ମିଡ଼ିଆକୁ ହାତବାରିସି କରି କେଉଁ ନେତା କେଉଁ ଚ୍ୟାନେଲକୁ ଚଳାଉଛନ୍ତି, ଦେଖନ୍ତୁ ଏହି ଭିଡିଓ...

Which Channel controlled by which political parties

ଓଡ଼ିଆ ଗସିପ ବ୍ୟୁରୋ: କୁହାଯାଏ ଗଣାମଧାମ ହିଁ ରାଜ୍ୟନୈତିକ ଦଳର ଭାଗ୍ୟ ଓ ଭବିଷ୍ୟତ ନିର୍ଧାରଣ କରେ । ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ଟିକିନିକି ଖବର ପହଁଚୁଥିବାରୁ ରାଜନୈତିକ ଦଳ ଅପେକ୍ଷା ସାଧାରଣ ଲୋକଙ୍କର ଅଧିକ ଭରସା ଗଣମାଧ୍ୟମ ଉପରେ ରହିଥାଏ । ଯେଉଁଥିପାଇଁ ରାଜନୈତିକ ଦଳଗୁଡିକ ନିଜ ସମର୍ଥନରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ଗଣମାଧ୍ୟମକୁ ଗେଲ୍ହା ପୁଅ କରିଥାନ୍ତି ।

ଆଉ ଏବେ ଓଡିଶା ରାଜନୀତିରେ ଗଣମାଧ୍ୟମ ରାଜନୈତିକ ଦଳ ମଧ୍ୟରେ ଏକ ପ୍ରକାର ବାଣ୍ଟି ହୋଇ ଯାଇଛି କହିଲେ ଏକପ୍ରକାର ଅତ୍ୟୁକ୍ତି ହେବ ନାହିଁ । କାରଣ ଏକାଧିକ ଗଣମାଧ୍ୟମ ପଛ ପଟରେ ରହିଛି ରାଜନୈତିକ ବ୍ୟକ୍ତିତ୍ୱଙ୍କ ହାତ । ଯେଉଁମାନଙ୍କ ଇଙ୍ଗିତରେ ଏବେ ଗଣମାଧ୍ୟମ ଦଳ ମାଧ୍ୟମରେ ପରିଣତ ହୋଇଥିବା ଚର୍ଚ୍ଚା ହେଉଛି ।

ଖାସ କରି ଓଡ଼ିଶାରେ ଟେଲିଭିଜନ ମିଡ଼ିଆ ଏବେ ଦଳ ବାରୀ ଭାଗ ଭାଗ ହୋଇଥିବା ସୋସିଆଲ ମେଡିଆରେ ଚର୍ଚ୍ଚା ହେଉଛି । ଏବେ କେଉଁ ମିଡ଼ିଆ କେଉଁ ଦଳ ସମର୍ଥନରେ ରହିଛ ଓ କିଭଳି ଖବରପ୍ରସାରଣ କରୁଛି ତାହା ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଅନୁସରଣ କଲେ ବେଶ ଭଲ ଭାବେ ଜାଣିପାରିବେ ।

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଡେରିରେ ଷ୍ଟେଜକୁ ଆସିବାରୁ ପପୁ ପମପମ୍ ଙ୍କୁ ପଥର ମାଡ଼ କଲେ ଲୋକେ, ପ୍ରାଣ ବିକଳରେ ଦୋୖଡିଲେ ପପୁ

ଓଡ଼ିଶାର ପ୍ରମୁଖ ଟିଭି ଗଣ ମାଧ୍ୟମ ଉପରେ ଯଦି ନଜର ପକାଇବା ତେବେ ଅର୍ଗସ , ନନ୍ଦିଘୋଷ ଟିଭି ସମ୍ପୂର୍ଣ ରୂପେ ଦଳୀୟ ଭିତ୍ତିରେ ବାଣ୍ଟି ହୋଇ ଯାଇଥିବା କୁହାଯାଉଛି । ନନ୍ଦିଘୋଷ ଟିଭି ସମ୍ପୂର୍ଣ ରୂପେ ବିଜେଡି ସମର୍ଥନରେ ଖବର ପ୍ରସାରଣ କରୁଥିବା ବେଳେ ବିଜେପିକୁ ଟାର୍ଗେଟ କରୁଛି ।

ସେହିପରି ଅର୍ଗସ ଟିଭି ବିଜେପିକୁ ଅଧିକ ଟେକୁଥିବା ବେଳେ ବିଜେଡ଼ିକୁ ବଦନାମ କରିବାକୁ ଟିକିଏ ବି ସୁଯୋଗ ହାତଛଡା କରୁନାହିଁ । କିନ୍ତୁ ଅନ୍ୟ ଚାନେଲ ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ନ୍ୟାୟରେ ଆଗକୁ ବଢୁଥିବା କୁହାଯାଉଛି । ଓଟିଭିର କେଉଁ ଦଳ ପ୍ରତି ସଫ୍ଟ କର୍ଣ୍ଣର ଅଧିକ ରହିଛି ତାହା ବୋଧ ହୁଏ ଅଧିକଙ୍କୁ ଜଣା । ନିଜକୁ ନିରପେକ୍ଷ ଦର୍ଶାଇବାକୁ ୮୦:୨୦ ଅନୁପାତରେ ଖବର ପ୍ରସାରଣ କରୁଥିବା ଓଟିଭି ପଣ୍ଡା କମ୍ପାନୀର ସଂସ୍ଥା ।

ଯେହେତୁ ପରିଵାର ମାଲିକାନାରେ ଓଟିଭି ରହିଛି ତେଣୁ ବିଜେପି ପ୍ରତି ଭଲପାଇବା ରହିବା ସ୍ୱାଭାବିକ କଥା । ତେଣୁ ବ୍ୟବସାୟିକ ଦୃଷ୍ଟି କୋଣରୁ ସରକାରଙ୍କ ସପକ୍ଷରେ ୨୦ ପ୍ରତିଶତ ଓଟିଭି ବାଧ୍ୟ ହେଉଥିବା କୁହାଯାଉଛି । ଅନ୍ୟପଟେ ଗତ କିଛି ବର୍ଷ ହେବେ ସୁବିଧାବାଦି ଭୂମିକାରେ କନକ ନିଉଜ ଦେଖିବାକୁ ମିଳୁଥିବା ସାଧାରଣରେ ଚର୍ଚ୍ଚା ହୁଏ । ମାଲିକ ସୋମ୍ୟରଞ୍ଜନ ପଟନାୟକଙ୍କ  ପରି କନକ ନିଉଜ ଅଭିମୁଖ୍ୟର ମଧ୍ୟ ଅନେକ ଥର ପରିବର୍ତନ ଦେଖିବାକୁ ମିଳୁଛି ।

ଆଉ ସାମ୍ପ୍ରତିକ ସ୍ଥିତିର୍ଵ କନକ ନିଉଜ ଉଭୟ ବିଜେପି ଓ ବିଜେଡି ସହ ହାତେ ମାପି ଚାଖଣ୍ଡେ ଚାଲିବା ନୀତିରେ ଆଗକୁ ବଢୁଥିବା ଚର୍ଚ୍ଚା ହେଉଛି । ଯେହେତୁ ସୋମ୍ୟ ଶାସକ ଦଳର ବିଧାୟକ ତେଣୁ ୬୦:୪୦ ଅନୁପାତରେ ଖବରକୁ ପ୍ରସାରଣ କରୁଥିବା କୁହାଯାଉଛି । କନକ ନିଉଜ ବିଜେଡ଼ିକୁ ପୂର୍ବରୁ ଯେଉଁ ଗୁରୁତ୍ୱ ଦେଉଥିଲା ସେଥିରେ କେବଳ ହ୍ରାସ ହୋଇନାହିଁ ବରଂ ଏହାର ଫାଇଦା ବିଜେପିକୁ ମିଳୁଥିବା ଶୁଣିବାକୁ ମିଳୁଛି ।

ଆହୁରି ପଢ଼ନ୍ତୁ : ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ : ଓଡ଼ିଶା ଉପକୂଳରେ ବୃଦ୍ଧି ପାଉଛି ସମୁଦ୍ର ଜଳସ୍ତର, ଏହି ୪ଟି ଉପକୂଳ ଓଡିଶା ପାଇଁ ବଡ଼ ବିପଦ...

ସେହିଭଳି ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନରେ ଥିବା କଳିଙ୍ଗ ଟିଭି ବିଜେଡି ସରକାରର ବିଭିନ୍ନ ବିକାଶ ମୂଳକ କାମକୁ ଖବର ଆକାରରେ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ବିଜେପି ପାଇଁ ସେତେ ଅସୁବିଧା ସୃଷ୍ଟି କରୁଥିବା ଦେଖିବାକୁ ମିଳେନି । ଅର୍ଥାତ କଣ୍ଟ୍ରୋଭରସିରୁ ଦୁରେଇ ରହିବାକୁ ବିଜେଡି ସପକ୍ଷରେ ମାତ୍ରାଧିକ ନିଉଜ କରୁଥିବା କଳଙ୍ଗ ଟିଭି ବିଜେପି ବିପକ୍ଷରେ ସ୍ୱରକୁ ଏତେଟା ଶାଣିତ କରୁନଥିବା କୁହାଯାଏ ।

ସେହିପରି ନିଉସ 18 ଓଡ଼ିଆ ଓ ନିଉଜ 7 ସମାନ ଦୂରତ୍ୱରେ ଫର୍ମୁଲାରେ ଆଗକୁ ବଢୁଥିବା ମିଡ଼ିଆ ଖଟିରେ ଚର୍ଚ୍ଚା । ଉଭୟ ଚାନେଲ ପରିସ୍ଥିତି ଅନୁଯାୟୀ ବିଜେପି ଓ ବିଜେଡ଼ିକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । କାହାକୁ ଵେଶୀ ଟାର୍ଗେଟ ନୁହେଁ କି କାହା ସମର୍ଥନରେ ବେଶୀ ଖବର ନଦେଖାଇ ସେଫ ଜୋନରେ ଅଧିକ ପସନ୍ଦ କରୁଥିବା କୁହାଯାଉଛି ।

ଦେଖନ୍ତୁ ଭିଡ଼ିଓ :

ଏବେ ଏହି ଦଳ ମାଧ୍ୟମ ଭିତରେ କଂଗ୍ରେସ ସମ୍ପୂର୍ଣ ଗୋଠ ଛଡା ହୋଇଥିବା ଦେଖିବାକୁ ମିଳୁଛି । ମିଡ଼ିଆକୁ ମ୍ୟାନେଜେ କରିବାରେ କଂଗ୍ରେସ ସମ୍ପୂର୍ଣ ବିଫଳ ହୋଇଥିବା କୁହାଯାଉଛି । ଯଦିଓ ପଟ୍ଟନାୟକ ପରିବାର ହାତରେ କଂଗ୍ରେସ ରହିଛି, ହେଲେ ବ୍ୟବସାୟିକ ଦୃଷ୍ଟି କୋଣରୁ ମୁନାଫା ଆଶାରେ କଂଗ୍ରେସର ହାତ ଛାଡିଛି ପଟ୍ଟନାୟକ ବାବୁଙ୍କ ପାରିବାରିକ ଚ୍ୟାନେଲ ।

Share this story

World Odia Language Conferene