ଦେଖନ୍ତୁ ଭିଡ଼ିଓ : ସ୍ୱାମୀଙ୍କୁ ଛାଡି ଆସିଥିଲି, କେବଳ ମୋ ଦେହ ପାଇଁ ମତେ ଡାକିଥିଲେ ପ୍ରେମିକ ବିଶ୍ୱଜିତ

lover Biswajit left Kasturi after promising her to marry

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଥରେ ସେହି ସମାନ କହାଣୀ । ଦେହ ସୁଖ ପାଇଁ ସିନ୍ଦୁର ଦେଲା ପ୍ରେମ କରୁଛି କହି ସ୍ତ୍ରୀ ଡାକିଲା । ଆଉ ଦିନ ରାତି ଶାରୀରିକ ସୁଖ ନେଲା । ମନ ମରିଗଲା ପରେ ଛାଡ଼ି ଦେଇ କେଉଁଆଡ଼େ ପଳେଇଗଲା । ହଁ ଆଜ୍ଞା ଏଭଳି ଘଟଣା କାହିଁକି ବାରମ୍ବାର ଘଟୁଛି ଆପଣମାନେ ଅନୁମାନ କରିପାରୁଥିବେ ।

ମଥାରେ ସିନ୍ଦୁର ଦେଇ ସଂସାର କରିବା ପରେ ସ୍ୱାମୀ-ସ୍ତ୍ରୀ ଗୋଟିଏ ଘରେ ରହୁଥିଲେ । ଦିନ ରାତି ୨୪ ଘଣ୍ଟା ଖଟରେ ଖଟୁଥିଲେ ତଥାପି ଏମିତି କଣ ହେଲା ଯେ, ଘଇତା ଛାଡ଼ି ଆଉ କୁଆଡ଼େ ପଳେଇଲା । ହୁଏତ ଦେହର ସୁଖ ଆଉ କୋଉଠୁ ପାଇବ ବୋଲି ଅଧାବାଟରେ ଜୀବନ ସାଥୀକୁ ଛାଡ଼ି କେଉଁ ଆଡ଼େ ପଳେଇଲା । କଣ ହେଲା କେଜାଣି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଆଉ ଦେଖାଉ ଥିବା ସ୍ୱାମୀ ରାତି ଦିନ କୁଆଡ଼େ ଖାଲି ଲୁଚିଲା ।

ଅଧିକ ପଢ଼ନ୍ତୁ : ଆଉ କିଛି ଦିନ ପରେ ସୃଷ୍ଟି ହେବ ଗଜକେଶରୀ ରାଜଯୋଗ; ଏହି ୩ ରାଶିଙ୍କୁ ମିଳିବ ଫାଇଦା ହିଁ ଫାଇଦା...

ଶେଷରେ ଆଉ କଣ ସ୍ୱାମୀ କେଉଁଆଡ଼େ ପଳେଇବା ପରେ ଏବେ ଶାଶୁ ଘର ଆଗରେ ନ୍ୟାୟ ପାଇଁ ଧାରଣା ଦେଇଛି ବୋହୂ । ବଡ଼ କଥା ହେଉଛି ଶାଶୁ ଘର ଆଗରେ ସ୍ୱାମୀକୁ ପାଇବା ପାଇଁ ଜିଦ୍ ଧରି ଧାରଣା ଦେଇଥିବା ଏହି ମହିଳା ଜଣଙ୍କ ପୂର୍ବରୁ ବିବାହିତ । ତାଙ୍କର ୪ ବର୍ଷର ସନ୍ତାନଟିଏ ମଧ୍ୟ ରହିଛି ।

ହେଲେ ଅତୀତର ଗୋଟିଏ ସାମାନ୍ୟ ଭୁଲ୍ ପାଇଁ ଏବେ ପ୍ରଥମ ସ୍ୱାମୀକୁ ଛାଡ଼ି ଦ୍ୱିତୀୟ ସ୍ୱାମୀ ସହ ସୁଖ ବାଣ୍ଟିଥିବା ମହିଳା ଜଣକ କରିବେ ତ କରିବେ କଣ । ଯାହା ପାଇଁ ସ୍ୱାମୀକୁ ଛାଡ଼ିଥିଲେ ସେ ଏବେ ଦେହର ସୁଖ ନେଇ ଛାଡ଼ିଦେଲା ।

ଏ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାଲିସାହିର ଘଟଣା ।  ଜଣେ ବିବାହିତ ମହିଳା ନିଜର ହକ୍ ପାଇଁ ଆଜି ଏହି ଶ୍ୱଶୁରର ଘର ଆଗରେ ଧାରଣାରେ ବସିଛନ୍ତି ।  ଉସ୍ତପୁର ଗ୍ରାମର କସ୍ତୁରୀ ବେଗୁନିଆପଡ଼ା ବାଲିସାହିର ଜଗନ୍ନାଥ ସାହୁଙ୍କ ସହ ପ୍ରେମ ପରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା । ପରେ ପ୍ରେମିକା ଅନ୍ୟତ୍ର ବିବାହ କରିଥିଲା । ଗୋଟିଏ ୪ ବର୍ଷର ଝିଅଟିଏ ମଧ୍ୟ ରହିଛି ।

ଅଧିକ ପଢ଼ନ୍ତୁ : ଭଣଜା ସହିତ ମାଇଁ ଫେରାର; ନ୍ୟାୟ ପାଇଁ ଥାନାରେ ରଡି ଛାଡିଲେ ସ୍ବାମୀ, ସ୍ତ୍ରୀ ସହ ଏହି ଜିନିଷ ଦରକାର ବୋଲି କଲେ ଗୁହାରି...

କଥା ଏତିକିରେ ସରିନଥିଲା । ଜଗନ୍ନାଥ ନିଜେ ଯାଇ କସ୍ତୁରୀଙ୍କ ସ୍ୱାମୀଙ୍କୁ ସେହି ସବୁ ଅଶ୍ଳିଳ ଫଟୋ ଦେଖାଇ ଦେଇଥିଲେ । ଏହା ପରେ ସେ କସ୍ତୁରୀଙ୍କୁ ଛାଡ଼ି ଦେଇଥିଲେ । ଜଗନ୍ନାଥ ସାହୁ କସ୍ତୁରୀଙ୍କୁ ପ୍ରତିଶ୍ରୁତି ଦେଲେ ତୁ ତୋ ସ୍ୱାମୀକୁ ଛାଡ଼ି ଚାଲିଆସ । ମୁଁ ତୋତେ ରଖିବି ତୋ ମଥାରେ ସିନ୍ଦୁର ଦେବି ଆଉ ତୋତେ ସ୍ତ୍ରୀ ଭଳି ରଖିବି । ଏତକ ପରେ ବିଭିନ୍ନ ସ୍ଥାନରେ ଘରଭଡ଼ା ନେଇ ରହିଲେ । ହେଲେ ଶାରୀରିକ ସମ୍ପର୍କ ରଖି ଜଗନ୍ନାଥ ଆଉ ଧରା ଛୁଆଁ ଦେଉ ନାହାନ୍ତି ।

ଦେଖନ୍ତୁ ଭିଡ଼ିଓ :

ଖବର ନେବାରୁ ଜଣାପଡ଼ିଛି ଯେ, ଉଭୟେ ଆମୋପାଇ ନାମକ ସଂଗଠନର ସହାୟତାରେ ବିବାହ କରିଥିଲେ । ଦୀର୍ଘ ୪ ବର୍ଷ ଧରି ଖଲ୍ଲିକୋଟରେ ଭଡ଼ା ଘରେ ରହିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଆଉ ଜଗନ୍ନାଥ ତାଙ୍କୁ ଛାଡ଼ି କୁଆଡ଼େ ପଳେଇ ଯାଇଛନ୍ତି । ଏବେ ନ୍ୟାୟ ଅପେକ୍ଷାରେ ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି ।

Share this story