ମଳ ମାସ ପଡ଼େ କାହିଁକି ? ମାସ ଦୁଇ ପ୍ରକାର ଗଣନା କରାଯାଏ କାହିଁକି ? ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ekadashi 2023 know about padmini ekadashi date puja vidhi and its significance

ଓଡ଼ିଆ ଗସିପ୍ ବ୍ୟୁରୋ: ଶ୍ରାବଣ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥିକୁ ପଦ୍ମିନୀ ଏକାଦଶୀ ଭାବେ ପାଳନ କରାଯାଇଥାଏ । ଏକାଦଶୀ ଉପବାସ ପାଳନ କରିବା ଦ୍ବାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ପଦ୍ମିନୀ ଏକାଦାଶୀ  ଶ୍ରାବଣ ମାଳ ମାସରେ ପଡୁଛି । ଏହି ଏକାଦଶୀ ପ୍ରତି ତିନି ବର୍ଷରେ ଥରେ ଆସିଥାଏ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ସ୍ୱାମୀଙ୍କୁ ଛାଡି ଆସିଥିଲି, କେବଳ ମୋ ଦେହ ପାଇଁ ମତେ ଡାକିଥିଲେ ପ୍ରେମିକ ବିଶ୍ୱଜିତ

ମଳ ମାସ ଭଗବାନ ବିଷ୍ଣୁଙ୍କ ପୂଜାଚର୍ଚ୍ଚା ପାଇଁ ଖାସ୍ ହୋଇଥାଏ । ଏହି କାରଣରୁ ପଦ୍ମିନୀ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଶ୍ରାବଣ ମାସ ପଦ୍ମିନୀ ଏକାଦାଶୀରେ ଉପବାସ କରିବା ଦ୍ବାରା ବ୍ୟକ୍ତିକୁ ଶୁଭ ଫଳପ୍ରାପ୍ତ ହୋଇଥାଏ । ସେହିପରି ଏହି ଏକାଦାଶୀରେ କିଛି ବିଶେଷ ପ୍ରତିକାର କରିବା ଦ୍ବାରା ଶୁଭ ଫଳ ମିଳିବା ସହ ମନୋକାମନା ପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପଦ୍ମିନୀ ଏକାଦଶୀର ପୂଜା ପଦ୍ଧତି ବିଷୟରେ ।

ଅଧିକ ପଢ଼ନ୍ତୁ : କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

ଶ୍ରାବଣ ଶୁକ୍ଲ ପକ୍ଷ ଏକାଦଶୀ ତିଥି ଅର୍ଥାତ୍ ଜୁଲାଇ ୨୯ ତାରିଖ ଅପରାହ୍ନ ୨:୫୨ରୁ ଏହା ଆରମ୍ଭ ହୋଇ ପରଦିନ ରାତି ୧:୦୬ଟା ମିନିଟ୍ ରେ ଶେଷ ହେବ । ଏପରି ପରିସ୍ଥିତିରେ, ସୂର୍ଯ୍ୟୋଦୟକୁ ଗୁରୁତ୍ୱ ଦେଇ ପଦ୍ମିନୀ ଏକାଦଶୀ ୨୯ ଜୁଲାଇ ଅର୍ଥାତ୍ ଶନିବାର ଦିନ ପାଳନ କରାଯିବ ।

ପଦ୍ମିନୀ ଏକାଦଶୀ ୨୦୨୩ ଶୁଭ ମୁହୁର୍ତ୍ତ

ପଦ୍ମିନୀ ଏକାଦାଶୀରେ ପୂଜା ପାଇଁ ଶୁଭ ସମୟ ସକାଳ ୭:୨୨ରୁ ୯:୦୯ ମଧ୍ୟରେ ରହିଛି । ସକାଳ ଶୁଭ ମୁହୁର୍ତ୍ତ ପରେ ପୂଜା ପାଇଁ ଦ୍ୱିତୀୟ ଶୁଭ ସମୟ ଅପରାହ୍ନ ୧୨:୨୭ରୁ ସନ୍ଧ୍ୟା ୫:୩୩ ମିନିଟ୍ ପର୍ଯ୍ୟନ୍ତ ରହିବ ।

ଅଧିକ ପଢ଼ନ୍ତୁ : ଦୁଇଫାଳ ହେବ ଆଫ୍ରିକା, ଜନ୍ମ ନେବ ନୂଆ ସମୁଦ୍ର; ଜାଣନ୍ତୁ କେମିତି ଘଟିବାକୁ ଯାଉଛି ଏହି ରହସ୍ୟମୟ ଘଟଣା

ପଦ୍ମିନୀ ଏକାଦଶୀ ୨୦୨୩ ପୂଜା ବିଧି

- ପଦ୍ମିନୀ ଏକାଦଶୀ ଦିନ ସକାଳୁ ଉଠି ସ୍ନାନ କରିବା ପରେ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

- ଭଗବାନ ବିଷ୍ଣୁଙ୍କ ଧ୍ୟାନ କରିବା ସହ ଉପବାସ ଲାଗି ଶପଥ ନିଅନ୍ତୁ । ଏହାସହ ଭଗବାନ ବିଷ୍ଣୁଙ୍କ ପୂଜାଚର୍ଚ୍ଚା କରନ୍ତୁ ।

- ଏକାଦଶୀରେ ଶ୍ରୀ ହରିଙ୍କ କଥା ଶୁଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।

- ଏକାଦଶୀ ଦିନ ଫଳ ଖାଇବା ଉଚିତ୍ । ଏହି ଦିନ ଗରିବ ଓ ଅସହାୟ ଲୋକଙ୍କୁ ଦାନ କରନ୍ତୁ ।

- ଦ୍ୱାଦଶ ତିଥିରେ ଏକାଦଶୀ ବତ୍ର ପାଳନ କରନ୍ତୁ  । ଏହି ଦିନ ବ୍ରାହ୍ମଣମାନଙ୍କୁ ଖାଦ୍ୟ ଅର୍ପଣ କରିବା ସହ ଦାନ କରନ୍ତୁ ।

ଅଧିକ ପଢ଼ନ୍ତୁ : ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...

ପଦ୍ମିନୀ ଏକାଦଶୀ ମହତ୍ବ

ସବୁ ମାସର ଶୁକ୍ଲ ଓ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଏକାଦଶୀ ବତ୍ର ପାଳନ କରାଯାଇଥାଏ । ଗୋଟିଏ ବର୍ଷରେ ୨୪ଟି ଏକାଦଶୀ ପାଳନ କରାଯାଇଥାଏ । ଏହି ଏକାଦଶୀ ବର୍ଷକରେ ତିନି ଥର ଆସିଥାଏ । ଏହାର ବିଶେଷ ଗୁରୁତ୍ୱ ରହିଛି । ପଦ୍ମିନୀ ଏକାଦଶୀ ଉପରେ ଉପବାସ କରିବା ଦ୍ବାରା ସନ୍ତାନ ପ୍ରାପ୍ତିର ଇଚ୍ଛା ପୂରଣ ହେବା ସବ ଭଗବାନ  ଏବଂ ବିଷ୍ଣୁଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।

Share this story