ବାହା ହେବେ କୋଟିପତି ଓଡ଼ିଆ ପୁଅ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଲେ, କିଏ ଏହି ଉଦ୍ୟୋଗପତି ରିତେଶ ଅଗ୍ରୱାଲ...

OYO owner and Odishas billionaire Ritesh Agrawal will marry soon

ଓଡ଼ିଆ ଗସିପ ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ । ଏନେଇ ରିତେଶ, ତାଙ୍କ ମା’ ଓ ଭାବି ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆମନ୍ତ୍ରଣ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ୨୯ ବର୍ଷୀୟ ଉଦ୍ୟୋଗପତି ରିତେଶ ଅଗ୍ରୱାଲ ବିବାହ କରିବେ ବୋଲି ସୂଚନା ମିଳିଛି ।

ରିତେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଜ ମା’ ଓ ଭାବି ପତ୍ନୀଙ୍କ ଫଟୋ ଶେୟାର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସେ ଭେଟିଥିଲେ । ଫଟୋରେ ରିତେଶ ଓ ତାଙ୍କ ଭାବି ପତ୍ନୀ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ବେଳେ ଆଉ ଏକ ଫଟୋରେ ରିତେଶଙ୍କ ମା’ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେଉଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରିସେପ୍‌ସନ୍‌ ପାର୍ଟି ହେବ ବୋଲି ଜଣାପଡ଼ିଛି । ରିତେଶ ଅଗ୍ରୱାଲ, ଦେଶର ସର୍ବକନିଷ୍ଠ କୋଟିପତିମାନଙ୍କ ମଧ୍ୟରୁ ଅନ୍ୟତମ । ମାତ୍ର ୧୯ ‍ବର୍ଷ ବୟସରେ ସେ OYO ପ୍ରତିଷ୍ଠା କରିଥିଲେ । ପକେଟ୍‌କୁ ସୁହାଇଲା ଭଳି ହୋଟେଲ୍‌ରେ ରୁମ୍‌ ଖୋଜୁଥିବା ଟୁରିଷ୍ଟଙ୍କୁ OYO ଶସ୍ତାରେ ରୁମ୍‌ ପ୍ରଦାନ କରିଥାଏ । ବର୍ତ୍ତମାନ ୮୦ଟି ଦେଶର ୮୦୦ରୁ ଅଧିକ ସହରରେ OYO ଅପରେଟ୍‌ କରୁଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ : ମା' କୁ ଗର୍ଭବତୀ କଲା ସାବତ ପୁଅ; ସନ୍ତାନକୁ ଦେଲେ ଜନ୍ମ, ବିବାହ ପାଇଁ ଛାଡ଼ି ଥିଲେ ସ୍ୱାମୀଙ୍କ ହାତ !

୨୦୨୦ ମସିହାରେ ହ୍ୟୁମାନ୍ସ ଅଫ୍‌ ବମ୍ବେକୁ ସାକ୍ଷାତକାର ବେଳେ ରିତେଶ ଅଗ୍ରୱାଲ ତାଙ୍କ ଜୀବନ ଯାତ୍ରା ସମ୍ପର୍କରେ କହିଥିଲେ । ସେ କହିଥିଲେ ‘ବଡ଼ ସ୍ୱପ୍ନ ନେଇ ଏକ ଛୋଟ ସହରର ବାଳକ ମୁଁ । ଓଡ଼ିଶାର ରାୟଗଡ଼ା ରେ ଏକ ମଧ୍ୟବିତ୍ତ ପରିବାରରେ ମୋର ଲାଳନପାଳନ ହୋଇଥିଲା । ହେଲେ ସବୁବେଳେ ଜଣେ ଭଲ ଉଦ୍ୟୋଗପତି ହେବା ମୋର ସ୍ୱପ୍ନ ଥିଲା’ ।

ରିତେଶ ଅଗ୍ରୱାଲ ହେଉଛନ୍ତି ଓଡ଼ିଶା ରାୟଗଡ଼ାରେ ଜନ୍ମିତ, ଦେଶର ପ୍ରତିଷ୍ଠିତ ବ୍ୟବସାୟୀ । ହୋଟେଲ ଚେନ୍ ଓୟୋ ପ୍ରତିଷ୍ଠା କରି ଭାରତରେ ହୋଟେଲ ଶିଳ୍ପକୁ ଏକ ନୂଆ ଦିଗ ଦେଇଛନ୍ତି ରିତେଶ ଅଗ୍ରୱାଲ । ଏହି ସାକ୍ଷତ ପରେ ପର୍ଯ୍ୟଟନ ଉଦ୍ୟାଗ ବିକାଶ ପାଇଁ କ୍ରମାଗତ ଭାବେ କାମ କରି ଆସୁଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି ।

ବିଶେଷ କରି ରାୟଗଡ଼ା, ଗୀର୍, ଲଦାଖ୍, ରାମଶ୍ୱେରମ୍ ଏବଂ ମେଘାଳୟ ପର୍ଯଟନ ଶିଳ୍ପରେ ବଡ଼ ସୁଯୋଗ ଥିବା ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ନୂଆ ଜୀବନ ପାଇଁ ଶୁଭକାମନା ଜଣାଥିବା ଟୁଇଟରରେ ଲେଖିଛନ୍ତି ରିତେଶ ଅଗ୍ରୱାଲ ।

ମାତ୍ର ୨୯ ବର୍ଷ ବୟସରେ କୋଟି ପତି ପାଲଟିଯାଇଛନ୍ତି ଓୟେ ରୁମର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ । ଓୟେ ଏବେ ଭାତରେ ସବୁଠୁ ଦ୍ରୁତ ବିଶକିତ ହେଟେଲ ନେଟୱର୍କ ଭାବେ ଗଣଯାଉଛି । ପତଳା ଏବଂ ଡେଙ୍ଗା ଥିବା ଏହି ଯୁବକ ଜଣଙ୍କ ୧୯୯୩ ମସିହାରେ କଟକର ବିସମ ଅଂଚଳରେ ଜନ୍ମଗ୍ରହଣ କରିଥିଲେ । ହୋଟେଲ ବେପାର ପ୍ରତି ରୁଚି ରଖିଥିବା ରିତେଶ ମାତ୍ର ୧୩ ବର୍ଷ ବୟସରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ।

ତାଙ୍କର ପ୍ରଥମ ପୋଜେକ୍ଟ ଭାବେ ସେ ଦେଶର ବିଭିନ୍ନ ଅଂଚଳ ବୁଲି ହୋଟେଲର ସିଷ୍ଟମ କିପରି ଚାଲୁଛି ତାହା ଉପରେ ଜାଣିବା ଓ ଶିଖିବାକୁ ଚେଷ୍ଟା କରିଥିଲେ । ପରେ ସେ ଆଇଆଇଟି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ସେ ସମୟରେ ସେ ପାଠ ଅପେକ୍ଷା ତାଙ୍କ ବ୍ୟବସାୟ ଉପରେ ଗୁରୁତ୍ୱ ଦେଇଥିଲେ । ବ୍ୟବସାୟ ସହ ଜଡିତ ବିଭିନ୍ନ ବ୍ୟକ୍ତିମାନଙ୍କ ସହ ମିଶି ଆଲୋଚନା କରିଥିଲେ । ଏବଂ ଶେଷରେ ନିଜର ସଂସ୍ଥା ଖୋଲି ଏବେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି ରିତେଶ ।

ଆହୁରି ପଢ଼ନ୍ତୁ : ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

ରିତେଶ ଅଗ୍ରୱାଲଙ୍କ ସଫଳ କାହାଣୀ:

୧୯୯୩ ମସିହାରେ ବିଷମକଟକ ଅଞ୍ଚଳରେ ଜନ୍ମଗ୍ରହଣ ରିତେଶ ଅଗ୍ରୱାଲ । ୧୩ ବର୍ଷ ବୟସରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ହୋଟେଲ ଲାଇନରେ ଜାଣିବାକୁ ଦେଶ-ବିଦେଶ ବିଭିନ୍ନ ହେଟେଲ ଗସ୍ତ କରିଥିଲେ । ହୋଟେଲରେ ମିଳୁଥିବା ସୁବିଧା, ଅସୁବିଧା ଉପରେ ଜାଣିବାକୁ ଚେଷ୍ଟା କରିଥିଲେ । ଇଞ୍ଜିନିୟରିଂ ପଢୁଥିବା ରିତେଶ କଲେଜରୁ ଡ୍ରପଆଉଟ୍ ହୋଇଥିଲେ । 
ଘରକୁ ଆସିବା ଭୟରେ ପରେ ସେ ସିମ୍ ବିକ୍ରିବା ଆରମ୍ଭ କରିଥିଲେ । ହୋଟେଲରେ ରହିବା ସହ ଗ୍ରାହକମାନଙ୍କ ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ । ୨୦୧୧ ରେ ସେ ଦିଲ୍ଲୀ ଯିବା ସହ ନିଜର କିଛି ଆରମ୍ଭ କରିବାକୁ ଯୋଜନା କରିଥିଲେ ।

୨୦୧୨ରେ ସେ ‘ଓରଭାଲ ଷ୍ଟେସ୍’ ଏକ ସଂସ୍ଥା ଆରମ୍ଭ କରିଥିଲେ । ଯେଉଁଥିରେ ଗ୍ରାହକମାନଙ୍କୁ ବେଡ ସହ ବ୍ରେକଫାଷ୍ଟ ଯୋଗାଇଦେବାର ବ୍ୟବସ୍ଥା ରହିଥିଲା । ଏହି କମ୍ପାନୀରେ ସେ ପ୍ରାୟ ୩୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ଏହି ସଂସ୍ଥା ପାଇଁ ବିଶ୍ୱସ୍ତରୀୟ ଥିଲ ଫେଲୋସିଜ୍ ପ୍ରୋଗ୍ରାମ ସେ ବିଜେତା ହୋଇଥିଲେ । ୨୦ ବର୍ଷ ବୟସରେ ତାଙ୍କୁ ପୁରସ୍କାର ଆକାରରେ ପ୍ରାୟ ୮୩ କୋଟି ଟଙ୍କା ଜିତିଥିଲେ । ଯାହା ତାଙ୍କୁ ଆଗକୁ ବଢିବାକୁ ସହାୟ ହୋଇଥିଲା । ୨୦୧୩ ମେ ରେ ସେ ତାଙ୍କର ସ୍ୱପ୍ନର ପ୍ରୋଜେକ୍ଟ ‘ଓୟେ’ ଆରମ୍ଭ କରିଥିଲେ । ଯାହା ଯୁବପିଢି ବିଶେଷ କରି ପ୍ରେମିଯୁଗଳମାନଙ୍କୁ ଆକୃଷ୍ଟ କରିଥିଲା । ସେପ୍ଟେମ୍ବର ୨୦୧୮ ସୁଦ୍ଧା ସେ କମ୍ପାନୀର ସମ୍ପତି ୮ ହଜାର ୨୭୨ କୋଟି ଛୁଇଁଥିଲା । ୨୦୧୯ ଜୁଲାଇରେସେ କମ୍ପାନୀର ବିଲିୟନ ଡଲାର ସେୟାର କରିଥିଲେ । ୨୦୨୦ ସୁଦ୍ଧା ତାଙ୍କର ସମ୍ପତି ପ୍ରୟ ୧.୧ ବିଲିୟନ ଡଲାର ଅର୍ଥାତ୍ ୯ ହଜାର କୋଟି ଛୁଇଁଥିଲା ।

Share this story

World Odia Language Conferene