ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
 

Brother in law Gang raped His Sister in law After Making Her Sister in law Drink Alcohol In Uttar pradesh Etawah
୪ସାଙ୍ଗ ସହ ମିଶି ଶାଳିକୁ ଦୁଷ୍କର୍ମ କଲା ଭିଣେଇ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମଣିପୁରର ଘଟଣା ଆଖିରୁ ଲିଭି ନଥିବା ବେଳେ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରୁ ଏକ ଲଜ୍ୟାଜନକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ନିଜେ ଭିଣେଇ ତାଙ୍କ ଅନ୍ୟ ୪ ସହଯୋଗୀଙ୍କ ସହ ମିଶି ବିବାହିତା ଶାଳିକୁ କରିଛନ୍ତି ଗଣଦୁଷ୍କର୍ମ। 

ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି

ଇଟାୱା ଜିଲ୍ଲାର ବସରେହର ଅଞ୍ଚଳରେ ଏହି ଘଟଣା ଘଟିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇ ଓ ତାଙ୍କ ସାଙ୍ଗମାନଙ୍କୁ ଗିରଫ କରିଛି। ଏଥିସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ, ଯାହା ପରେ ସେ ଆସି ତାଙ୍କ ଭିଣୋଇଙ୍କ ସହ ରହିବା ଆରମ୍ଭ କରିଥିଲେ। 

ମଙ୍ଗଳବାର ରାତିରେ ଭଉଣୀର ଶ୍ୱଶୁର ଘରେ ରହିବାକୁ ଭିଣୋଇ ତାଙ୍କୁ ଛାଡ଼ିବାକୁ ଯାଇଥିଲେ। ହେଲେ ବାଟରେ ଭିଣୋଇ ତାଙ୍କୁ ମଦ୍ୟପାନ କରାଇଥିଲେ । ଏହାପରେ ତାଙ୍କୁ ମନ୍ଦିର ପଛପଟେ ଥିବା ଏକ ଘରକୁ ନେଇଯାଇଥିଲା ଯେଉଁଠାରେ ତାର ୪ ଜଣ ସାଙ୍ଗ ମଧ୍ୟ ପହଞ୍ଚିଥିଲେ। ସମସ୍ତେ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ବୁଧବାର ସକାଳେ ପୀଡ଼ିତାଙ୍କ ଚେତା ଫେରିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ପରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ ।ଏନେଇ ଏସ୍ଏସ୍ପି ସଞ୍ଜୟ କୁମାର କହିଛନ୍ତି ଯେ ଜଣେ ୩୨-୩୩ ବର୍ଷୀୟା ମହିଳା ତାଙ୍କ ଭଉଣୀଙ୍କ ସ୍ୱାମୀ ଅର୍ଥାତ୍ ଭିଣୋଇ ତାଙ୍କ ସାଙ୍ଗମାନଙ୍କ ସହ ମିଶି ତାଙ୍କ ସହ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। 

ଏହାପରେ ବସରେହର ଥାନାରେ ଧାରା ୩୭୬ଡି ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ମହିଳାଙ୍କ ଡାକ୍ତରୀ ମାଇନା କରାଯିବା ସହ ଧାରା ୧୭୬ ସିଆରପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

Share this story