ବିବାହର ଦିନକ ପରେ OYO ମାଲିକ ରିତେଶଙ୍କ ଘରେ ଦୁଃଖର ପାହାଡ଼, ୨୦ ମହଲାରୁ ଖସି ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

OYO rooms founders father dies after falling from 20 storied building

ଓଡ଼ିଆ ଗସିପ ବ୍ୟୁରୋ: ଓୟୋରୁମ୍ସର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ଆଜି ମୃତ୍ୟୁ ହୋଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧ ଟା ସମୟରେ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟର ୨୦ ମହଲାରୁ ଖସି ପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ମଧ୍ୟାହ୍ନ ୧ ଟା ସମୟରେ ଗୁରୁଗ୍ରାମର ସେକ୍ଟର ୫୪, କ୍ରେଷ୍ଟ ସୋସାଇଟିର ୨୦ ମହଲାରୁ ଜଣେ ବ୍ୟକ୍ତି ଖସି ପଡିଥିବା ଖବର ପାଇ ପୁଲିସ ଏବଂ ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ନିକଟସ୍ଥ ପାରାସ ହସ୍ପିଟାଲକୁ ନେଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ମେଡିକାଲରେ ମୃତ୍ୟୁ ପରେ ହିଁ ଜଣାପଡିଥିଲା କି ବ୍ୟକ୍ତି ଜଣକ OYO ରୁମର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲ । ଏହି ସୂଚନା ମିଳିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । କେମିତି ଛାତରୁ ଖସିଲେ ତାହା ପୁଲିସ ଅନୁଧ୍ୟାନ କରୁଥିବା ବେଳେ ମୃତଦେହର ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ : ବାହା ହେବେ କୋଟିପତି ଓଡ଼ିଆ ପୁଅ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଲେ, କିଏ ଏହି ଉଦ୍ୟୋଗପତି ରିତେଶ ଅଗ୍ରୱାଲ...

ତେବେ ନିଜର ପିତାଙ୍କ ମୃତ୍ୟୁ ସଂପର୍କରେ ରିତେଶ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପିତା, ଯିଏକି ତାଙ୍କ ପ୍ରଥପ୍ରଦର୍ଶକ ଥିଲେ, ମାର୍ଚ୍ଚ ୧୦ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସେ ଏକ ସଂପୂର୍ଣ୍ଣ ଜୀବନ ବଞ୍ଚିଥିଲେ ଓ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ । ତାଙ୍କର ମୃତ୍ୟୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖର ଘଡ଼ିରେ ସମସ୍ତେ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ସେ କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ରିତେଶ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ କାର୍ଯ୍ୟକ୍ରମରେ ନିଜ ପରିବାର, ପ୍ରିୟଜନ ବନ୍ଧୁବାନ୍ଧବଙ୍କ ସମେତ ଅନେକ ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ ଯୋଗ ଦେଇଥିଲେ । ରିତେଶ ନିଜ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପିଏମ ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ : ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ହୁକା ବାର୍‌ରେ ଡେଟିଂ, ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ !

ଦି ତାଜ୍ ପ୍ୟାଲେସ ପରିସରରେ ରିତେଶଙ୍କ ସମେତ ଗୀତାଶାଙ୍କର ବିବାହ ଉତ୍ସବ ବଡ଼ ଆଡମ୍ୱରରେ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରିତେଶଙ୍କର ରିସେପ୍ସନ ପାର୍ଟି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ ।

ଖୁବ୍ କମ ବୟସରୁ ରିତେଶ ନିଜକୁ ଜଣେ ସଫଳ ବ୍ୟବସାୟୀ ଭାବରେ ପରିଗଣିତ କରିପାରିଛନ୍ତି । ମାତ୍ର ୧୭ ବର୍ଷ ବୟସରେ ରିତେଶ ନିଜର ବ୍ୟବସାୟର ଯାତ୍ରା ଆରମ୍ଭ କରିଥିଲେ । ନିଜର ଏକ ଷ୍ଟାର୍ଟଅପ୍ ତିଆରି କରିବାର ସ୍ୱପ୍ନନେଇ ରିତେଶ କଲେଜ ଯିବା ବନ୍ଦ କରିଦେଇଥିଲେ । ନିଜର ସ୍ୱପ୍ନକୁ ଚ୍ୟାଲେଞ୍ଜର ସହ ଗ୍ରହଣ କରି ଆଜି ରିତେଶ ଜଣେ ସଫଳ ବ୍ୟବସାୟୀ ।

Share this story

World Odia Language Conferene