କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

who provide petrol pump to Prashant Jagdev

ଓଡ଼ିଆ ଗସିପ ବ୍ୟୁରୋ : ଧରା ପଡ଼ିଗଲାଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଚୋରାପିରତି । ଲୋକଙ୍କୁ ଉପରେ ମଦ ପିଇ ଦଳରୁ ନିଲମ୍ବିତ ହୋଇଥିଲେ ତଥାକଥିତ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । କିନ୍ତୁ ଏବେ ପର୍ଯ୍ୟନ୍ତ ନିଜେ ବିଜେଡିରେ ଥିବା ନେଇ ବାହସ୍ପଟ ବି ମାରୁଥିଲେ । ନିଲମ୍ବିତ ହେବା ପରେ ନିଜ ପତ୍ନୀଙ୍କୁ ଚିଲିକାରେ ଛାଡି ଭୁବନେଶ୍ୱରରେ ରହୁଥିଲେ ପ୍ରଶାନ୍ତ ।

ସେପଟେ ରାଜଧାନୀରେ ରହି ଏହି କରିତକର୍ମା ବିଜେପି ସହ ଲିଙ୍କରେ ଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ । ଏପରିକି ଜଗଦ୍ଦେବଙ୍କ ଜାଲିଆ କାମ କୁଆଡେ ଏବେ ସୁପ୍ରିମୋଙ୍କ ନିକଟରେ ପହଞ୍ଚି ଯାଇଛି । ବିଜେଡି ନିଲମ୍ବନ ନ ହଟାଇଲେ ବିଜେପିରୁ ଟିକେଟ ନେବାକୁ ଅଙ୍କ କସୁଛନ୍ତି ଜଗଦ୍ଦେବ । ଯେଉଁଥିପାଇଁ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ସହ କଥା ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି ଜଗଦ୍ଦେବ ।

ଅଧିକ ପଢ଼ନ୍ତୁ : 'ମୁଁ କାର୍ଗିଲ ଯୁଦ୍ଧରେ ଦେଶକୁ ବଞ୍ଚାଇଥିଲି, କିନ୍ତୁ ମୋ ସ୍ତ୍ରୀର ଇଜ୍ଜତ ବଞ୍ଚାଇପାରିଲିନି', ମଣିପୁର ଭିଡ଼ିଓ ମାମଲାରେ ପୀଡିତାଙ୍କ ସ୍ୱାମୀଙ୍କ କୋହଭରା ବୟାନ...

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ଯାଉନଥିବା ଜଗଦ୍ଦେବ ଏବେ ବିଜେପିକୁ ଶକ୍ତିଶାଳୀ କରିବାକୁ ବୋଲଗଡ଼ ଓ ବେଗୁନିଆରେ କାମ ଚଳାଇଛନ୍ତି । ଏପରିକି ଗତ କିଛିଦିନ ତଳେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବାବୁଙ୍କୁ ଦେଖିବାକୁ ମିଳିଥିଲା । ଏକ ବୈଠକରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲେ ବି ଏଥିରେ ରାଜନୈତିକ ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଥିଲା ।

ବିଜେଡି ବିରୋଧରେ ଗତ ଏକ ବର୍ଷ ହେଲା ଏଭଳି ସାଙ୍ଘାତିକ ପ୍ଲଟ ରଚିଛନ୍ତି ପ୍ରଶାନ୍ତ । ଗତ ଡିସେମ୍ବର ମାସରେ ବାଣପୁର ମାଟିକୁ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ଆସିଥିବା ବେଳେ ପଦୁଟିଏ ଏହି କରିତକର୍ମାଙ୍କ ବିରୋଧରେ କହିନଥିଲେ । ସେହିଭଳି ନୂଆବର୍ଷ ବନ୍ଧୁମିଳନ ଆଳରେ ବଡ଼ପୋଖରିଆ ଫାର୍ମ ହାଉସରେ ବିଜେପି ବରିଷ୍ଠ ନେତୃତ୍ୱଙ୍କ ସହ ଜଗଦ୍ଦେବଙ୍କ ସିକ୍ରେଟ ଡିଲ ହୋଇଥିବା କହି ବୁଲୁଛନ୍ତି ତାଙ୍କ ସମର୍ଥକ ।

ଅଧିକ ପଢ଼ନ୍ତୁ : ହୋଟେଲ ଭିତରେ ଚାଲିଥିଲା ଦେହ ବେପାର; ଅଚାନକ ପସିଗଲା ପୋଲିସ, ଆପତ୍ତିଜନକ ସାମଗ୍ରୀ ସହ ୧୩ ଯୁବତୀ ଉଦ୍ଧାର

ଏହି ଡିଲ ପରେ ପରେ କୁଆଡେ ଜଗଦ୍ଦେବଙ୍କୁ ସୌଭାଗ୍ୟ ନଗରରେ ଏକ ପେଟ୍ରୋଲ ପମ୍ପ ଖୋଦ ମୁକୁ ପ୍ରଧାନଙ୍କ ଲାଇନରେ ଦିଆଯାଇଥିବା ଚର୍ଚ୍ଚା ଜୋର ଧରିଛି । ୨୦୨୪ ରେ ବିଜେଡି ଦାଗୀ ନେତାଙ୍କୁ ଟିକେଟ ଦେବା ସମ୍ଭାବନା କମ୍ । ଯେଉଁ ତାଲିକାର ଶୀର୍ଷରେ ରହିଛନ୍ତି ପ୍ରଶାନ୍ତ ।

ଦେଖନ୍ତୁ ଭିଡ଼ିଓ :

ଅନ୍ୟପଟେ ନିଲମ୍ବନ ପରେ ନିଜେ ସୁଧୁରିବା ପରିବର୍ତ୍ତେ ପ୍ରଶାନ୍ତ ଦଳକୁ ଯେଉଁଭଳି ଦୁର୍ବଳ କରିଛନ୍ତି ତାର ଫଳ ଖୁବଶୀଘ୍ର କଡ଼ାଗଣ୍ଡା କରି ଦେବେ ବିଜେଡି ସୁପ୍ରିମୋ । ଅର୍ଥାତ ଦଳରୁ ବହିସ୍କୃତ ହୋଇପାରନ୍ତି ପ୍ରଶାନ୍ତ । ଜଣେ ଦାଗୀ ନେତାଙ୍କୁ ଦଳରେ ରଖି ନିଜର ବିଶ୍ୱାସନିୟତାକୁ ହରାଇବାକୁ ଚାହୁଁନାହାନ୍ତି ସୁପ୍ରିମୋ ନବୀନ । ତେଣୁ ଖୁବଶୀଘ୍ର ସଭିଙ୍କୁ ଚକ୍କିତ କରି ଚିଲିକା ବାସୀଙ୍କୁ ନବୀନ ଚକମା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Share this story