World Odia Language Conferene

ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ !, ସ୍ୱାମୀଙ୍କ ଚୋରା ପୀରତି ଧରା ପଡିବା ପରେ ପତ୍ନୀ ଜଣଙ୍କ...

Husband threw acid on wife

ଓଡ଼ିଆ ଗସିପ ବ୍ୟୁରୋ: ଘରେ ପଶି ମହିଳାଙ୍କୁ ଏସିଡ୍‌ ମାଡ଼ । ୨ ଶିଶୁଙ୍କ ସହ ୪ ଗୁରୁତର । ସମସ୍ତଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଭୀମପୁର ଗାଁରେ ଘଟିଛି ଏହି ଜଘନ୍ୟ କାଣ୍ଡ । ସୂଚନା ମୁତାବକ, ଗାଁର ଜଣେ ମହିଳାଙ୍କୁ ଦେଢମାସ ତଳେ ନୟାପାଟଣାର ଚନ୍ଦନ ରଣା ବାହା ହୋଇଥିଲେ ।

ତେବେ ବାହାଘର ପରେ ସ୍ୱାମୀ ପୂର୍ବରୁ ବିବାହିତ ଥିବା ଜାଣି ମହିଳା ଜଣଙ୍କ ତାଙ୍କ ସହିତ ଆଉ ଯାଇନଥିଲେ । ଏପରିକି କଥା ଥାନା ଯାଏ ମଧ୍ୟ ଯାଇଥିଲା । ତେବେ ଆଜି ହଠାତ ମହିଳା ଜଣଙ୍କ ଘରକୁ ଆସିଥିଲେ ।

ଆହୁରି ପଢ଼ନ୍ତୁ : ଆସିଲା ଛାତି ଥରା ଭିଡ଼ିଓ; ଝିଅ ବୟସର ନାବାଳିକାକୁ ବିବାହ କରିବାକୁ ଚାହୁଁଥିଲେ, ମନା କରିବାରୁ ରାସ୍ତାରେ ଏପରି ଅମାନୁଷିକ କାମ କଲେ ଏହି ବ୍ୟକ୍ତି...

ଅଭିଯୁକ୍ତ ଚନ୍ଦନ କଥା କଟାକଟି ଭିତରେ ସାଂଗରେ ଆଣିଥିବା ଏସିଡ୍‌ ମହିଳାଙ୍କୁ ମାଡ଼ କରିଥିଲେ । ତାଙ୍କୁ ବଂଚାଇବାକୁ ଯାଇ ମହିଳାଙ୍କ ବଡ଼ ଭଉଣୀ ଓ ତାଙ୍କ ୨ ଛୁଆଙ୍କ ଉପରେ ବି ଏସିଡ୍‌ ପଡିଯାଇଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ଚନ୍ଦନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଖବର ପାଇ ମହିଳାଙ୍କ ପରିବାର ଲୋକେ ପହଂଚି ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ଚନ୍ଦନ ବର୍ତ୍ତମାନ ଫେରାର୍ ଥିବା ବେଳେ ତାକୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ ।

Share this story