କାହିଁକି କାର କିମ୍ବା ବାଇକ୍ ପଛରେ ଗୋଡ଼ାନ୍ତି କୁକୁର? ବିଶେଷଜ୍ଞ କହିଲେ ଏହା ପଛର କାରଣ ଆଉ ଏଥିରେ କେମିତି ବଞ୍ଚିବେ...

why dog used to bark and chase ones vehicle on road

ଓଡ଼ିଆ ଗସିପ ବ୍ୟୁରୋ: ଜୀବନରେ କେବେ ନା କେବେ ଆପଣଙ୍କ ସହ ମଧ୍ୟ ଏହା ଘଟିଥିବ ନିଶ୍ଚୟ । ବିଳମ୍ବିତ ରାତିରେ ଗାଡ଼ିଧରି ଆସୁଥିବା ବେଳେ କୁକୁରମାନେ ଆପଣଙ୍କ ପଛରେ ଦୌଡ଼ିଥିବେ । ଏପରିକି କାମୁଡ଼ିବାକୁ ମଧ୍ୟ ଧାଇଁଥିବେ । ଆଉ କୁକୁରଙ୍କ ଭୟରେ ଆପଣଙ୍କ ଗାଡି ଦୁର୍ଘଟଣାରେ ଶିକାର ମଧ୍ୟ ହୋଇଥିବ । ତେବେ କେବେ ଭାବିଛନ୍ତି କି ଏହାର କାରଣ କଣ ହୋଇଥାଇପାରେ? କାହିଁକି କୁକୁରମାନେ ଗାଡ଼ିର ପିଛା କରନ୍ତି ।

କୁକୁରଙ୍କ ଏଭଳି ଗତି ବିଧି ପଛରେ ରହିଛି ଏହି ବିଶେଷ କାରଣ । ତେବେ ଆମେ ଆପଣଙ୍କୁ ଜଣାଇବୁ କୁକୁରମାନେ କାହିଁକି ଗାଡ଼ିକୁ ଗୋଡ଼ାଇଥାନ୍ତି । ସାଧାରଣତଃ କୁକୁରମାନଙ୍କୁ ବିଶ୍ୱସ୍ତ ପ୍ରାଣୀ ବୋଲି ବିବେଚନା କରାଯାଏ । କୁକୁର ଥରେ ପୋଷାମାନିଲେ କେବେ ମଧ୍ୟ ଧୋକା ଦିଅନ୍ତି ନାହିଁ । କିନ୍ତୁ ଏମିତି କଣ କାରଣ ରହିଛି ଯେଉଁଥିପାଇଁ ଏମାନେ ଗାଡ଼ି ପଛରେ ଦୌଡ଼ିବା ସହ କାମୁଡ଼ିବାକୁ ଧାଇଥାନ୍ତି ।

ଆହୁରି ପଢ଼ନ୍ତୁ : ମହଙ୍ଗା ପଡିଲା ଜାପାନୀ ମହିଳାଙ୍କୁ ଅଭଦ୍ରାମି ଭାବେ ରଙ୍ଗ ମାରିବା, ଦେଖନ୍ତୁ ଭାଇରାଲ ହେଉଥିବା ଭିଡ଼ିଓ...

କୁକୁର ବିଶେଷଜ୍ଞଙ୍କ ମତ ଅନୁସାରେ ସେମାନଙ୍କ ଶତ୍ରୃତା ଆପଣମାନଙ୍କ ସହ ନଥାଏ । ସେମାନଙ୍କ ମୁଖ୍ୟ ଶତ୍ରୃତାଥାଏ ଅନ୍ୟ କୁକୁରମାନଙ୍କ ସହ । ତେବେ ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ନିଶ୍ଚୟ କୁକୁରମାନଙ୍କ ଶତ୍ରୃତା ଯଦି ଅନ୍ୟ କୁକୁରମାନଙ୍କ ସହ ତା'ହେଲେ ସେମାନେ ଆମ ଗାଡ଼ି ପଛରେ ଦୌଡ଼ନ୍ତି କାହିଁକ?

କୁକୁରମାନଙ୍କର ଘ୍ରାଣଶକ୍ତି ବା ଗନ୍ଧ ଜାଣିବାର ଶକ୍ତି ଅଧିକ ଥାଏ । ଆପଣଙ୍କ ଗାଡ଼ି ଯେତେବେଳେ ବାହାର ରହିଥାଏ ସେତେବେଳେ ଅନ୍ୟ କୁକୁର ଗାଡ଼ି ଟାୟାରରେ ପରିଶ୍ରା କରି ଦେଇଥାନ୍ତି । ଆଉ ଗାଡ଼ି ଯେତେବେଳେ ସେମାନଙ୍କ ପାଖ ଦେଇଯାଇଥାଏ ସେମାନେ ଗନ୍ଧକୁ ଜାଣିଯାଇଥାନ୍ତି । ଆଉ ଏମାନେ ଗାଡ଼ି ଉପରକୁ ଡେଇଁବା ସହ ଭୋକିଥାନ୍ତି ।

ସବୁଠାରୁ ବଡ଼ କଥା ହେଉଛି କି, କୁକୁରମାନଙ୍କ ନିଜ ନିଜର ଇଲାକା ରହିଛି । ଏଣୁ ତାଙ୍କ ଅଂଚଳରେ ଅନ୍ୟ କୁକୁରଙ୍କ ପ୍ରବେଶକୁ ସେମାନେ ବରଦାସ୍ତ କରିପାରନ୍ତି ନାହିଁ । ଆପଣ ଏହା ମଧ୍ୟ ଦେଖିଥିବେ ରାସ୍ତା ହେଉ ବା କଲୋନୀ ଯେତେବେଳେ ଅଲଗା ଅଂଚଳର କୁକୁର ସେଠାରେ ପ୍ରବେଶ କରେ ସେମାନେ ତାକୁ ଗୌଡ଼ାନ୍ତି ଆଉ ଦେଖିବା ମାତ୍ରେ ଭୋକିଥାନ୍ତି ।

ଆହୁରି ପଢ଼ନ୍ତୁ : ବିବାହର ଦିନକ ପରେ OYO ମାଲିକ ରିତେଶଙ୍କ ଘରେ ଦୁଃଖର ପାହାଡ଼, ୨୦ ମହଲାରୁ ଖସି ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

ଏଣୁ ଆପଣଙ୍କ ଗାଡ଼ି ଯେତେବେଳେ କଲୋନୀ କିମ୍ବା ରାସ୍ତାରେ ଯାଉଥାଏ ଅନ୍ୟ କୁକୁରମାନେ ଏହି ଗନ୍ଧକୁ ଜାଣିପାରନ୍ତି । ଆଉ ସେମାନଙ୍କୁ ଲାଗେ କି ଅନ୍ୟ କୁକୁର ତାଙ୍କ ଅଂଚଳରେ ପ୍ରବେଶ କଲା । ଅନ୍ୟପଟେ ଦେଖିବାକୁ ଗଲେ ଗାଡ଼ିର ବେଗ ଅଧିକ ହେବା ଦ୍ୱାରା ସେମାନଙ୍କୁ ଲାଗେ କି ତାଙ୍କୁ ଆକ୍ରମଣ କରାଯାଉଛି । ଯେଉଁଥିପାଇଁ ସେମାନେ ହିଂସ୍ର ହୋଇ କାମୁଡ଼ିବାକୁ ଗୋଡ଼ାଇଥାନ୍ତି ।

ଏଣୁ ବିଶେଷଜ୍ଞମାନେ କହିଛନ୍ତି କି, ଏଭଳିସ୍ଥଳେ ଆପଣ ଶାନ୍ତ ହୋଇ ସେମାନଙ୍କ ମନରେ ବିଶ୍ୱାସ ଜନ୍ମେଇବେ । ଆଉ ସେମାନଙ୍କ ପ୍ରତି ଆପଣ ବିପଦ ନୁହେଁ ବୋଲି ଜଣାଇବେ । ଆପଣ ଗାଡ଼ି ଜୋରରେ ଗାଡ଼ି ଚଳାଇବା ପରିବର୍ତେ ଧିରେ ଚଳାଇବେ କିମ୍ବା ଗାଡ଼ିକୁ ରଖି ଦେଲେ ସେମାନେ ଆଉ ଭୋକିବେ ନାହିଁ କିମ୍ବା ଗୋଡ଼ାଇବେ ନାହିଁ ।

Share this story

World Odia Language Conferene