ପବ ରେ ମାଲ ପିଇଲେ, ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ତା'ପରେ ଯାହା ହେଲା ଆପଣଙ୍କ ହୋସ ଉଡିଯିବ...

woman in drunken condition created ruckus on road

ଓଡ଼ିଆ ଗସିପ ବ୍ୟୁରୋ: ଦିନକୁ ଦିନ ଯୁବପିଢ଼ି ଏତେ ଖରାପ ରାସ୍ତାକୁ ଚାଲିଯାଉଛନ୍ତି ଯେ ସେମାନଙ୍କ ବିଷୟରେ କିଛି ନ କହିବା ଭଲ । ଆଉ ଏଥିପାଇଁ ନିଶା ହିଁ ଦାୟୀ । କାହିଁକି ନା ରାଜ୍ୟ ତ ରାଜ୍ୟ ଏହାର ବାହାରେ ମାନେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ନିଶା କାରବାର ବହୁତ ଗୁଣରେ ବଢି ଯାଇଛି । ଯାହାକୁ ରୋକିବା ପୋଲିସ ପାଇଁ କଷ୍ଟକର ହୋଇପଡିଛି ।

ଗତକାଲି ରାତିରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବଖାଣୁଛି କି କେତେ ସୁରକ୍ଷିତ ଆମ ରାଜଧାନୀ । ଜଣେ ଯୁବତୀ ପବ ରେ ମାଲ ପିଇଲେ ଆଉ ରାସ୍ତା ଉପରେ ହଙ୍ଗାମା କଲେ । କେହି କିଛି କହିବା ଆଗରୁ ସେ ସମସ୍ତଙ୍କୁ ଗାଳିଗୁଲଜ କରିବା ସହ ନିଜ ରାସ୍ତା ନିଜେ ବାଛି ଥିଲେ ।

ଆହୁରି ପଢ଼ନ୍ତୁ : ‘ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଏହି ଦୁଇ ଅଣଓଡ଼ିଆ ଅଫିସରଙ୍କ ରହିଛି ହାତ’, ଏମିତି ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେପି ନେତା ବିଜୟ ମହାପାତ୍ର...

ଖାଲି ଏତିକି ନୁହେଁ ଝୁଲିଝୁଲି ପବରୁ ଓହ୍ଲାଇଲେ, ଯାହାକୁ ଦେଖିଲେ ଗାଳି କଲେ । ଜୟଦେବ ବିହାର ଅଞ୍ଚଳରେ ମାତାଲ ଯୁବତୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ତାଙ୍କ ଗୋଡର ଚାଲି ଏପଟ ସେପଟ ପଡୁଥିଲା । ନିଶାଶକ୍ତ ଅବସ୍ଥାରେ ପୋଲିସକୁ ଗାଳିମନ୍ଦ ମଧ୍ୟ କଲେ ।

ତାଙ୍କ ନଖରା ଏତିକିରେ ମଧ୍ୟ ଥମି ନଥିଲା ସେ ପୁଣି ନିଶାରେ ରାସ୍ତାରେ ନିଜ ମୋବାଇଲ ପିଟି ଭାଙ୍ଗିଲେ । ମଦ୍ୟପ ଯୁବତୀଙ୍କ ଘର ଯାଜପୁର, ସହିଦନଗରରେ ସେ ହଷ୍ଟେଲରେ ରୁହନ୍ତି ।

ପରେ କିଛି ପଥଚାରୀ ପୋଲିସ ପିସିଆରକୁ ଖବର ଦେବାରୁ ପୋଲିସ ଭ୍ୟାନ୍ ଆସିକି ସେଠାରେ ପହଞ୍ଚିଥିଲା । ପଚାର ଉଚରା ବେଳେ ଜଣାପଡିଥିଲା ଯେ ଯୁବତୀ ଜଣଙ୍କ ଏକ ବେସରକାରୀ କମ୍ପାନୀରେ କାମ କରନ୍ତି । ହୋଲି ସେଲିବ୍ରେସନ ଆଳରେ ମଦ ପିଇଥିବା ସ୍ୱୀକାର କରିଥିଲେ । ପରେ ପୋଲିସ ତାଙ୍କୁ ନେଇ ତାଙ୍କ ରହୁଥିବା ରୁମ ନିକଟରେ ଛାଡିଥିଲା ।

Share this story

World Odia Language Conferene