ଦୁଇଫାଳ ହେବ ଆଫ୍ରିକା, ଜନ୍ମ ନେବ ନୂଆ ସମୁଦ୍ର; ଜାଣନ୍ତୁ କେମିତି ଘଟିବାକୁ ଯାଉଛି ଏହି ରହସ୍ୟମୟ ଘଟଣା

Africa will be soon divided into two halves

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ବର ଦ୍ବିତୀୟ ବୃହତ୍ତମ ମହାଦେଶ ଆଫ୍ରିକା ଦୁଇ ଫାଳ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଲୋହିତ ସାଗରରୁ ମୋଜାମ୍ବିକ ମଧ୍ୟରେ ଥିବା ୩୫୦୦ କିମିର ପୂର୍ବ ଆଫ୍ରିକୀୟ ଫାଟ (ଇଷ୍ଟ ଆଫ୍ରିକାନ ରିଫ୍ଟ) ଦିନକୁ ଦିନ ସମ୍ପ୍ରସାରିତ ହେବାରେ ଲାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ପୂର୍ବରୁ ବୈଜ୍ଞାନିକ ଏ ନେଇ ଭବିଷ୍ୟବାଣୀ କରିଥିଲେ । ଆଫ୍ରିକା ମହାଦେଶର ଏକ ବଡ଼ ଭାଗ ଭାଙ୍ଗିଯିବ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ପୃଥିବୀ ଅନେକ ଟେକ୍ଟୋନିକ ପ୍ଲେଟ୍‌ ଉପରେ ରହିଛି । ଏହାର ତଳେ ତରଳ ପଦାର୍ଥ ‘ଲାର୍ଭା’ ରହିଛି । ଏହି ପ୍ଲେଟ ଗୁଡିକ ସବୁବେଳେ ବ୍ୟାପିବାରେ ଲାଗିଥାଆନ୍ତି । ଅନେକ ସମୟରେ ପରସ୍ପର ସହ ଧକ୍କା ମଧ୍ୟ ହୋଇଯାଆନ୍ତି । ଧକ୍କା ହେବା ଯୋଗୁଁ ପ୍ଲେଟର କୋଣଗୁଡିକ ବୁଲି ଯାଇଥାଏ । ଅଧିକ ଚାପ ପଡ଼ିଲେ ଏହି ପ୍ଲେଟ୍‌ ଭାଙ୍ଗି ଯାଇଥାଏ । ଏହା ଦ୍ବାରା ଫାଟ ସୃଷ୍ଟି ହୋଇଥାଏ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ EXCLUSIVE ଭିଡ଼ିଓ : ୩୦୦୦ କାର ନେଇ ଯାଉଥିବା ମାଲବାହୀ ଜାହାଜରେ ନିଆଁ, ମଝି ସମୁଦ୍ରରେ ପ୍ରାଣ ବଞ୍ଚେଇବା ପାଇଁ ଚିତ୍କାର କଲେ ଫସି ରହିଥିବା ଭାରତୀୟ...

ସୂଚନା ଅନୁଯାୟୀ ଆଫ୍ରିକା ପ୍ଲେଟକୁ ଇଷ୍ଟ ଆଫ୍ରିକାନ ରିଫ୍ଟ ଦୁଇ ଭାଗରେ ବିଭକ୍ତ କରିଛି । ହୋରାଇଜେଣ୍ଟାଲ ଏକ୍ସପାଣ୍ଡିଂ ଫୋର୍ସ ତଳେ ଲିଥୋସ୍ପିୟର ଥିଲେ ଏହା ବ୍ୟାପି ପତଳା ହୋଇ ଚାଲିଥାଏ । ଏହାକୁ ଭୌଗଳିକ ଭାଷାରେ ରିଫ୍ଟ (ଫାଟ) କୁହାଯାଏ । ଫାଟ ସୃଷ୍ଟି ହେଲେ ଏହି ଭାଗ ଭାଙ୍ଗିଯାଇଥାଏ । ଏହାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏପରି ହେଲେ ଏକ ନୂଆ ମହାସାଗର ସୃଷ୍ଟି ହେବ । ପୂର୍ବରୁ ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ଏପରି ହୋଇଥିଲା ।

ଇଷ୍ଟ ଆଫ୍ରିକାନ ରିଫ୍ଟ ବଢ଼ିଲେ ଏହାର ପ୍ରଭାବ ସୋମଲିଆନ ଏବଂ ନୁବିୟନ ଟେକ୍ଟୋନିକ ପ୍ଲେଟ ଉପରେ ପଡ଼ିବ । ଏହି ଦୁଇ ପ୍ଲେଟ ଇଥିଓପିଆର ‘ଅଫାର’ ଅଞ୍ଚଳରେ ମିଶୁଛି । ଏଠାରେ ‘ୱାଇ’ ଆକାରର ଫାଟ ସୃଷ୍ଟି ହୋଇଥାଏ । ଅଫାର ଅଞ୍ଚଳର କିଛି ଭାଗ ସମୁଦ୍ର ଭିତରେ ରହିଛି ।

ଅଧିକ ପଢ଼ନ୍ତୁ : କୁକୁର ସହ କାହିଁକି ସମ୍ପର୍କ ରଖନ୍ତି ମହିଳା? ସତରେ କଣ ମେଣ୍ଟିଥାଏ ଦେହର ଭୋକ!

ଫାଟ ସମ୍ପ୍ରସାରିତ ହୋଇ ଚାଲିଲେ ଏଥିରେ ପାଣି ଭର୍ତ୍ତି ହୋଇଯିବ । ଏହା ଦ୍ବାରା ଏକ ନୂଆ ସମୁଦ୍ର ସୃଷ୍ଟି ହେବ । ଏହି ସମୁଦ୍ର ସୋମାଲିଆନ ପ୍ଲେଟକୁ ଦୂରକୁ ଠେଲିଦେବ । ଏପରି ଭାବେ ସୋମାଲିଆ ଏବଂ ସାଉଥ ଇଥିଓପିଆ ଅଲଗା ହୋଇଯିବ । ଆଫ୍ରିକା ବହୁତ ଛୋଟ ହୋଇଯିବ ।

Share this story