ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...

Soumya Ranjan dreams to get Governors post

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆରେ ଗୋଟିଏ ଢଗ ଅଛି ' ମୋତେ ଯେତେ ମାଠିବୁ ମାଠେ, ମୁଁ ସେଇ ଦରପୋଡା କାଠେ" । ବୋଧ ହୁଏ ଏହି ଉକ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାଇଁ ବେଶ ପ୍ରଯୁଜ୍ୟ । ବାରମ୍ବାର ମନ୍ତ୍ରୀ ପଦ ପାଇବାରେ ନିରାଶ ହେବା ପରେ ସୌମ୍ୟ ଏବେ ଭିନ୍ନ ଅବତାରରେ ।

ନିଜ ସମ୍ପାଦକୀୟ ଜରିଆରେ ନିଜ ଦଳ ସୁପ୍ରିମୋଙ୍କୁ ବ୍ଲାକମେଲ କିଭଳି କରାଯାଏ, ତାହା ବୋଧେ ସୌମ୍ୟ ବେଶ ଭଲ ଭାବେ ବୁଝିଛନ୍ତି । କାରଣ ନିରବ ରୁହନ୍ତୁ ବା ଗର୍ଜନ କରନ୍ତୁ, ସୌମ୍ୟ ଆଉ ବିଜେଡି ଟିକେଟ ପାଇବାର ସମ୍ଭାବନା କ୍ଷୀଣ । ଯେଉଁଥିପାଇଁ ବିଜେଡି ବିରୋଧରେ ଶଂଢୁଆସି ଆକ୍ରମଣ କରୁଛନ୍ତି ସୌମ୍ୟ । କିନ୍ତୁ ସୌମ୍ୟଙ୍କ ଶବ୍ଦବାଣ ପଛରେ କୁଆଡେ ନିର୍ଦ୍ଦେଶକ ଅଲଗା ଅଛନ୍ତି । ଆଉ ଏଥିପାଇଁ କୁଆଡେ ଦିଲ୍ଲୀରୁ ଅଭୟ ବାଣୀ ମିଳିଛି ।

ଦିଲ୍ଲୀରୁ ଯେଉଁ ଡିଲ ହେଇଛି, ସେ ଡିଲ ପଛରେ ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ମନ୍ତ୍ରୀ ନହେଲେ ନାହିଁ, ରାଜ୍ୟପାଳ ହେବାର ଗୋଲା ଖାଇଛନ୍ତି ସୌମ୍ୟ । ଏଥିପାଇଁ ବିଜେପି ଶିର୍ଷ ନେତାଙ୍କ ସହ ଆଲୋଚନା ସରିଛି । ପ୍ରତି ବଦଳରେ ନିଜ ବ୍ଲାକମେଲ ମିଡିଆ କୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଆସିଛି । ଯେଉଁ ନିର୍ଦ୍ଦେଶ କୁ ମୁଣ୍ଡ ନୁଆଇଁ ପାଳନ କରୁଛନ୍ତି ସୌମ୍ୟ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ସ୍ୱାମୀଙ୍କୁ ଛାଡି ଆସିଥିଲି, କେବଳ ମୋ ଦେହ ପାଇଁ ମତେ ଡାକିଥିଲେ ପ୍ରେମିକ ବିଶ୍ୱଜିତ

ଏମିତିରେ ସୌମ୍ୟଙ୍କ ର ପଦବୀ ଲୋଭ କିଛି କମ୍ ନୁହେଁ ବୋଲି ଶୁଣିବାକୁ ମିଳେ । ଏଥିପାଇଁ ନିଜ ଦଳ ଭାଙ୍ଗି ବିଜେଡିକୁ ଆସିଥିଲେ ସୌମ୍ୟ । ହେଲେ ବିଜେଡିରେ ତାଙ୍କର ଉଚ୍ଚ ଆଶା ପୂରଣ ନହେବାରୁ ବାବୁ ପାଲଟିଛନ୍ତି ଗୃହଭେଦି ବିଭୀଷଣ । ସୌମ୍ୟଙ୍କ ଅସନ୍ତୋଷ ର ସେପଟେ ଭରପୁର ଫାଇଦା ନେଇଛି ବିରୋଧୀ ବିଜେପି ।

ଜଣେ କେନ୍ଦ୍ରମନ୍ତ୍ରୀ ବହୁତ ଦିନ ତଳେ ବିଜେପିରେ ଯୋଗ ଦେବାକୁ ଅଫର ଦେଇଥିଲେ । ବାପା ନହେଲେ ନାହିଁ, ଝିଅ ତାନିଆ କୁ ପଦ୍ମ ଧରାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଆଉ ଦଳ ପରିବର୍ତ୍ତନ କରି ଲୋକହସା ହେବା ପରିବର୍ତ୍ତେ ବିଜେଡିରେ ଥାଇ ବିଜେପିକୁ ସହଯୋଗ କରିବା ଭଲ ବୋଲି ଭାବି ନେଇଛନ୍ତି ସୌମ୍ୟ ।

ଦେଖନ୍ତୁ ଭିଡ଼ିଓ :

ଅଧିକ ପଢ଼ନ୍ତୁ : କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

ଅନ୍ତତଃ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଥା ଥା ମା ମା ହୋଇ ଚାଲିବାକୁ କୁଆଡେ ନିଷ୍ପତ୍ତି ନେଇଛନ୍ତି ଏହି ସୁବିଧବାଦୀ ନେତା । କିନ୍ତୁ ବିଜେପି ବୁଝିବା ଦରକାର, ଏ ହେଉଛନ୍ତି ସୌମ୍ୟ ପଟ୍ଟନାୟକ, ଯିଏ ଖାଇବାକୁ ଦେବ, ତା ତଣ୍ଟିକୁ ଆଗ କାଟିବେ । ପୂର୍ବରୁ ଘଟିଥିବା ଅନେକ ଘଟଣାକ୍ରମରୁ ହୁଏତଃ ବିଜେପି ନେତୃତ୍ୱ ଏତିକି ବୁଖିନେବା ଦରକାର । ତେବେ ଦେଖିବାକୁ ବାକି ରହିଲା, କେଉଁ ପାଣି କେଉଁ ଆଡକୁ ବୋହୁଛି !

Share this story