ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…
 

Weekly Horoscope 1 to 7 october 2023
ପଢନ୍ତୁ ଏ ସପ୍ତାହର ରାଶିଫଳ…
 

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ: ରବି, ସୋମବାରରେ ବିଭିନ୍ନ ପ୍ରକାର ବାଧାବିଘ୍ନ ସତ୍ତ୍ବେ ଆଗକୁ ବଢ଼ି ଚାଲିବେ। କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ। ମଙ୍ଗଳ,ବୁଧବାରରେ କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିବ। ଗୁରୁ,ଶୁକ୍ର,ଶନିବାରରେ ମହିଳାମାନେ ସମାଲୋଚନାର ଶିକାର ହୋଇପାରନ୍ତି।

ବୃଷ: ରବି, ସୋମବାରରେ ପୈତୃକ ସମ୍ପତ୍ତିରେ ଭାଗୀଦାରି ହାସଲ କରିବେ। ଦୂରଯାତ୍ରା କରି ଲାଭବାନ ହେବେ। ମଙ୍ଗଳ, ବୁଧବାରରେ ଧର୍ମକାର୍ଯ୍ୟରେ ମନୋନିବେଶ କରିବେ। ଗୁରୁ,ଶୁକ୍ର,ଶନିବାରରେ ଆର୍ଥିକସ୍ଥିତିରେ ଅବନତି ଦେଖାଦେଇ ପାରେ। ଜୀବନସାଥୀଙ୍କଠାରୁ ଉଚିତ ପରାମର୍ଶ ପାଇବେ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ମିଥୁନ: ରବି, ସୋମବାରରେ ପରିବାରରେ ସୁଖଶାନ୍ତି ବୃଦ୍ଧିପାଇବ। ମଙ୍ଗଳ, ବୁଧବାରରେ ଭୂମିକ୍ରୟ ବା ଘର କିଣି ପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଗୁରୁ, ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମହିଳାମାନେ ଉଚ୍ଚ ଆଶା କରି କଷ୍ଟ ପାଇପାରନ୍ତି।

କର୍କଟ: ରବି, ସୋମବାରରେ ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରନ୍ତୁ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ମଙ୍ଗଳ, ବୁଧବାରରେ କୋର୍ଟକଚେରୀ ମାମଲାରେ ପଡ଼ିଯାଇ ପାରନ୍ତି। ଗୁରୁ,ଶୁକ୍ର, ଶନିବାରରେ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ସନ୍ତାନ ପାଇଁ ଚିନ୍ତା ଲାଗିରହିବ।

ସିଂହ: ରବି, ସୋମବାରରେ ନୂତନ ଯୋଜନା କାର୍ଯ୍ୟକାରୀ ହେବ। ପରିବାର ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଭୁଲ୍‌ ବୁଝାମଣା ଦେଖାଦେଇପାରେ। ମଙ୍ଗଳ, ବୁଧବାରରେ ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଗୁରୁ,ଶୁକ୍ର,ଶନିବାରରେ ଛାତ୍ରଛାତ୍ରୀ ସୃଜନଶୀଳତାର ପରିଚୟ ଦେବେ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

କନ୍ୟା: ରବି, ସୋମବାରରେ କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ମଙ୍ଗଳ, ବୁଧବାରରେ ଅକସ୍ମାତ୍ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାର। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଗୁରୁ,ଶୁକ୍ର,ଶନିବାରରେ ମହିଳାମାନେ ଧର୍ମପରାୟଣ ହେବେ।

ତୁଳା: ରବି, ସୋମବାରରେ ଆଶାନୁସାରେ ଫଳ ପାଇବେ ନାହିଁ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ମଙ୍ଗଳ, ବୁଧବାରରେ ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ମାନସିକ ଅବସାଦ ଦେଖାଦେଇପାରେ । ଦାମ୍ପତ୍ୟ ଜୀବନରେ ସ୍ଥିରତା ରହିବ।

ବିଛା: ରବି, ସୋମବାରରେ କୌଣସି କଥାକୁ ନେଇ ମନରେ ଭୟ ଏବଂ ଦୁଶ୍ଚିନ୍ତା ଲାଗି ରହିବ। ମଙ୍ଗଳ, ବୁଧବାରରେ ବିଭିନ୍ନ କ୍ଷେତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ଗୁରୁ,ଶୁକ୍ର,ଶନିବାରରେ ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ଧନୁ: ରବି, ସୋମବାରରେ ପାରିବାରିକ ସୁଖଶାନ୍ତି ବୃଦ୍ଧି ପାଇବାକୁ ଲାଗିବ। କର୍ମକ୍ଷେତ୍ରରେ କିଛି ନୂଆ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ମଙ୍ଗଳ, ବୁଧବାରରେ ଅପୂର୍ଣ୍ଣ କାର୍ଯ୍ୟ ପୂରଣ ହୋଇପାରେ। ଗୁରୁ, ଶୁକ୍ର, ଶନିବାରରେ ସନ୍ତାନସନ୍ତତିଙ୍କ ଉନ୍ନତିରେ ଗର୍ବ ଅନୁଭବ କରିବେ।

ମକର: ରବି, ସୋମବାରରେ ବିଭିନ୍ନ ବାଧାବିଘ୍ନ ସତ୍ତ୍ବେ ସଫଳତା ହାସଲ କରିବେ। ମହିଳାମାନେ ସ୍ବାଧୀନମନା ହେବେ। ମଙ୍ଗଳ, ବୁଧବାରରେ ବ୍ୟବସାୟରେ ଉନ୍ନତି ନିମନ୍ତେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

ଅଧିକ ପଢ଼ନ୍ତୁ: ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ

କୁମ୍ଭ: ରବି, ସୋମବାରରେ ଶାରୀରିକ ଅସୁସ୍ଥତା ଚିନ୍ତାର କାରଣ ପାଲଟି ପାରେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ମଙ୍ଗଳ, ବୁଧବାରରେ ନୂତନ ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଗୁରୁ,ଶୁକ୍ର,ଶନିବାରରେ ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମୀନ: ରବି, ସୋମବାରରେ କର୍ମକ୍ଷେତ୍ରରେ ସମୟ ପୂର୍ବରୁ କାର୍ଯ୍ୟ ସଂପନ୍ନ କରି ପ୍ରଶଂସାର ପାତ୍ର ହେବେ। ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ମଙ୍ଗଳ, ବୁଧବାରରେ ବ୍ୟବସାୟରେ ଲାଭବାନ ହେବେ। ଗୁରୁ,ଶୁକ୍ର,ଶନିବାରରେ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

Share this story