ମହଙ୍ଗା ପଡିଲା ଜାପାନୀ ମହିଳାଙ୍କୁ ଅଭଦ୍ରାମି ଭାବେ ରଙ୍ଗ ମାରିବା, ଦେଖନ୍ତୁ ଭାଇରାଲ ହେଉଥିବା ଭିଡ଼ିଓ...

ଓଡ଼ିଆ ଗସିପ ବ୍ୟୁରୋ: ହୋଲି ସମୟରେ ଜଣେ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଘଟଣାରେ ଜଣେ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରିଥିବା କଥା ଦିଲ୍ଲୀ ପୁଲିସ କହିଛି ।
ପୁଲିସ କହିବା ଅନୁସାରେ, ହୋଲି ଖେଳ ସମୟରେ ରଙ୍ଗ ମାରିବା ବାହାନାରେ ଏହି ତରୁଣମାନେ ଉକ୍ତ ଜାପାନୀ ମହିଳା ସହିତ ଅସଦାଚରଣ କରିଥିଲେ । ସେ ସମୟର ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେମାନଙ୍କୁ ଧରାଯାଇଛି ।
ଆହୁରି ପଢ଼ନ୍ତୁ : ପୂଜା ପାଇଁ ଜବରଦସ୍ତ ବୋହୂର ମାସିକ ରକ୍ତସ୍ରାବ ରକ୍ତ କୁ ନେଇ ୫୦ ହଜାରରେ ବିକ୍ରି କଲେ ଶାଶୁ ଘର ଲୋକେ
ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦିଲ୍ଲୀ ପୁଲିସ କହିଛି, ଫିଲ୍ଡ୍ ଅଫିସର୍ ଏବଂ ସ୍ଥାନୀୟ ଗୁଇନ୍ଦାଙ୍କ ଉଦ୍ୟମ ଯୋଗୁଁ ଭିଡିଓରେ ଦେଖାଯାଉଥିବା ତରୁଣମାନଙ୍କୁ ଚିହ୍ନଟ କରାଯାଇଥିଲା । ଧରାପଡ଼ିଥିବା ୩ ନାବାଳକ ଦୋଷ ସ୍ବୀକାର କରିଛନ୍ତି ।
ଗଣମାଧ୍ୟମକୁ ଡିସିପି ସଞ୍ଜୟ କୁମାର ସୈନ୍ କହିଛନ୍ତି, ପୀଡ଼ିତ ମହିଳାଙ୍କୁ ଚିହ୍ନଟ କରିବାରେ ସହାୟତା କରିବା ଲାଗି ଜାପାନୀ ଦୂତାବାସ ସହିତ ଯୋଗାଯୋଗ କରାଯାଇଥିଲା । କିନ୍ତୁ, ସେମାନେ କହିଲେ ଯେ, ଘଟଣା ସଂକ୍ରାନ୍ତରେ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ ।
ଦେଖନ୍ତୁ ଭିଡ଼ିଓ :
For those who were against the #BHARATMATRIMONY Holi campaign. A Japanese tourist in India. Imagine your sister, mother or wife being treated like this in another county? Maybe you will understand then. pic.twitter.com/VribIpXBab
— Ram Subramanian (@iramsubramanian) March 10, 2023
କିନ୍ତୁ, ପୁଲିସ କହିବା ଅନୁସାରେ, ମହିଳା ଜଣକ ହେଉଛନ୍ତି ଜେଣ ଜାପାନୀ ପର୍ଯ୍ୟଟକ । ସେ ଜାତୀୟ ରାଜଧାନୀର ପହାଡ଼ଗଞ୍ଜରେ ରହୁଥିଲେ । ଏବେ ସେ ବାଂଲାଦେଶ ଚାଲିଯାଇଛନ୍ତି । ପହାଡ଼ଗଞ୍ଜ ଥାନାରେ ଏ ସଂକ୍ରାନ୍ତରେ କୌଣସି ମୌଖିକ ବା ଲିଖିତ ଅଭିଯୋଗ ହୋଇନାହିଁ ।
ଆହୁରି ପଢ଼ନ୍ତୁ : ବିବାହର ଦିନକ ପରେ OYO ମାଲିକ ରିତେଶଙ୍କ ଘରେ ଦୁଃଖର ପାହାଡ଼, ୨୦ ମହଲାରୁ ଖସି ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ
ସାମାଜିକ ଗଣମାଧ୍ୟରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଉଛି, ଦଳେ ଲୋକ ‘ହୋଲି ହୈ’ ଚିତ୍କାର କରି ବ୍ୟତିବ୍ୟସ୍ତ ହେଉଥିବା ଜଣେ ମହିଳାଙ୍କୁ ଘେରି ଟଣାଓଟରା କରି ରଙ୍ଗ ମାରୁଛନ୍ତି । ଲୋକମାନଙ୍କ ମଧ୍ୟରୁ କିଏ ଜଣେ ସେ ମହିଳାଙ୍କ ମୁଣ୍ଡରେ ଅଣ୍ଡାଟିଏ ପିଟି ଭାଙ୍ଗୁଥିବା ବି ଦେଖାଯାଉଛି । ଶେଷରେ ଦେଖାଯାଉଛି ମହିଳାଜଣକ ରଙ୍ଗରେ ଏମିତି ବୁଡ଼ିଯାଇଛନ୍ତି ଯେ, ତାଙ୍କୁ ଚିହ୍ନିବା ସମ୍ଭବ ହେଉନାହିଁ ।