ମା' କୁ ଗର୍ଭବତୀ କଲା ସାବତ ପୁଅ; ସନ୍ତାନକୁ ଦେଲେ ଜନ୍ମ, ବିବାହ ପାଇଁ ଛାଡ଼ି ଥିଲେ ସ୍ୱାମୀଙ୍କ ହାତ !

son makes pregnant to step mother

ଓଡ଼ିଆ ଗସିପ ବ୍ୟୁରୋ: ମା'-ପୁଅର ସମ୍ପର୍କ ଦୁନିଆରେ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ । ସେହି ସମ୍ପର୍କ ନିଜର ହେଉ କିମ୍ବା ସାବତ । କିନ୍ତୁ ପରିବର୍ତ୍ତିତ ପରିବେଶରେ, ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଗତ କିଛି ବର୍ଷ ମଧ୍ୟରେ ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । କିଛି ସ୍ଥାନରେ ପ୍ରକୃତ ମା' ନିଜ ପୁଅକୁ ବିବାହ କରିଥିବା ଖବର ଆସିଥାଏ ତ ବେଳେବେଳେ ଜେଜେବାପା ଓ ନାତୁଣୀ ବିବାହ କରିଥିବା ଖବର ଆସୁଛି ।

ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର ତାଙ୍କ ୧୫ ବର୍ଷର ସାବତ ପୁଅକୁ ଏତେ ଭଲ ପାଇ ବସିଲେ ଯେ ସେ ନିଜ ସ୍ୱାମୀଙ୍କୁ ମଧ୍ୟ ଛାଡି ଦେଲେ । ସ୍ୱାମୀଙ୍କୁ ଛାଡପତ୍ର ନଦେଇ ସେ ନିଜ ସାବତ ପୁଅ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଲେ ଓ ପରେ ଗର୍ଭବତୀ ମଧ୍ୟ ହେଲେ । ଆଉ ସାବତ ପୁଅକୁ ବିବାହ କରିବା ପରେ ସେ ଏକ ଝିଅ ସନ୍ତାନକୁ ଜନ୍ମ ଦେଲେ । ସେ ତାଙ୍କ ସ୍ୱାମୀଙ୍କୁ ଲୁଚାଇ ଏହି ଭଳି ପ୍ରତାରଣା କରି ଚାଲିଥିଲେ ।

ଆହୁରି ପଢ଼ନ୍ତୁ : ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ !, ସ୍ୱାମୀଙ୍କ ଚୋରା ପୀରତି ଧରା ପଡିବା ପରେ ପତ୍ନୀ ଜଣଙ୍କ...

ଯେତେବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ମାଗିଥିଲେ ସେତେବେଳେ ତାଙ୍କର ହୋସ ଉଡ଼ି ଯାଇଥିଲା । ଏହି ମାମଲାଟି ଋଷର ଅଟେ । ସେଠାରେ ରହୁଥିବା ସୋସିଆଲ ମିଡିଆ ତାରକା ମାରିନା ବାଲମାଶେଭା ୨୦୦୭ ମସିହାରେ ଅର୍ଥାତ୍ ୧୬ ବର୍ଷ ପୂର୍ବେ ଆଲେକ୍ସୀ ଶାଭିରିନଙ୍କୁ ବିବାହ କରିଥିଲେ ।

ଅବଶ୍ୟ, ଏହା ଆଲେକ୍ସୀଙ୍କ ଦ୍ୱିତୀୟ ବିବାହ ଥିଲା ଓ ତାଙ୍କର ଏକ ପୁତ୍ର ଭ୍ଲାଡିମିର୍ ମଧ୍ୟ ଥିଲେ, ଯାହାଙ୍କୁ ସେତେବେଳେ ୭ ବର୍ଷ ହୋଇଥିଲା । ଆଲେକ୍ସୀ କହିଛନ୍ତି ଯେ ଭ୍ଲାଡିମିର୍ ବଡ ହେବା ପରେ ମାରିନାଙ୍କ ଆଚରଣ ବଦଳିବାକୁ ଲାଗିଲା । ଯେତେବେଳେ ଭ୍ଲାଡିମିର୍ ବିଶ୍ୱବିଦ୍ୟାଳୟ ଛୁଟି ସମୟରେ ଆସୁଥିଲେ, ମାରିନା ତାଙ୍କ ସହ ଫ୍ଲର୍ଟ କରୁଥିଲେ । ତାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ । ଏଭଳି ପରିସ୍ଥିତିରେ ଭ୍ଲାଡିମିର୍ ମଧ୍ୟ ମାରିନାଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଲା । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ହୋଇଥିଲା ଓ ମାରିନା ଗର୍ଭବତୀ ହୋଇଥିଲେ ।

ଇନଷ୍ଟାଗ୍ରାମ ସେନସେସନ ମାରିନା ତାଙ୍କ ସାବତ ପୁଅକୁ ଭଲପାଇ ସ୍ୱାମୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ମସିହାରେ ଛାଡପତ୍ର ହେବାର କିଛି ଦିନ ପରେ ସେ ପୁଅ ଭ୍ଲାଡିମିରକୁ ବିବାହ କରିଥିବା କଥା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କେବଳ ଏତିକି ନୁହେଁ, ମାରିନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଭ୍ଲାଡିମିରଙ୍କ ସନ୍ତାନର ମାଆ ହେବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ : ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

ଏହା ସହିତ ମାରିନା ଓ ଭ୍ଲାଡିମିର ଏକ ଝିଅ ମଧ୍ୟ ଅଛି, ଯାହାର ବୟସ ୨ ବର୍ଷରୁ ଅଧିକ । ମାରିନା ଅଗଷ୍ଟ ୨୦୨୨ ରେ ପୁନର୍ବାର ଗର୍ଭବତୀ ହୋଇଥିଲେ, କିନ୍ତୁ ଇନଷ୍ଟାରେ ପିଲାଙ୍କ ବିଷୟରେ କୌଣସି ଅପଡେଟ ସେୟାର କରିନାହାଁନ୍ତି ।

ଅନ୍ୟପକ୍ଷରେ ମାରିନାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ସେ ମୋ ପୁଅକୁ ନିଜ ଜାଲରେ ଫସାଇଛନ୍ତି । ତେବେ, ମାରିନା ଓ ତାଙ୍କ ସ୍ୱାମୀ ଭ୍ଲାଡିମିର୍ (ସାବତ ପୁଅ) ସେମାନଙ୍କର ନୂତନ ଜୀବନରେ ବହୁତ ଖୁସି ଅଛନ୍ତି ଓ ସୋସିଆଲ୍ ସାଇଟରେ ସେମାନଙ୍କର ଫଟୋ ସେୟାର କରୁଛନ୍ତି । ବର୍ତ୍ତମାନ ମାରିନାଙ୍କୁ ୩୭ ବର୍ଷ ଓ ତାଙ୍କ ପତି(ସାବତ ପୁଅ)କୁ ୨୩ ବର୍ଷ । ଏହି ସମୟରେ, ପ୍ରଥମ ସ୍ୱାମୀଙ୍କ ବୟସ ୪୭ ବର୍ଷ ।

Share this story

World Odia Language Conferene