ଆସିଲା ଛାତି ଥରା ଭିଡ଼ିଓ; ଝିଅ ବୟସର ନାବାଳିକାକୁ ବିବାହ କରିବାକୁ ଚାହୁଁଥିଲେ, ମନା କରିବାରୁ ରାସ୍ତାରେ ଏପରି ଅମାନୁଷିକ କାମ କଲେ ଏହି ବ୍ୟକ୍ତି...

This man drags minor girl in street road with sharp weapon

ଓଡ଼ିଆ ଗସିପ ବ୍ୟୁରୋ: ନିଜ ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ ୪୭ ‍ବର୍ଷୀୟ ବ୍ୟକ୍ତି । ହେଲେ ତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ୧୬ ବର୍ଷୀୟ ନାବାଳିକା । ଶେଷରେ ସମ୍ପୃକ୍ତ ନାବାଳିକାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା ।

ପରିଣାମ ସ୍ୱରୂପ ବୟସ୍କ ବ୍ୟକ୍ତି ଜଣକ ନାବାଳିକାଙ୍କ ଚୁଟି ଘୋଷାଡ଼ି ବିଚ୍‌ ରାସ୍ତାରେ ଟାଣି ଟାଣି ନେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶନିବାର ଦିନ ଛତିଶଗଡ଼ର ରାଜଧାନୀ ରାଇପୁରର ଗୁଢ଼ିୟାରୀ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ଆହୁରି ପଢ଼ନ୍ତୁ : ମିଡ଼ିଆକୁ ହାତବାରିସି କରି କେଉଁ ନେତା କେଉଁ ଚ୍ୟାନେଲକୁ ଚଳାଉଛନ୍ତି, ଦେଖନ୍ତୁ ଏହି ଭିଡିଓ...

ସୂଚନା ଅନୁସାରେ, ମାରଣାସ୍ତ୍ରରେ ଆକ୍ରମଣ ଯୋଗୁ ନାବାଳିକାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି । ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ଓ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୋଲିସ୍‌ ପୀଡ଼ିତା ଓ ଅଭିଯୁକ୍ତକୁ ଚିହ୍ନଟ କରିଛି । ଏହାସହ ଗୁଢ଼ିୟାରୀ ଥାନାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତର ନାଁ ଓମ୍‌କାର ତିୱାରୀ ଓରଫ ମନୋଜ (୪୭) । ନାବାଳିକା ଜଣକ ଓମ୍‌କାରଙ୍କ ଦୋକାନରେ କାମ କରୁଥିଲେ ।

ଆହୁରି ପଢ଼ନ୍ତୁ : ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

ପୋଲିସ୍‌ ସୂଚନା ଅନୁସାରେ, ଦୋକାନରେ କାମ କରିବା ପାଇଁ ମନା କରିବା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ନାବାଳିକାଙ୍କ ଉପରେ ଓମ୍‌କାର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଦେଖନ୍ତୁ ଭିଡ଼ିଓ :


ସୂଚନାଥାଉ କି, ବିବାହ କରିବା ପାଇଁ ଓମ୍‌କାର ନାବାଳିକାଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ସମ୍ପୃକ୍ତ ନାବାଳିକାଙ୍କ ମା’ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଥିଲେ । ଏଥିରେ ରାଗି ଯାଇ ଅଭିଯୁକ୍ତ ଓମ୍‌କାର ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଚୁଟି ଘୋଷାଡ଼ି ଟାଣି ଟାଣି ନେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି । ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାତ ତଦନ୍ତ ଚଳାଇଛି ।

Share this story

World Odia Language Conferene