ଭଣଜା ସହିତ ମାଇଁ ଫେରାର; ନ୍ୟାୟ ପାଇଁ ଥାନାରେ ରଡି ଛାଡିଲେ ସ୍ବାମୀ, ସ୍ତ୍ରୀ ସହ ଏହି ଜିନିଷ ଦରକାର ବୋଲି କଲେ ଗୁହାରି...

neice took aunt after having love affair with her

ଓଡ଼ିଆ ଗସିପ ବ୍ୟୁରୋ : ଭଣଜା ସହିତ ମାଇଁ ଫେରାର । ଏଭଳି ରୋଚକ କଥା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ । ସ୍ୱାମୀ ଗୁଜୁରାଟରେ ରହି ପଥର କାରିଗର ଭାବେ କାମ କରୁଥିବା ବେଳେ ସ୍ତ୍ରୀ ଭଣଜା ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବେ ସ୍ୱାମୀ ନ୍ୟାୟ ପାଇବା ପାଇଁ ସୋର ଥାନାରେ ଦ୍ୱାରାସ୍ତ ହୋଇଥିବା ଜଣାପଡିଛି ।

ବାଲେଶ୍ଵର ଜିଲ୍ଲା ସୋର ଥାନା କେଶରିପୁର ଗ୍ରାମର ସ୍ବର୍ଗତ ମହେନ୍ଦ୍ର ମଳିକଙ୍କ ପୁତ୍ର କାଳନ୍ଦି ଚରଣ ମଳିକଙ୍କ ସହିତ ୪ବର୍ଷ ତଳେ ଖଇରା ଥାନା ତୁରିଗଢ଼ିଆ ଗ୍ରାମର ବୀରଭଦ୍ର ମଳିକଙ୍କ ଏକ ମାତ୍ର ଝିଅ ସୁମିତ୍ରା ମଳିକଙ୍କୁ ବିବାହ କରିଥିଲେ ।

ସୂଚନା ଅନୁଯାୟୀ କାଳନ୍ଦୀ ଚରଣ ମଳିକ ମାମୁଁ ଘର ତୁରିଗଡ଼ିଆକୁ ଯାଉଥିବା ବେଳେ ସୁମିତ୍ରା ମଳିକଙ୍କୁ ଦେଖାସାକ୍ଷାତ ହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟ ବିବାହ କରି କେଉଁଆଡ଼େ ଚାଲି ଯାଇଥିଲେ ବେଳେ ଝିଅର ବାପ ଥାନାରେ ଦ୍ବାରସ୍ଥ ହୋଇଥିଲେ । ପରେ ଝିଅକୁ ୧୮ ବର୍ଷ ହୋଇନଥିବା କାରଣରୁ ବିବାହ ହୋଇନଥିଲା ।

ଅଧିକ ପଢ଼ନ୍ତୁ : କାହିଁକି କାର କିମ୍ବା ବାଇକ୍ ପଛରେ ଗୋଡ଼ାନ୍ତି କୁକୁର? ବିଶେଷଜ୍ଞ କହିଲେ ଏହା ପଛର କାରଣ ଆଉ ଏଥିରେ କେମିତି ବଞ୍ଚିବେ...

ବୟସ ହୋଇ ନଥିବା କାରଣରୁ ଦୁଇ ବର୍ଷ ବାପ ଘରେ ସୁମିତ୍ରା ରହୁଥିଲେ । ବୟସ ହେବା ପରେ କାଳନ୍ଦୀ ଓ ସୁମିତ୍ରାଙ୍କର ଖନ୍ତାପଡ଼ାରେ ଥିବା ଏକ ମନ୍ଦିରରେ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲେ । ପରେ ସ୍ତ୍ରୀ ସୁମିତ୍ରା ଶାଶୁ ଘରଲୋକଙ୍କ ଠାରୁ ଅଲଗା ହେବା ପାଇଁ ସ୍ୱାମୀ କାଳନ୍ଦୀଙ୍କୁ ବାରମ୍ବାର କହୁଥିବା କାଳନ୍ଦୀ କହିଛନ୍ତି ।

ଏଥିରେ କାଳନ୍ଦୀ ରାଜି ନହେବାରୁ ସୁମିତ୍ରା ଘରୁ ରାଗି ପଳାଇ ଯାଇଥିଲେ । ପରେ ସୁମିତ୍ରାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣିଥିଲେ କାଳନ୍ଦୀ । କାଳନ୍ଦୀ ବୃତ୍ତିରେ ଜଣେ ପଥର କାରିଗର ହୋଇଥିବା ବେଳେ କାମ ପାଇଁ ଅଧିକାଂଶ ସମୟର ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନକୁ ଯାଇ ଟଙ୍କା ରୋଜଗାର କରି ଶଶୁର ଘର ଗ୍ରାମରେ ସ୍ତ୍ରୀ ଏବଂ ଶଳା ନାମରେ ଜମି କିଣିବା ସହ ନିଜ ନାମରେ କିଣିଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ : କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

ଏଥିପାଇଁ କାଳନ୍ଦୀଙ୍କର ଅଧିକ ଋଣ ହୋଇ ଯାଇଥିବାରୁ ପଥର କାମ କରିବା ପାଇଁ ଗୁଜୁରାଟକୁ ପଳାଇ ଯାଇଥିଲେ । ଏହାର ସୁଯୋଗ ନେଇ ସ୍ତ୍ରୀ ସୁମିତ୍ରା ଏବଂ ଭଣଜା ରଂଜିତ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏଥିରେ ସୁମିତ୍ରା ଭଣଜା ସହିତ ଲୁଚି ପଳାଇବା ସହ ଉଭୟ ବିବାହ କରିଛନ୍ତି । ଏ ସମ୍ପର୍କରେ ସ୍ୱାମୀ କାଳନ୍ଦୀ ଜାଣିବା ପରେ ଘରକୁ ଆସି ସ୍ତ୍ରୀ ଘରୁ ଯିବା ବେଳେ ୨ ଲକ୍ଷ ଟଙ୍କା, ସୁନା ଗହଣା ନେଇ ପଳାଇ ଯାଇଥିବାର ସ୍ୱାମୀ ସୋର ଥାନାରେ ଅଭିଯୋଗ କରିଛନ୍ତି । କାଳନ୍ଦୀ ନ୍ୟାୟ ପାଇବା ପାଇଁ ପୋଲିସ ପାଖରେ ଦ୍ବାରସ୍ଥ ହୋଇଛନ୍ତି ।

Share this story