷ୍ଟ ହୁଅନ୍ତି । ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚିନ୍ତା କରନ୍ତି । କିନ୍ତୁ କେବେ ଭାବିଛନ୍ତି ଏହା ପଛରେ କଣ ରହିଛି କାରଣ ?

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ଅତ୍ୟାଧୁନିକ ଜୀବନ ଶୈଳୀରେ ପ୍ରେମ ଯେତେ ଶୀଘ୍ର ହେଉଛି ସମ୍ପର୍କରେ ଫାଟ ମଧ୍ୟ ମଧ୍ୟ ସେତିକି ଶୀଘ୍ର ହେଉଛି । ସମସ୍ତେ ଜାଣନ୍ତି ଯେ ପୁରୁଷ ଏବଂ ମହିଳା ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି । ହେବା ମଧ୍ୟ ସ୍ୱାଭାବିକ । କିନ୍ତୁ ଏହା ଭୁଲ ସେତେବେଳେ ଯେତେବେଳେ ଜଣେ ବିବାହିତ ପୁରୁଷ ମହିଳା ପ୍ରତି ଆକର୍ଷିତ ହୁଅନ୍ତି ଏବଂ ସମାଜର ନୀତିନିୟମ ବାହାରେ ଯାଇ ଏକ ମିଥ୍ୟା ସମ୍ପର୍କ ସ୍ଥାପନ କରନ୍ତି । ଯଦି ଏହା ଘଟେ, ବିବାହିତ ଜୀବନ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଥାଏ । ବିବାହ ପରେ ଅନ୍ୟତ୍ର ସମ୍ପର୍କ ରଖିବା ଆମ ସାମାଜରେ ଭୁଲ ବୋଲି ବିବେଚନା କରାଯାଏ ।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ

୧- ଖୁବ୍ କମ୍ ବୟସରେ ପୁଅ ଝିଅ ବିବାହ କରିବାର ଦୃଶ୍ୟ ଅନେକ ଦେଖାଯାଇଛି । ଯେଉଁ ବୟସରେ ନିଜର କ୍ୟାରିଅର୍ ପ୍ରତି ଧ୍ୟାନ ଦେବା ଦରକାର ସେହି ବୟସରେ ବିବାହ କରିବା ଭୁଲ୍ । କମ୍ ବୟସରେ ନିଜ କ୍ୟାରିଅର୍ ଉପରେ ହିଁ ଧ୍ୟାନ ଯାଇଥାଏ । ଯେଉଁଥିପାଇଁ ସେହି ସମୟରେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଗଢି ହୁଏନାହିଁ । ପରେ ଯେବେ ଜୀବନରେ ସବୁକିଛି ଠିକ୍ ହୋଇଯାଏ ସେତେବେଳେ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ କରେ । ଏଭଳି ସ୍ଥିତିରେ ବ୍ୟକ୍ତି ଅନ୍ୟତ୍ର ମହିଳା ସହ ସମ୍ପର୍କ ରଖେ ।

୨- ଆହୁରି ଏକ ଅନ୍ୟ କାରଣ ହେଉଛି ଶାରୀରିକ ସମ୍ପର୍କରେ ସନ୍ତୁଷ୍ଟି । ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଶାରୀରିକ ସନ୍ତୁଷ୍ଟି ମିଳିବା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହାର ଅଭାବ ଉଭୟଙ୍କ ମଧ୍ୟରେ ଦୂରତାକୁ ବଢାଏ । ଏଭଳି ପରିସ୍ଥିତିରେ ଅନ୍ୟତ୍ର ସମ୍ପର୍କ ରଖିବାର ସ୍ଥିତି ଅଧିକ ରହିଥାଏ ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!

୩- କିଛି କ୍ଷେତ୍ରରେ ବିବାହ ପରେ ମଧ୍ୟ ଅନ୍ୟ ମହିଳା ସହ ସମ୍ପର୍କ ରଖିବା ଠିକ୍ ରହିଥାଏ । ସ୍ବାମୀ ସ୍ତ୍ରୀ ମଧ୍ୟରେ ବିଶ୍ବାସ ରହିବା ନିହାତି ଆବଶ୍ୟକ । ଏହି ବିଶ୍ବାସ ହିଁ ସ୍ବାମୀ ସ୍ତ୍ରୀ ର ସମ୍ପର୍କକୁ ସୁଦୃଢ କରିଥାଏ । କିନ୍ତୁ ଯଦି ବିଶ୍ବାସ ନରୁହେ ତେବେ ସମ୍ପର୍କର ମୂଲ୍ୟ କିଛି ରୁହେ ନାହିଁ ।

୪- ଦାମ୍ପତ୍ୟ ଜୀବନରେ ଜୀବନ ସାଥୀଙ୍କ ମନ ବିବ୍ରତ ହେବା ଅତ୍ୟନ୍ତ ସାଧାରଣ କଥା । ଏଭଳି ପରିସ୍ଥିତିରେ ଲୋକମାନେ ଅନ୍ୟ ମହିଳା କିମ୍ବା ପୁରୁଷଙ୍କୁ ପସନ୍ଦ କରି ନିଅନ୍ତି।

୫- ପ୍ରେମର ଗଭୀରତା ସେତେବେଳ ଯାଏ ରୁହେ ଯେବେ ଦମ୍ପତି ପିତାମାତା ନହୋଇଥାଆନ୍ତି । ସନ୍ତାନସନ୍ତତି ହେବା ପରେ ପୁରୁଷମାନେ ନିଜ ପତ୍ନୀଙ୍କଠାରୁ ଦୂରଇ ରହିବା ଆରମ୍ଭ କରନ୍ତି । ଏହା ପଛର କାରଣ ହେଉଛି ସ୍ତ୍ରୀ ନିଜ ଛୁଆକୁ ଅଧିକ ସମୟ ଦିଅନ୍ତି ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story