PM ମୋଦିଙ୍କୁ ହତ୍ୟା ଧମକ, ୫୦୦ କୋଟି ଟଙ୍କା ଦିଅ, ନହେଲେ ମୋଦୀଙ୍କୁ ଓ ମୋଦୀ ଷ୍ଟାଡିୟମକୁ ବି ଉଡାଇଦେବୁ…
 

Threat to kill PM and blow up Modi stadium
PM ମୋଦିଙ୍କୁ ହତ୍ୟା ଧମକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ଏବଂ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଉଡ଼ାଇଦେବାକୁ ଧମକ ଦେଇଥିବା  କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି  (ଏନ୍‌ଆଇଏ) ଏକ ଇମେଲ ଗ୍ରହଣ କରିଛି ଏବଂ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କୁ ମୁକ୍ତି କରିବା ସହ ୫୦୦ କୋଟି ଟଙ୍କା ଦାବି କରିଛି ବୋଲି ଅଧିକାରୀମାନେ କହିଛନ୍ତି।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ମୋଦୀଙ୍କୁ ଉଡାଇବା ସହ ମୋଦୀ କ୍ରିକେଟ ଷ୍ଟାଡିୟମକୁ ବି ଉଡାଇଦେବୁ । ୫୦୦ କୋଟି ଟଙ୍କା ଦିଅ ଆଉ ଜେଲରେ ଥିବା ଲରେନ୍ସ ବିଷ୍ନୋଇଙ୍କୁ ମୁକ୍ତ କରିବାକୁ ଉକ୍ତ ଇମେଲରେ ପ୍ରେରକ ଦାବି କରିଛନ୍ତି । ଏଭଳି ଏକ ଧମକପୂର୍ଣ୍ଣ ଇମେଲ୍‌ ଏନ୍‌ଆଇଏ କୁ ଆସିଛି । ତେବେ କିଏ ଓ କେଉଁଠାରୁ ଏହି ଇମେଲ୍‌ ପଠାଇଛି ତାହା ଜଣା ପଡିନଥିବା ବେଳେ ଏଭଳି ଧମକପୂର୍ଣ୍ଣ ଇମେଲକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଅନ୍ୟପଟେ ଏନ୍‌ଆଇଏ ଏଭଳି ଇମେଲ୍‌ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱେରେ ଥିବା ଏବଂ ଅନ୍ୟ ରାଜ୍ୟର ପୋଲିସ ସହିତ ଏହି ସୂଚନା ଶେୟାର କରିଛି। ତେବେ ଏହି ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମର ସୁରକ୍ଷାକୁ ସମୀକ୍ଷା କରାଯାଇଛି। ଏହାବ୍ୟତିତ ଇମେଲ କେଉଁ ଆଇପି ଆଡ୍ରେସ୍‌ରୁ ଆସିଛି ସେନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। 

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଏନ୍‌ଆଇଏ ଧମକପୂର୍ଣ୍ଣ ଇମେଲ୍‌ ବିଷୟରେ ମୁମ୍ବାଇ ପୋଲିସକୁ ସତର୍କ କରାଯାଇଛି। ଗୁଜୁରାଟ ପୋଲିସ ବ୍ୟତୀତ ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ଜଡିତ ସମସ୍ତ ଏଜେନ୍ସି ସହ ଶେୟାର କରାଯାଇଛି। ମେଲ ପାଇବା ପରେ ମୁମ୍ବାଇ ପୋଲିସ ମଧ୍ୟ ସୁରକ୍ଷା ବୃଦ୍ଧି କରିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

Share this story