ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 
 

Farrukhabad Police Raid Restaurant Boys And Girls Found In Objectionable Condition
ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ରେସ୍ତୋରାଁ ଉପରେ ପୁଲିସ ଆକସ୍ମିକ ଚଢ଼ାଉ କରିଥିଲା। ଏହି ଚଢ଼ଉ ସମୟରେ ଆପତ୍ତିଜନକ ଅବସ୍ଥାରେ ୯ଜଣ ଯୁବତୀ ଓ ୧୧ଜଣ ଯୁବକଙ୍କୁ ପୁଲିସ ଉଦ୍ଧାର କରିବା ସହିତ ରେସ୍ତୋରାଁ ପରିଚାଳକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ। ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ର‌ଦେଶରେ।

ଅଧିକ ପଢ଼ନ୍ତୁ: ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ

ଖବର ମୁତାବକ, ଉତ୍ତରପ୍ର‌ଦେଶର ଫରୁଖାବାଦର ଫତେହଗଡ଼ରେ ଥିବା ଶିକାଗୋ ରେସ୍ତୋରାଁରେ ସର୍ବଦା ଯୁବକ-ଯୁବତୀଙ୍କ ଭିଡ଼ ଲାଗି ରହିଥାଏ। ବିଶେଷସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା କି ଏହି ରେସ୍ତୋରାଁରେ ଅନୈତିକ କାମ ଚାଲିଛି। ଏହି ଖବର ପାଇବା ପରେ ପୁଲିସ ଶିକାଗୋ ପିଜ୍ଜା ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ କରିଥିଲା।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଏହି ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୯ଜଣ ଯୁବତୀ ଓ ୧୧ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିବା ସହିତ ସେମାନଙ୍କୁ ଥାନା କୁ ପଠାଇ ଦେଇଛି। ଏଥିସହିତ କୋଠରିଗୁଡ଼ିକରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ। ଏହି ଘଟଣାରେ ରେସ୍ତୋରାଁ ମାଲିକ ଓ ତାଙ୍କ ପୁଅଙ୍କୁ ବି ଥାନାକୁ ନେଇ ପୁଲିସ ପଚରାଉଚରା ଜାରି ରଖିଛି।

ଅଧିକ ପଢ଼ନ୍ତୁ: ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍‌ଘାତ ହେବାର ଆଶଙ୍କା

ତେବେ ଏହି ଘଟଣା ସାମ୍ନାକୁ ଆସିବା ପ‌ରେ ଲୋକେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଛନ୍ତି। ରେସ୍ତୋରାଁକୁ ଗ୍ରାହକମାନେ ଖାଦ୍ୟ ଗ୍ରହଣ କରିବାକୁ ଆସୁଥିବା ବେଳେ ସେଠାରେ କିପରି ଭାବେ ଏଭଳି ଅନୈତିକ କାର୍ଯ୍ୟ ହେଉଥିଲା?  ଏହା କ’ଣ ରେସ୍ତୋରାଁ ମାଲିକ ଜାଣି ନଥି‌ଲେ? ନା ଜାଣିଶୁଣି ଏସବୁକୁ ସମର୍ଥନ ଦେଇଥି‌ଲେ। ଏଦିଗରେ ବି ପୁଲିସ ଯାଞ୍ଚ କରୁଛି। 

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

Share this story