ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ହୁକା ବାର୍‌ରେ ଡେଟିଂ, ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ !

Minor raped by youths after giving them sedatives

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଥମେ ଇନଷ୍ଟାଗ୍ରାମରେ ମିଠା ମିଠା କଥାବାର୍ତ୍ତା ପରେ ବନ୍ଧୁତା, ତା’ପରେ ଡେଟିଂ, ଶେଷରେ ଇଜ୍ଜତ ଲୁଟିଲା । ହୁକା ଡେଟ୍‌ ପରେ ନାବାଳିକାଙ୍କୁ ଦୁଷ୍କର୍ମ । ହୁକା ବାର୍‌ରେ କୋଲ୍ଡ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ୧୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ ନାବାଳିକାଙ୍କର ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଜଣକ ବ୍ଲାକ୍‌ମେଲିଂ କରି ଆସୁଥିଲା । ଏପରିକି ଭିଡିଓ ଭାଇରାଲ୍‌ କରି ଦେବାର ଧମକ ମଧ୍ୟ ଦେଉଥିଲା । ଉତ୍ତରପ୍ରଦେଶର କାନପୁରରୁ ଏଭଳି ଅଭିଯୋଗ ଆସିଛି ।

ତଦନ୍ତ ପରେ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି । ଡାକ୍ତର ଦମ୍ପତିଙ୍କ ଝିଅ ସହ ଏହି ଘଟଣା ଘଟିଥିବା ବେଳେ ଉଭୟ ନାବାଳିକା ଓ ଅଭିଯୁକ୍ତ ଇନଷ୍ଟାଗ୍ରାମ ରୁ ଯୋଗାଯୋଗରେ ଆସିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ : ପବ ରେ ମାଲ ପିଇଲେ, ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ତା'ପରେ ଯାହା ହେଲା ଆପଣଙ୍କ ହୋସ ଉଡିଯିବ...

ଘଟଣାକୁ ନେଇ କାନପୁରର ବିନୟ ଠାକୁର ଓ ଅନ୍ୟ ୭ ଜଣଙ୍କ ବିରୋଧରେ ନାବାଳିକାଙ୍କ ବାପା ମାମଲା ରୁଜୁ କରିଛନ୍ତି । ସୂଚନା ଅନୁସାରେ, ମାର୍ଚ୍ଚ ୪ରେ ବିନୟ ସମ୍ପୃକ୍ତ ନାବାଳିକାଙ୍କୁ କରାଚି ସ୍ଥିତ ଏମ୍‌ଜି କାଫେକୁ ଡାକିଥିଲା । ସେଠାରେ ସେମାନେ ହୁକା ଟାଣିଥିଲେ।

ଏହାପରେ ବିନୟ ନାବାଳିକାଙ୍କ କୋଲ୍ଡ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇ ଅନ୍ୟ ସ୍ଥାନକୁ ନେଇଥିଲା । ସେଠାରେ ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରୁ ବିନୟ ନାବାଳିକାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇଥିଲା । ସେଠି ବିନୟର ୭ ଜଣ ସାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିଥିଲେ । ଏସବୁକୁ ବିରୋଧ କରିବାରୁ ବିନୟ ନାବାଳିକାଙ୍କୁ ନିର୍ଯାତନା ଦେଇଥିଲା ।

ଆହୁରି ପଢ଼ନ୍ତୁ : କେବଳ ଝିଅ ମାନେ ହିଁ ପଢ଼ନ୍ତୁ: ଭଡ଼ାରେ ମିଳୁଛି ବଏଫ୍ରେଣ୍ଡ, ଜାଣନ୍ତୁ ଭାରତରେ ଘଣ୍ଟା କୁ କେତେ ଟଙ୍କା? ଚୀନ-ଜାପାନରେ ୩୦ ହଜାର

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୋଲିସ୍‌କୁ ନାବାଳିକାଙ୍କ ବାପା ଦେଇଥିବା ସୂଚନା ଅନୁସାରେ, ବିନୟ ନାବାଳିକାଙ୍କ ଛାତିରେ ବ୍ଲେଡ୍‌ରେ କାଟି ନିଜ ନାଁ ଲେଖିଥିଲା । ଫଳରେ ସେ ଅନ୍ୟତ୍ର ବିବାହ କରିପାରିବେନି । ଏପରିକି ନିଆଁ ଲଗାଇ ଚୁଟି ଜାଳି ଜୀବନରୁ ମାରି ଦେବାର ଧମକ ମଧ୍ୟ ବିନୟ ଦେଉଥିଲା ।

ନାବାଳିକା ଜଣକ ରାଜସ୍ଥାନର କୋଟାରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିନୟ ସେଠାରେ ମଧ୍ୟ ତାଙ୍କୁ ପିଛା କରି ହୋଟେଲ୍‌ ରୁମ୍‌ରେ ନାବାଳିକାଙ୍କୁ ବାଡ଼େଇ ଥିଲେ । ପୋଲିସ୍‌ ଅଭିଯୁକ୍ତ ବିନୟକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।

Share this story

World Odia Language Conferene