ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

These IAS officer in Odisha will soon get marry for second time

ଓଡ଼ିଆ ଗସିପ ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଗତକାଲି ଅନନ୍ୟାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ପାରମ୍ପରିକ ରୀତିନୀତିରେ ହୋଇଛି ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଏଥିରେ ଉଭୟ ପରିବାରର ସଦସ୍ୟ ସାମିଲ ହୋଇଥିଲେ । ଏହାସହ କିଛି ନିକଟତର ବନ୍ଧୁ ଓ ଅଫିସର ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆସନ୍ତା ୩ ମାସ ମଧ୍ୟରେ ଉଭୟ ବିବାହ କରିବା ନେଇ ସୂଚନା ମିଳିଛି । ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ ।

ସୂଚନାଥାଉ କି, ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ୍‌ ଅଖତର୍‌ଙ୍କୁ ବିବାହ କରିଥିଲେ । ସେହିପରି ଚଞ୍ଚଳ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ସହ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ ପୁଣି ବିବାହ କରିବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ : ମିଡ଼ିଆକୁ ହାତବାରିସି କରି କେଉଁ ନେତା କେଉଁ ଚ୍ୟାନେଲକୁ ଚଳାଉଛନ୍ତି, ଦେଖନ୍ତୁ ଏହି ଭିଡିଓ...

ଏହା ପୂର୍ବରୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ୨୦୧୫ IAS ଟପ୍ପର ଟିନା ଡାବି । ଟିନାଙ୍କ ପୂର୍ବତନ ସ୍ୱାମୀ ତଥା IAS ଆଥର ଆମୀର ଖାନ୍ ମଧ୍ୟ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଡାକ୍ତର ମେହରାନା କାଜିଙ୍କୁ ଆମୀର ଦ୍ୱିତୀୟ ବିବାହ କରିଛନ୍ତି ।

ଆଥର ୨୦୧୮ରେ ଟିନାଙ୍କ ସହ ବିବାହ କରିଥିଲେ । ଟିନା ଓ ଆଥର ଉଭୟ ବ୍ୟାଚ୍ ମେଟ୍ ହେବା ସହ UPSC ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ ଦୁଇ ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବା ସହ ବିବାହ ବିଚ୍ଛେଦ ହୋଇଥିଲା । ଏହାର କିଛି ମାସ ପରେ ଟିନା ଆଉ ଜଣେ IAS ଅଧିକାରୀଙ୍କୁ ବିବାହ କରିଥିଲେ । ତାଙ୍କ ଜୀବନ ସାଥୀ ସାଜିଥିଲେ ଡ. ପ୍ରଦୀପ ଗାୱାଣ୍ଡେ ।

Share this story

World Odia Language Conferene